ମନୋରଞ୍ଜନ

ଗୋଟିଏ ଭିଡିଓରେ ’ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ଗ୍ରାହକଙ୍କୁ ମିଳିଲା ଉଭୟ ଦୁଃଖ ଓ ଖୁସି ଖବର – Kalinga News

[ad_1]

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ସୋ’ ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ସିଜନ ୧ ବନ୍ଦ ହେବାକୁ ଯାଉଛି। ସୋ’ ବନ୍ଦ ହେବାର ଘୋଷଣା ସୁନୀଲ ଗ୍ରୋଭର ନିକଟ‌ରେ ଏକ ଭିଡିଓ ସେୟାର କରି ଦେଇଛନ୍ତି। ତେବେ ଭିଡିଓ ଦେଖି କିଛି ସମୟ ପାଇଁ ଦୁଃଖୀ ହୋଇଯାଉଥିବା ଗ୍ରାହକ ପୁଣି ଖୁସି ହୋଇଯାଉଛନ୍ତି। କାରଣ ଉକ୍ତ ଭିଡିଓରେ କପିଲ ସିଜନ-୨ର ଘୋଷଣା ବି କରିଛନ୍ତି।

ସୋ’କୁ ତଥା ସୋ’ର କଳାକାରମାନଙ୍କୁ ପ୍ରଶଂସକ ଓ ଦର୍ଶକମାନେ ଦେଇଥିବା ଭଲ ପାଇବା ପାଇଁ କପିଲ ଧନ୍ୟବାଦ ଜଣାଇ କହିଛନ୍ତି, ‘ ଖୁବଶୀଘ୍ର ନେଟଫ୍ଲିକ୍ସରେ ଆଗାମୀ ସିଜନରେ ଭେଟାଭେଟି ହେବ।’

ଭିଡିଓ କ୍ୟାପସନରେ ଲେଖା ହୋଇଛି, ‘ ଖୁବଶୀଘ୍ର ପୁଣିଥରେ ମନୋରଞ୍ଜନର ବର୍ଷା ହେବ। କାରଣ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ର ସିଜନ-୨ ଆସିବାକୁ ଯାଉଛି।’

ଏହି ସୋ’ର ପ୍ରଥମ ସିଜନରେ ଶେଷ ଅତିଥି କାର୍ତ୍ତିକ ଆର୍ଯନ ରହିବେ। ସେ ତାଙ୍କ ସିନେମା ‘ଚନ୍ଦୁ ଚମ୍ପିୟାନ’ର ପ୍ରମୋସନ ପାଇଁ ଆସିବେ। ଶେଷଥର ପାଇଁ ସୋ’ର ସିଜନ-୧କୁ ଦର୍ଶକ ଜୁନ ୨୨ ତାରିଖରେ ଦେଖିବାକୁ ପାଇବେ।

ଭିଡିଓ ଦେଖିବା ପରେ ଫ୍ୟାନ୍ସ କପିଲଙ୍କୁ ସୋ’କୁ ଟେଲିଭିଜନରେ ଆଣିବା ପାଇଁ ଅନୁରୋଧ କରିଛନ୍ତି। ସୋ’ର ଦର୍ଶକ କପିଲଙ୍କୁ ଅନୁରୋଧ କରି କହିଛନ୍ତି, ‘ଦୟାକରି ଟିଭିରେ ଆସ।’

ଆଉ ‌କେହି ଲେଖିଛନ୍ତି, ଏତେ ଛୋଟ ସିଜନ। ସୋ’କୁ ଟେଲିଭିଜନରେ ନଆଣି ନେଟଫ୍ଲିକ୍ସରେ ଆଣିବାର କାରଣ କ’ଣ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button