କେଉଁ ପାପ କଲେ ବ୍ୟକ୍ତି ଅନ୍ଧ, କାଲ, ନିସନ୍ତାନ ଓ ଦରିଦ୍ର ହୋଇଥାଏ ?
ନମସ୍କାର ବନ୍ଧୁଗଣ, ଆପଣ ମାନେ ଦେଖିଥିବେ କିଛି ଲୋକ ଜନ୍ମରୁ ହିଁ ଛୋଟା, କାଲ, ଅନ୍ଧ ଥାନ୍ତି । ତେବେ ଏହା ତାଙ୍କର ପୂର୍ବ ଜନ୍ମରେ କରିଥିବା ପାପର ଫଳ ହୋଇଥାଏ । ଆପଣଙ୍କ ମନରେ ନିହାତି ପ୍ରଶ୍ନ ଉଠୁଥିବ କି କେଉଁ ପାପ କରିବା ଦ୍ଵାରା କେଉଁ ଦଣ୍ଡ ମିଳିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ପାପ କରିବା ଦ୍ଵାରା ଗୋଟିଏ ମଣିଷ, ଦରିଦ୍ର, ଅନ୍ଧ, କାଲ ଏବଂ ଛୋଟା ହୋଇ ଜନ୍ମ ନେଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଯଦି କୌଣସି ବ୍ୟକ୍ତି କୌଣସି ଜନ୍ମରେ ଅନ୍ୟର କିଛି ଜିନିଷ ହେଉ ବା ପଇସା ହେଉ ଚୋରି କରିଥିବେ ତେବେ ସେମାନେ ପରଜନ୍ମରେ ଦରିଦ୍ର ହୋଇ ଜନ୍ମ ହୋଇଥାନ୍ତି । ଏବଂ ଜନ୍ମ ହେବାର ୩୦ ବର୍ଷ ପର୍ଯ୍ୟନ୍ତ ସେମାନେ ଦରିଦ୍ର ହୋଇ ରହିଥାନ୍ତି । ଏହି ପାପର ପ୍ରାୟଶ୍ଚିତ କରିବା ପାଇଁ ଆପଣ ଗ୍ରୀଷ୍ମ ମାସରେ ଜଳ ଦାନ କରନ୍ତୁ । ଏବଂ ଆପଣ ବୃକ୍ଷ ରୋପଣ କରିପାରିବେ ।
ଯାହାଫଳରେ ଆପଣଙ୍କର ଏହି ପାପର ପ୍ରାୟଶ୍ଚିତ ହୋଇପାରିବ । କିଛି ପିଲା ଜନ୍ମରୁ ହିଁ ଶୁଣି ପାରନ୍ତି ନାହିଁ । ତଥା କାଲ ହୋଇ କିଛି ପିଲା ଜନ୍ମ ନେଇଥାନ୍ତି । ବ୍ରାହ୍ମଣ ମାନେ ପୂଜା କରିସାରିବା ପରେ ଏବଂ ବେଦ ପାଠ କରିସାରିବା ପରେ ତାଙ୍କୁ ଦକ୍ଷିଣା ଦିଆଯାଇଥାଏ । ଯେଉଁ ବ୍ୟକ୍ତି ବ୍ରାହ୍ମଣଙ୍କୁ ଏହିସବୁ କାର୍ଯ୍ୟ ପରେ ଦକ୍ଷିଣା ଦେଇନଥାଏ ସେହି ବ୍ୟକ୍ତି ପର ଜନ୍ମରେ କାଲ ହୋଇ ଜନ୍ମ ନେଇଥାଏ ।
ଆପଣ ଦେଖିଥିବେ କିଛି ପିଲା ଜନ୍ମରୁ ପଙ୍ଗୁ ଥାନ୍ତି । ଯେଉଁ ମଣିଷ ବାଟରେ ଥିବା ଗଛର ଡାଳକୁ କାଟି ଦେଇଥାଏ ସେହି ମଣିଷ ପର ୩ ଜନ୍ମ ପର୍ଯ୍ୟନ୍ତ ପଙ୍ଗୁ ହୋଇ ଜନ୍ମ ହୋଇଥାଏ । ତେଣୁ ଆପଣ ଯେତେବେଳେ ବି ଗଛର ଡାଳ କାଟିବେ ପ୍ରଥମେ ଗଛର ଅନୁମତି ନିଅନ୍ତୁ ମୁଣ୍ଡିଆ ମାରନ୍ତୁ ବୃକ୍ଷକୁ ।
ବ୍ରାହ୍ମଣକୁ ଛତା ଦାନ କଲେ ଏହି ପାପର ପ୍ରାୟଶ୍ଚିତ ହୋଇଥାଏ । ସାଧୁ, ସନ୍ଥ ମାନଙ୍କୁ ଯଦି କୌଣସି ବ୍ୟକ୍ତି ନିନ୍ଦା କରନ୍ତି ତେବେ ସେମାନେ ସତଷଠି ବର୍ଷ ପର୍ଯ୍ୟନ୍ତ ନର୍କ ଭୋଗ କରିଥାନ୍ତି । ଏହାପରେ ସେମାନେ କୁକୁଡ଼ା ରୂପରେ ସଂସାରରେ ଜନ୍ମ ନେଇଥାନ୍ତି । ଏକାଦଶୀ ବ୍ରତ କଲେ ଯାଇ ଏହି ପାପ ନାଶ ହେବ ।
ଯଦି କୌଣସି ପୁରୁଷ ନିଜ ସ୍ତ୍ରୀକୁ ଛାଡି ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖେ ତେବେ ସେହି ପୁରୁଷ ପର ଜନ୍ମରେ ଘୋଡା ହୋଇ ଜନ୍ମ ନିଅନ୍ତି ଏବଂ ସଂଭୋଗ ପାଇଁ କଷ୍ଟ ପାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣ ମାନଙ୍କ ପାଇଁ ଫଳପ୍ରଦ ରହିବ ।