ଖେଳ ଖବର

ସୃଷ୍ଟି, ମନ୍ନତାଙ୍କୁ ସ୍ବର୍ଣ୍ଣ – Kalinga News

[ad_1]

ଏସିଆ କପ୍‌ ପାଇଁ ବିଶ୍ବରଂଜନଙ୍କୁ ଦାୟିତ୍ବ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ସନ୍ତରଣାଗାରରେ ଚାଳିଥିବା ଦ୍ବିତୀୟ ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା (ଫାଇନାଲ୍‌)ରେ ମଙ୍ଗଳବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୬ ପଦକ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୧ (୩ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୪ କାଂସ୍ୟ)ରେ ପହଞ୍ଚିଛି। ସୃଷ୍ଟି ଉପାଧ୍ୟାୟ ଓ ମନ୍ନତା ମିଶ୍ର ସ୍ବର୍ଣ୍ଣ ଜିତିଛନ୍ତି। ୧୦୦ ମିଟର ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ ମନ୍ନତା (୧:୧୪.୫ ସେକେଣ୍ଡ) ସ୍ବର୍ଣ୍ଣ ଏବଂ ଦିବ୍ୟଙ୍କା ପ୍ରଧାନ (୧:୧୬.୧ ସେକେଣ୍ଡ) ରୌପ୍ୟ ଜିତିଛନ୍ତି। ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି (୧:୦୩.୪ ସେକେଣ୍ଡ) ସ୍ବର୍ଣ୍ଣ ଏବଂ ଦିବ୍ୟଙ୍କା ( ୧:୦୭.୦ ସେକେଣ୍ଡ) ‌କାଂସ୍ୟ ପାଇଛନ୍ତି। ଅନ୍ୟପକ୍ଷରେ ଫ୍ରିଷ୍ଟାଇଲ୍‌ ୧୦୦ ମିଟରରେ ସୋନିଆ ପଟେଲ (୧:୦୧.୭) ଏବଂ ୧୫୦୦ ମିଟରରେ ଅଭି‌ନବ ସିଂହ କାଂସ୍ୟ ଜିତିଛନ୍ତି।

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଅନ୍ତର୍ଜାତୀୟ ସ୍ତରର ହକି ଅମ୍ପାୟର ବିଶ୍ବରଂଜନ ଷଡ଼ଙ୍ଗୀଙ୍କୁ ମିଳିଛି ଆଉ ଏକ ବଡ଼ ସୁଯୋଗ। ସିଙ୍ଗାପୁରରେ ଜୁନ୍‌ ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏସୀୟ ପୁରୁଷ ଓ ମହିଳା କନିଷ୍ଠ ହକି ପ୍ରତିଯୋଗିତା ଲାଗି ବିଶ୍ବରଂଜନଙ୍କୁ ‌ଟେକ୍‌ନିକାଲ୍ ଡେଲିଗେଟ୍ ନିଯୁକ୍ତ କରାଯାଇଛି। ଏଜି ଓଡ଼ିଶାରେ କାର୍ଯ୍ୟରତ ବିଶ୍ବଙ୍କ ସମସ୍ତ ଯାତାୟତ ଓ ରହଣି ଖର୍ଚ୍ଚ ଆୟୋଜକ ଏସୀୟ ହକି ସଂଘ ବହନ କରିବ। ପୂର୍ବରୁ ବିଶ୍ବ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହକି ପ୍ରତିଯୋଗିତାରେ ଅମ୍ପାୟର, ଟେକ୍‌ନିକାଲ୍ ଅଫିସର୍ ଭାବେ ଦାୟିତ୍ବ ତୁଲାଇବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button