ଜ୍ୟୋତିଷ

ବେଲ ଗଛ ଘରର କେଉଁଠାରେ ରହିଲେ ହୁଏ ଧନର ବର୍ଷା ଓ କେଉଁଠି ରହିଲେ ହୁଏ ପୁରା ପରିବାରର ସର୍ବନାଶ, ଜାଣନ୍ତୁ- Vastu Tips

ନମସ୍କାର ବନ୍ଧୁଗଣ, ଆଜି ଆମେ ଜାଣିବା ବେଲ ଗଛକୁ ଗୃହର କେଉଁ ସ୍ଥାନରେ ଲଗାଇଲେ ବା କିପରି ଲଗାଇଲେ ବାସ୍ତୁ ଦୋଷ କଟିଥାଏ । ଏହି ବୃକ୍ଷଟି ସମସ୍ତ ସଂସାରରେ ଦୁର୍ଲଭ ଅଟେ । ତେବେ ଆସନ୍ତୁ ଜାଣିବା ବେଲ ଗଛର କଣ ରହିଛି ମହତ୍ଵ ଯାଉଥିପାଇଁ ଏହା ସାରା ସଂସାରରେ ଦୁର୍ଲଭ ଅଟେ ଏବଂ ଏହାର ପତ୍ରଙ୍କୁ ମହାଦେବ ଶିବଙ୍କ ମୁଣ୍ଡରେ ମଧ୍ୟ ଲଗାଯାଏ । ଏହି ବୃକ୍ଷର ଦିବ୍ୟତା ଦୁର୍ଲଭତା ତାର ଔଷଧୀୟ ଗୁଣ ଏବଂ ତାର କ୍ଷମତା ପାଇଁ ସମସ୍ତ ଦେବା ଦେବୀ ଓ ମନୁଷ୍ୟ ଜାତିର ପ୍ରିୟ ଏବଂ ଆଦରଣୀୟ ହୋଇଥାଏ ।

ବେଲ ଗଛର ସୃଷ୍ଟି ମା ଲକ୍ଷ୍ମୀ ଙ୍କ ଅଂଶରୁ ହୋଇଛି । ପ୍ରଥମେ ଜାଣିବା ବେଲ ଗଛର କିଛି ଉପକାରିବା ଓ ଔଷଧୀୟ ଗୁଣ ବିଷୟରେ । ବେଲ ଗଛରେ ସାକ୍ଷାତ ଶିବଙ୍କ ବାସ ହୋଇଥାଏ । ବେଲ ପତ୍ରର ତ୍ରିଶାଖାରେ ବ୍ରହ୍ମା, ବିଷ୍ଣୁ ମହେଶ୍ଵର ବାସ କରିଥାନ୍ତି । ତେଣୁ ବେଲ ଗଛ ମୂଳରେ ଗାଧୋଇସାରି ପାଣିଦେଲେ କୋଟି ପୂଣ୍ୟ ମିଳିଥାଏ । ଶିବଙ୍କ ସମେତ ମା ଲକ୍ଷ୍ମୀ ବି ପ୍ରସନ୍ନ ହୁଅନ୍ତି ।

ଯାହା ଫଳରେ ସେହି ମନୁଷ୍ୟ ସମସ୍ତ ପ୍ରାଣୀଙ୍କୁ ବସ କରିବାର ସାମର୍ଥ୍ୟ ରଖିଥାଏ । ଚାକିରି ଏବଂ ବ୍ୟବସାୟରେ ସଫଳତା ପ୍ରାପ୍ତ କରିଥାଏ । ତା ସହିତ ଧନବାନ ହେବାରୁ ମଧ୍ୟ କେହି ରୋକିପାରନ୍ତି ନାହିଁ । ଦିତୀୟରେ ଜାଣନ୍ତୁ, ବେଲେପତ୍ର ହେଉଛି ଶିବ ଏବଂ ସମସ୍ତ ଦେବୀ ମାନଙ୍କର ପ୍ରିୟ ପତ୍ର ଯାହାକି ସୁଖାଯାଏ କିନ୍ତୁ କେବେ ବାସୀ ହୁଏ ନାହିଁ ।

ପତ୍ରରେ ଚନ୍ଦନ ର ଲେପ ଲଗାଇ ପ୍ରଭୁଙ୍କୁ ଅର୍ପଣ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ ହୁଏ । ତୃତୀୟରେ ହେଉଛି, ବେଲ ଗଛର କାଠିକୁ ଘୋରି ଚନ୍ଦନ ଭଳି ପ୍ରଭୁଙ୍କୁ ଲଗାଇଲେ କୋଟି ପୂଣ୍ୟ ପ୍ରାପ୍ତ ହୁଏ । ଏବଂ ମନୁଷ୍ୟ ଏହି ଟୀକାକୁ ନିଜ ମୁଣ୍ଡରେ ଲଗାଇଲେ ସଂସାରର ସମସ୍ତ ପ୍ରାଣୀଙ୍କୁ ବସ କରିଥାଏ ଏବଂ ନିଜର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ ।

ଏହା ସହିତ ଅଲୌକିକ ସ୍ତିତିର ଅନୁଭବ କରିପାରେ । ଏବଂ ସମସ୍ତ ସଂସାରରେ ବିଜୟୀ ମଧ୍ୟ ହୋଇଥାଏ । ଚତୁର୍ଥ ଟି ହେଉଛି, ସୋମବାର ଦିନ କିମ୍ବା ଚତୁର୍ଦସୀ ଦିନ ଧୂପ ଦୀପ, ଭୋଗ ଦେଇ ପୂଜା କରି ସେହି ଗଛର ଚେରକୁ ଆଣି ଲାଲ ସୂତାରେ ଗୁନ୍ଥି ଧାରଣ କଲେ ବାହାରର ନକରାତ୍ମକ ତଥା ଦୃଷ୍ଟ ଶକ୍ତିକୁ ପ୍ରବେଶ କରିବାକୁ ଦେଇନଥାଏ । ନଜର ଦୋଷ ବା ତନ୍ତ୍ର ମନ୍ତ୍ର ଦ୍ରୁଷ୍ଟିକୁ ଶରୀରରୁ ବାହାର କରିଦେଇଥାଏ ।

ବିବାହ ହେଉନଥିଲେ ବା ସନ୍ତାନ ପ୍ରାପ୍ତି ସୁଖରୁ ବଞ୍ଚିତଥିଲେ ଏହି ଚେରକୁ ଧାରଣ କଲେ ଓ ବେଲ ଗଛକୁ ପ୍ରତିଦିନ ପୂଜା କଲେ ଏହିସବୁ ସମସ୍ୟା ଦୂର ହୋଇଯିବ । ଯେଉଁମାନେ ବେଲ ଗଛ ମୂଳରେ ବସି ଶିବ ଏବଂ ଦେବୀଙ୍କର ମନ୍ତ୍ର ଜପ କରିଥାନ୍ତି ସେହି ମାନଙ୍କର ସାଧନ ଖୁବ ଜଲ୍ଦି ପୁରା ହୋଇଯାଏ । ଷଷ୍ଠ ରେ ହେଉଛି, ସାଧାରଣତଃ ଘର ଚାରିପାଖରେ ବଡ ଗଛ ରହିବା ଅଶୁଭ ହୋଇଥାଏ ଏବଂ ସେହି ସବୁ ଗଛର ଛାଇ ଘରେ ପଡିବା ଦ୍ଵାରା ବସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ।

କିନ୍ତୁ ବେଲ ଗଛ ଏପରି ଏକ ଦିବ୍ୟ ଗଛ ଯାହା ଘରର ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ଶୁଭ ହୋଇଥାଏ । ଏହି ବେଲ ଗଛର ଛାଇ ଘର ଉପରେ ପଡିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଘରୁ ନକରାତ୍ମକ ଦ୍ରୁଷ୍ଟି ମଧ୍ୟ ଦୂରେଇ ଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button