ଅପରାଧ

ପୁଅକୁ କଚାଡ଼ି ମାରିଲା ବାପା – Kalinga News

[ad_1]

ପାଇକମାଳ: ନିଜ ଜନ୍ମକଲା କୁନି ପିଲାକୁ କଚାଡ଼ି ମାରିଦେଇଛି ବାପା। ବରଗଡ଼ ଜିଲ୍ଲା ପାଇକମାଳ ଥାନା ଜାମସେଠ୍‌ ପଞ୍ଚାୟତ ଚେରଙ୍ଗାଝାଞ୍ଜ ଗ୍ରାମରେ ଶନିବାର ସଂଧ୍ୟାରେ ଏଭଳି ଏକ ଘଟଣା ଘଟିଛି। ପାଇକମାଳ ଥାନା ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବାପା ହେମନ୍ତ ଭୁଏ (୩୫)କୁ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ ନିଶାସକ୍ତ ଅବସ୍ଥାରେ ହେମନ୍ତ ପ୍ରତ୍ୟହ ଘରକୁ ଆସିଥାଏ। ସ୍ତ୍ରୀ ସହ ବିଭିନ୍ନ ସମୟରେ ଝଗଡ଼ା ମଧ୍ୟ କରେ। ଶନିବାର ସଂଧ୍ୟାରେ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀଙ୍କୁ ୨୦୦ ଟଙ୍କା ଦେବାକୁ ଜିଦ୍‌ କରିଥିଲା। ସ୍ତ୍ରୀ ପାଖରେ ଟଙ୍କା ନଥିବାରୁ ସେ ଦେଇପାରି ନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ହେମନ୍ତ ନିଜ ୫ ମାସର ଶିଶୁପୁତ୍ରକୁ ସ୍ତ୍ରୀ ହାତରୁ ଛଡ଼ାଇ ନେଇ ଘର ସାମ୍ନାରେ ରାସ୍ତାରେ କଚାଡ଼ି ଦେଇଥିଲା। ଶିଶୁଟି ସଂଜ୍ଞାହୀନ ହୋଇପଡ଼ିବାରୁ ତାକୁ ପରିବାର ବର୍ଗ ଓ ସଂପର୍କୀୟ ନୂଆପଡ଼ା ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିଲେ। ରାସ୍ତାରେ ଯିବା ସମୟରେ ଶିଶୁଟିର ମୃତ୍ୟୁ ହୋଇଥିଲା। ପୁଲିସ୍‌ ସକାଳୁ ଖବର ପାଇ ଗାଁରେ ପହଞ୍ଚି ତଦନ୍ତ କରିଥିଲା। ଏନେଇ ଏକ ହତ୍ୟା ମାମଲା ପୁଲିସ ରୁଜୁ କରି ଅଭିଯୁକ୍ତ ବାପାକୁ ଗିରଫ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button