ମାଇକ୍ ଧରୁଧରୁ ଗର୍ଜିଲେ ଶାହ: ରାଜ୍ୟ ଶାସନ ଓଡ଼ିଆରେ ଚାଲିବା କଥା ନା ତାମିଲ୍ରେ? – Kalinga News

[ad_1]
ରାଉରକେଲା: ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ। ଆଜି ରାଉରକେଲାରେ ଏକ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। କହିଛନ୍ତି ଯେ ଓଡ଼ିଶାରେ ଅଫିସର ରାଜ୍ ଚାଲିଛି। ନିର୍ବାଚିତ ଲୋକପ୍ରତିନିଧି ରାଜ୍ୟ ଚଳାଇବା କଥା ନା ଅଫିସର? ଓଡ଼ିଶା ସରକାର ଓଡ଼ିଆରେ ଚାଲିବା
Sambad is now on WhatsApp
Join and get latest news updates delivered to you via WhatsApp
କଥା ନା ତାମିଲରେ?
ରାଉରକେଲା ଏୟାର୍ଷ୍ଟ୍ରିପ୍ ପଡ଼ିଆରେ ଅନୁଷ୍ଠିତ ସଭାରେ ଶାହ କହିଥିଲେ, ଏଥର ଓଡ଼ିଶାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ଡବଲ୍ ପରିବର୍ତ୍ତନ ପାଇଁ ଶତ ପ୍ରତିଶତ ପ୍ରସ୍ତୁତ। ଓଡ଼ିଶାରେ ୧୫ ସାଂସଦ ଓ ୭୫ ବିଧାୟକ ନିଶ୍ଚିତ। ଚାରିଟି ପର୍ଯ୍ୟାୟରେ ବିଜେପି ୨୭୦ ପାର୍ କରି ସାରିଲାଣି, ଏବେ ୪ ଶହ ଆଡ଼କୁ ଅଗ୍ରସର ହେଉଛି। ଏହି ନିର୍ବାଚନ କେବଳ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ନୁହେଁ, ବରଂ ଏହି ନିର୍ବାଚନ ହେଉଛି ଦେଶର ଅର୍ଥନୀତିକୁ ବିଶ୍ବର ତୃତୀୟ ଅର୍ଥନୈତିକ ଶକ୍ତିରେ ପରିଣତ କରିବା। ନବୀନ ସରକାରକୁ ବିତାଡ଼ିତ କରି ଓଡ଼ିଶାରେ ବିକାଶ ଯୁଗର ଆରମ୍ଭ କରିବାର ନିର୍ବାଚନ। ସର୍ବୋପରି, ଏହା ହେଉଛି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଗୌରବକୁ ପୁନଃସ୍ଥାପନ କରିବାର ନିର୍ବାଚନ।
ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଲେ, ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ସମଗ୍ର ଦେଶ ଉତ୍ସବ ମନାଉଥିଲା। କିନ୍ତୁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଉତ୍ସବ ମନାଇବା ଉପରେ ରୋକ୍ ଲଗାଇଥିଲେ। ପ୍ରତିଦିନ ବିଜେଡି ସରକାର ଓଡ଼ିଶାକୁ ଅପମାନିତ କରୁଛି। ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରରେ ପରିକ୍ରମା ନାଁରେ ପର୍ଯ୍ୟଟନ ମନ୍ଦିରରେ ପରିଣତ କରି ଅପମାନିତ କରୁଛନ୍ତି। ରତ୍ନଭଣ୍ଡାରର ଚାବି ସାର୍ବଜନୀନ ହେଉନି କାହିଁକି? ଅସଲି ଚାବି କେଉଁଠି ଅଛି? ନକଲି ଚାବି କିଏ ତିଆରି କଲା? ଏହି ନକଲି ଚାବିରେ ରତ୍ନଭଣ୍ଡାର ଖୋଲାଯାଇଛି କି ନାହିଁ? ଯାଞ୍ଚ ଆୟୋଗର ରିପୋର୍ଟକୁ ନବୀନ ସରକାର ସାର୍ବଜନୀନ କରୁନାହାନ୍ତି କାହିଁକି? ବିଜେପି ସରକାର ଆସିଲେ, ମାସକ ଭିତରେ ଏହି ରିପୋର୍ଟ ସାର୍ବଜନୀନ କରାଯିବ। ଗତ ୨୫ ବର୍ଷ ଭିତରେ ବିଜେଡି ସରକାର ଓଡ଼ିଶାକୁ ୫୦ ବର୍ଷ ପଛକୁ ଠେଲିଦେଇଛି। ପଶ୍ଚିମ ଓଡ଼ିଶା ସହ ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଆଜି ୨୭ ଲକ୍ଷ ପରିବାର ପାଖରେ ପକ୍କା ଘର ନାହିଁ। ୨୬ ଲକ୍ଷ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚିପାରିନି। ୬୪୧୨ ଗାଁକୁ ପକ୍କା ସଡ଼କ ନାହିଁ। କୃଷକଙ୍କ ଆୟ ସର୍ବନିମ୍ନ। ନବୀନ ରାଜ୍ୟର ବିକାଶ କରିପାରିବେନି।
ରାଜ୍ୟ ଶାସନ ଓଡ଼ିଆରେ ଚାଲିବା କଥା ନା ତାମିଲ୍ରେ?
ଓଡ଼ିଶାରେ ୧୫ ସାଂସଦ ଓ ୭୫ ବିଧାୟକ ନିଶ୍ଚିତ
୪ ପର୍ଯ୍ୟାୟରେ ୨୭୦ ପାର୍ କଲୁଣି, ୪ ଶହ ଆଡ଼କୁ ଅଗ୍ରସର
ନିଜ ଦଳର ଉପଲବ୍ଧି ବିଷୟରେ ଶାହ କହିଲେ, ଦଳ ସବୁବେଳେ ଗରିବ ଆଦିବାସୀଙ୍କୁ ସମ୍ମାନ ଦେଇଆସୁଛି। ଓଡ଼ିଶା ମାଟିର ଗରିବ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରି ସମଗ୍ର ରାଜ୍ୟର ସମ୍ମାନ ବୃଦ୍ଧି କରିଛି। କିଛି ଦିନ ପୂର୍ବେ ଜି-୨୦ ସମ୍ମିଳନୀରେ କୋଣାର୍କ ସୂର୍ଯ୍ୟମନ୍ଦିରର ଫଟୋ ଲଗାଯାଇଥିଲା। ପାଇକ ସଂଗ୍ରାମକୁ ସମ୍ମାନ ଜଣାଇ ମୁଦ୍ରା ଓ ଡାକ ଟିକଟ ତିଆରି ହୋଇଥିଲା। ବୀରମିତ୍ରପୁରରେ ବନ୍ଦ ପଡ଼ିଥିବା ଚୂନପଥର ଖଣିକୁ ୨୦୧୪ରେ ବିଜେପି ସରକାର ଆରମ୍ଭ କଲା। ୨୦୦ କୋଟିରେ ଟ୍ରାଇବାଲ ମ୍ୟୁଜିଅମ୍, ବିର୍ସା ମୁଣ୍ଡା ଜୟନ୍ତୀକୁ ଜନଜାତି ଗୌରବ ଦିବସ, ଆଦିବାସୀ କଲ୍ୟାଣ ବଜେଟକୁ ୧ ଲକ୍ଷ ୨୪ ହଜାର କୋଟିକୁ ବୃଦ୍ଧି, ୭୪୦ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା, ୨୪ କିଲୋମିଟର ବୀରମିତ୍ରପୁର ବ୍ରାହ୍ମଣୀ ବାଇପାସ୍, ୫୫୦ କୋଟିରେ ୪୭ କିଲୋମିଟର ଜାତୀୟ ରାଜପଥ ୧୪୩ ସଂପୂର୍ଣ୍ଣ, ୨୨୦୦ କୋଟିରେ ରେଳ ଲାଇନ୍, ରାଉରକେଲାକୁ ବନ୍ଦେ ଭାରତ ଏକ୍ସପ୍ରେସ୍, ଉଡାନ୍ ଯୋଜନାରେ ରାଉରକେଲା-ଭୁବନେଶ୍ବର ବିମାନ ଚଳାଚଳ ଆଦି ଏକାଧିକ ପ୍ରକଳ୍ପ କରାଯାଇଛି। କିନ୍ତୁ ବିଜେଡି ସରକାର ଏଠାକାର ବିକାଶକୁ ଭୁଲିଯାଇଛି। ଫର୍ଟିଲାଇଜର ପ୍ଲାଣ୍ଟ୍କୁ ବିକି ଦେଇଛି। ୨୦୧୩ରେ ମେଡିକାଲ କଲେଜର ଶିଳାନ୍ୟାସ କରିଥିଲେ ବି ତାହା ସମ୍ଭବ ହୋଇନି। କୋଏଲ ବ୍ୟାରେଜ ବି ବାସ୍ତବ ରୂପ ପାଇନି।
[ad_2]