ରାଜ୍ୟ

ଧବଳେଶ୍ଵର ମନ୍ଦିର ପଛରେ ଥିବା ଗୁପ୍ତ ରହସ୍ୟ ! Dhabaleswar Temple

ଧବଳେଶ୍ବର ମନ୍ଦିର ପଛରେ ଥିବା ସତ୍ୟ ରହସ୍ୟ ! ବନ୍ଧୁଗଣ ଓଡିଶା ରାଜ୍ୟକୁ ମନ୍ଦିର ମାଳିନୀ ରାଜ୍ୟ ନାମରେ ଜଣାଯାଇଥାଏ । କାରଣ ଏଠାରେ ଛୋଟ ଠାରୁ ଆରମ୍ଭ କରି ବଡ ବଡ ଅନେକ ମନ୍ଦିର ସବୁ ରହିଅଛି । ତେବେ ଓଡିଶା ରାଜ୍ୟର କଟକ ଜିଲ୍ଲାର ମହାନଦୀ ଦୀପରେ ପ୍ରଭୁ ଶ୍ରୀ ଶିବଶଙ୍କର ଙ୍କର ଏକ ଭବ୍ୟ ମନ୍ଦିର ରହିଛି । ଯାହାର ନାମ ହେଉଛି ଧବଳେଶ୍ଵର ମନ୍ଦିର । ତେବେ ଏହି ମନ୍ଦିରର ଏପରି ନାମକାରଣ କରାଯିବା ପଛରେ କେଉଁ ରହସ୍ୟ ଲୁଚି ରହିଛି ଚାଲନ୍ତୁ ଏଠାରେ ଜାଣିବା ।

ତେବେ କିମ୍ବଦନ୍ତୀ ଅନୁସାରେ ମହାନଦୀର ପଠାରେ ପ୍ରଥମେ ଏକ ଶିବ ମନ୍ଦିର ଥିଲା । ଯାହାର ନାମ ପୂର୍ବରୁ ଧବଳେଶ୍ଵର ରଖାଯାଇନଥିଲା । ହେଲେ ପରେ ଏହି ମନ୍ଦିରର ନାମ ଧବଳେଶ୍ଵର କାହିଁକି ରଖାଯାଇଥିଲା ସେହି ବିଷୟରେ ଆଲୋଚନା କରିବା । ଥରେ ସ୍ଥାନୀୟ ଗ୍ରାମର ଜଣେ ତେଲୀ ଲୋକ ନିଜ ପରିବାରକୁ ନେଇ ଦୁର୍ଦିନରେ ଚଳୁଥିଲା । ଦିନେ ସେହି ତେଲୀ ଲୋକ ଥରେ ସେହି ଶିବ ମନ୍ଦିରକୁ ଯାଇ ପ୍ରଭୁ ଶିବଙ୍କୁ କହିଥିଲା । ହେ ପ୍ରଭୁ ମୋତେ ଏକ ଅଣ୍ଡିରା ବାଛୁରୀ ଟିଏ ଦିଅନ୍ତୁ ।

ସେ ବଡ ହେଲା ପରେ ମୁଁ ଆଣି ଆପଣଙ୍କ ନିକଟରେ ଫେରାଇ ଦେବି । ତେବେ ପ୍ରଭୁ ଶିବଶଙ୍କର ଙ୍କର କୃପାରୁ ତେଲୀ ଲୋକଟିକୁ ଏକ ଅଣ୍ଡିରା ବାଛୁରୀ ପ୍ରାପ୍ତ ହୋଇଥିଲା । ତାପରେ ସେହି ତେଲୀ ଲୋକ ପ୍ରଭୁ ଶିବଙ୍କ ମନ୍ଦିରକୁ ଯାଇ ସେଠାରେ ପ୍ରଭୁଙ୍କୁ ଖୁସିରେ ପ୍ରଣାମ କରି ସେଠାରୁ ଚାଲି ଆସିଲା । ସମୟ କ୍ରମେ ଧୀରେ ଧୀରେ ସେହି ବାଛୁରୀଟି ବଡ ହେବାରେ ଲାଗିଥିଲା । ତାପରେ ବାଛୁରୀଟି ବଡ ହୋଇ ଦିନେ ଜଙ୍ଗଲରେ ବିଚରଣ କରୁଥିଲା ।

ତାପରେ ସେହି ସମୟରେ ସେହି ବାଟ ଦେଇ ଯାଉଥିବା ଏକ ଚୋରର ନଜର ସେହି ବଳଦ ଉପରେ ପଡିଥିଲା । ତାପରେ ସେହି ଚୋର ଜଣଙ୍କ ସେହି ବାଛୁରୀକୁ ନେଇ ନିଜ ସାଥିରେ ଜଙ୍ଗଲ ଦେଇ ଚାଲିଗଲା । ଯେତେବେଳେ ତେଲୀ ଲୋକଟି ନିଜର ବଳଦକୁ ଖୋଜିଲା ସେତେବେଳେ ସେ ଆଉ ତାକୁ ପାଇନଥିଲା । ତାପରେ ସେ ଗ୍ରାମବାସୀଙ୍କୁ ପଚରାଉଚରା କରିବା ପରେ କିଛି ଲୋକ ତେଲୀକୁ କହିଥିଲା । ଯେ ଜଣେ ଲୋକ ଏହି ବାଟ ଦେଇ ଏକ ବଳଦକୁ ନେଇ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲା ।

ତାପରେ ତେଲୀ ଲୋକ ସମେତ ସବୁ ଗ୍ରାମବାସୀ ବଳଦକୁ ଖୋଜିବା ପାଇଁ ଜଙ୍ଗଲ ମଧ୍ୟକୁ ବାହାରି ପଡିଲେ । ଚୋର ଗ୍ରାମବାସୀଙ୍କୁ ଦେଖି ଗୁମ୍ଫା ମଧ୍ୟରେ ଲୁଚିଗଲା । ତାପରେ ପ୍ରଭୁ ଶିବଙ୍କୁ ପ୍ରାର୍ଥନା କରି କହିଲା । ହେ ପ୍ରଭୁ ମୁଁ ବଳଦ ଚୋରାଇ ଆଣିଥିବାରୁ ଗ୍ରାମଲୋକଙ୍କ କବଳରୁ ମୋତେ ରକ୍ଷା କରନ୍ତୁ । ତାପରେ ସେଠାରେ ପ୍ରଭୁ ଶଙ୍କର ପ୍ରକଟ ହୋଇ ଚୋରକୁ ବ୍ୟସ୍ତ ନହେବା ପାଇଁ କହିଥିଲେ । କାରଣ ସେହି ବଳଦକୁ ମୁଁ ତୋ ମାଧ୍ୟମରେ ଚୋରେଇ ନେବା ପାଇଁ ମୁଁ ନିଜେ ଚାହୁଁଥିଲି ବୋଲି ପ୍ରଭୁ ଶିବଶଙ୍କର କହିଥିଲେ ।

ଏହାପରେ ପ୍ରଭୁ ଶିବ ସେହି କଳା ବଳଦକୁ ଧଳା ବଳଦ ବନାଇ ଦେଇଥିଲେ । ତାପରେ ବଳଦକୁ ଖୋଜିବାକୁ ଆସୁଥିବା ଗ୍ରାମ ଲୋକଙ୍କୁ ପ୍ରଭୁ ଶିବ ଏକ ଯୋଗୀ ବେଶରେ କହିଥିଲେ । ତୁମ ବଳଦ ସେହି ବାଟ ଦେଇ ଏକ ଲୋକ ସାଥିରେ ଯାଉଛି । ତାପରେ ଗ୍ରାମର ଲୋକ ସେହି ବାଟ ଦେଇଯିବା ବେଳେ ଦେଖିଲେ । ଯେ ଗୋଟେ ଲୋକ ପାଖରେ କଳା ନୁହେଁ, ବଂର ଧଳା ବଳଦଟି ଅଛି । ତାପରେ ଗ୍ରାମବାସୀ ସେଠାରୁ ଚାଲି ଆସିଥିଲେ ।

ତାପରେ ଚୋର ନିଜେ ଆସି ଗ୍ରାମବାସୀଙ୍କୁ ସବୁ ସତ କଥା କହିବା ସହ ନିଜର ଦୋଷ ମଧ୍ୟ ସ୍ଵୀକାର କରିଥିଲା । ତେବେ ସେତେବେଳେ ସମସ୍ତ ଲୋକ ପ୍ରଭୁ ଶିବଙ୍କର ମହିମା ଜାଣିପାରିଥିଲେ । ତେଲୀ ଲୋକଟି ମଧ୍ୟ ପ୍ରଭୁ ଶିବଙ୍କ ମନ୍ଦିରକୁ ଯାଇ ନିଜର ମାନସିକତା ପୂରଣ କରିନପାରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲା । ପ୍ରଭୁ ଶିବ ସେହି କଳା ବଳଦକୁ ଧଳା ବଳଦ କରିଦେଇଥିବାରୁ ସେହି ବଳଦକୁ ଗ୍ରାମ ଲୋକେ ପୂଜା କରିବା ସହ ସେଠାରେ ଥିବା ଶିବ ମନ୍ଦିରର ନାମ ଧବଳେଶ୍ଵର ରଖିଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button