ଖେଳ ଖବର

୧୯ ବର୍ଷରୁ କମ ବିଶ୍ବକପ ଫାଇନାଲ : ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ – Kalinga News

[ad_1]

ବେନୋନି: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ବକପ କ୍ରିକେଟରେ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୨୫୩ ରନ କରିଥିଲା । ଦଳର ସ୍କୋର ମାତ୍ର ୧୬ ରନ ହୋଇଥିବାବେଳେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ସାମ କୋନଷ୍ଟାସ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ହ୍ୟାରି ଡିକ୍ସନ ଓ ହ୍ୟୁ ଓ୍ବେବଜେନ ଏକ ଭଲ ପାର୍ଟନରସିପ୍ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ହରଜାସ ସିଂ ୫୫ରନ କରିଥିବାବେଳେ ହ୍ୟ ଓ୍ବେବଜେନ ୪୮ ରନ ଓ ଓଲିଭର ପିକ୍ ୪୬ ରନ କରିଥିଲେ । ସେହିପରି ହ୍ୟାରି ଡିକ୍ସନ ୪୨ରନ କରିଥିଲେ । ରିଆନ ହକ୍ସ ୨୦ ରନ କରିଥିଲେ ।

ଭାରତ ପକ୍ଷରୁ  ରାଜ୍ ଲିମ୍ବାନି ୩ଟି ଓ୍ବିକେଟ ନେଇଥିବାବେଳେ ନମନ ତିଓ୍ବାରି ୨ ଓ୍ବିକେଟ ନେଇଥିଲେ । ସଉମି ପାଣ୍ଡେ ଓ ମୁସିର ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button