ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂହ ତମାଙ୍ଗ – Kalinga News
[ad_1]
ନୂଆଦିଲ୍ଲୀ: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍) ସୁପ୍ରିମୋ ପ୍ରେମ ସିଂହ ତମାଙ୍ଗ ଲଗାତାର ଦ୍ବିତୀୟ ଥର ପାଇଁ ଆଜି ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପାଲଜୋର ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ୫୬ ବର୍ଷୀୟ ତମାଙ୍ଗଙ୍କୁ ଶପଥ ପାଠ କରାଇଛନ୍ତି। ସିକ୍କିମରେ ୩୨ ବିଧାନସଭା ଆସନରୁ ଏସ୍କେଏମ୍ ୩୧ ଆସନରେ ଜିତିଥିବାବେଳେ ଏସଡିଏଫ୍ (ସିକ୍କିମ ଡିମୋକ୍ରାଟିକ ଫ୍ରଣ୍ଟ୍) ଗୋଟିଏ ଆସନରେ ଜିତିଛି। ତମାଙ୍ଗ ଦଳର ବିଜୟକୁ ଏକ ରେକର୍ଡ ବୋଲି କହିଥିଲେ। ତମାଙ୍ଗ ରେନୋକ ବିଧାନସଭା ଆସନରେ ଏସଡିଏଫ୍ର ସୋମନାଥଙ୍କୁ ୭,୩୯୬ ଭୋଟ୍ ବ୍ୟବଧାନରେ ହରାଇଥିଲେ। ସିକ୍କିମରେ ୩୨ ବିଧାନସଭା ଆସନରେ ଏପ୍ରିଲ ୧୯ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରେମ ସିଂହ ତମାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ସିକ୍କିମର ପ୍ରଗତି ପାଇଁ ତମାଙ୍ଗଙ୍କ ସହ କାମ କରିବି।
[ad_2]