ପାକିସ୍ତାନ, ନ୍ୟୁଜିଲାଣ୍ଡ ବିଦା: ଆମେରିକା ଓ ଆଫ୍ଗାନିସ୍ତାନ ସୁପର-୮ରେ – Kalinga News

[ad_1]
ଲାଉଡରହିଲ୍/ତରୌବା: ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-ଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଏହି ଫଳାଫଳ, ଆୟୋଜକ ଆମେରିକାକୁ ସିଧାସଳଖ ସୁପର-୮ରେ ପହଞ୍ଚାଇ ଦେଇଛି। ଭାରତ (୬ ପଏଣ୍ଟ) ପରେ ଆମେରିକା (୫ ପଏଣ୍ଟ) ଦ୍ବିତୀୟ ସ୍ଥାନରେ ରହି ଏହି ସ୍ଥାନ ପକ୍କା କରିଛି। ପାକିସ୍ଥାନ ଓ କାନାଡ଼ାକୁ ପରାସ୍ତ କରିଥିବାରୁ ଆମେରିକା ଏହାର ପୁରସ୍କାର ପାଇଛି। ପଦାର୍ପଣ ବିଶ୍ବକପ୍ରେ ଶୀର୍ଷ ୮ ଭିତରେ ସାମିଲ ହୋଇପାରିଛି। ଅନ୍ୟ ପକ୍ଷରେ ଆମେରିକାଠୁ ହାରିଥିବା ପୂର୍ବ ବିଜେତା ପାକିସ୍ତାନ (୩ ପଏଣ୍ଟ)ର ଅଭିଯାନ ଲିଗ୍ ପର୍ଯ୍ୟାୟରେ ଶେଷ ହୋଇଯାଇଛି। ଏହି ଗ୍ରୁପ୍ର ଅନ୍ୟ ଦୁଇ ଦଳ ଆୟର୍ଲାଣ୍ଡ ଓ କାନାଡ଼ା ମଧ୍ୟ ବିଦାୟ ନେଇଛନ୍ତି। ସେହିପରି ଗ୍ରୁପ୍-ସି’ରେ ଥିବା ବଡ଼ ଦଳ ନ୍ୟୁଜିଲାଣ୍ଡର ଅଭିଯାନ ମଧ୍ୟ ଶୁକ୍ରବାର ଲିଗ୍ ପର୍ଯ୍ୟାୟରୁ ଶେଷ ହୋଇଯାଇଛି। ଗ୍ରୁପ୍-ସିରୁ ୱେଷ୍ଟ୍ଇଣ୍ଡିଜ୍ ପରେ ଆଫ୍ଗାନିସ୍ତାନ ଦ୍ବିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି। ଶୁକ୍ରବାର ମ୍ୟାଚ୍ରେ ଆଫ୍ଗାନିସ୍ତାନ ୭ ୱିକେଟ୍ରେ ପପୁଆ ନ୍ୟୁ ଗିନିକୁ ପରାସ୍ତ କରିଛି। ଏହି ବିଜୟ ସହ ଦଳ ସୁପର-୮ ସ୍ଥାନ ନିଶ୍ଚିତ କରିଦେବାରୁ ଏହି ଗ୍ରୁପ୍ରେ ଥିବା ତାରକା ଖଚିତ ନ୍ୟୁଜିଲାଣ୍ଡ ଏଲିମିନେଟ୍ ହେବାକୁ ବାଧ୍ୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତ୍ରିନିଦାଦସ୍ଥିତ ବ୍ରାଏନ୍ ଲାରା ଷ୍ଟାଡିୟମ୍ରେ ଖେଳାଯାଇଥିବା ଗ୍ରୁପ୍-ସି ମ୍ୟାଚ୍ରେ ଫଜଲହକ୍ ଫାରୁକି (୪-୦-୧୬-୩) ଓ ନବୀନ ଉଲ୍ ହକ୍ (୨.୫-୦-୪-୨)ଙ୍କ ଘାତକ ବୋଲିଂ ସାମ୍ନା କରିପାରି ନପାରି ପପୁଆ ନ୍ୟୁଗିନି ୧୯.୫ ଓଭରରେ ୯୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ନୂର ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲା ବେଳେ ଅନ୍ୟ ୪ ଜଣ ରନ୍ଆଉଟ୍ ହୋଇଥିଲେ। ଜବାବରେ ଆଫ୍ଗାନିସ୍ତାନ ୧୫.୧ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଗୁଲ୍ବଦ୍ଦିନ ନାଏବ ୪୯* (୩୬ ବଲ୍, ୪ ଚୌକା, ୨ ଛକା) ଓ ମହମ୍ମଦ ନବି ୧୬* ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ।
ସଂକ୍ଷିପ୍ତ ସ୍କୋର୍: ପପୁଆ ନ୍ୟୁଗିନି ୧୯.୫ ଓଭରରେ ୯୫ (କିପ୍ଲିନ୍ ଦୋରିଗା-୨୭, ଅଲେଇ ନାଓ-୧୩, ଫଜଲହକ୍ ଫାରୁକି-୩/୧୬, ନବୀନ ଉଲ୍ ହକ୍-୨/୪)। ଆଫଗାନିସ୍ତାନ ୧୫.୧ ଓଭରରେ ୧୦୧/୩ (ଗୁଲ୍ବଦ୍ଦିନ ନାଏବ-୪୯*, ମହମ୍ମଦ ନବି-୧୬*, ଅଜମାତୁଲ୍ଲା ଉମରଜାଇ-୧୩, ସେମୋ କାମିଆ-୧/୧୬, ନୋର୍ମାନ ଭନୁଆ-୧/୧୮)।
[ad_2]




