ସ୍ୱାସ୍ଥ୍ୟ

କାହିଁକି ଆସେ ହାର୍ଟଟାକ ? ଏହା ସହିତ ଜାଣନ୍ତୁ Heart Attack ପୂର୍ବରୁ ଶରୀରରେ ଦେଖାଦିଏ କେଉଁସବୁ ଲକ୍ଷଣ ?

ନମସ୍କାର ବନ୍ଧୁଗଣ, ହାର୍ଟ ସହ ଜଡିତ ଥିବା ରୋଗ ଏବେ ପ୍ରାୟ ସମସ୍ତଙ୍କ ପାଖରେ ଦେଖିବା ପାଇଁ ମିଳୁଛି । ହୃଦୟ ଜନିତ ରୋଗ ପାଇଁ ଆପଣ ଭାରତରେ ବହୁତ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି । ତେବେ ଏହି ହାର୍ଟ ଆଟାକ କମ ବୟସର ଯୁବକଙ୍କ ଠାରେ ବେଶି ଦେଖିବା ପାଇଁ ମିଳୁଛି । ଏହା ଅକାଳ ବିୟୋଗର ଏକ ପ୍ରମୁଖ କାରଣ ପାଲଟି ସାରିଲାଣି । କିନ୍ତୁ ତୁଳନା କରିବା ପାଇଁ ଗଲେ ଏହି ସମସ୍ୟା ଆମ ଭାରତରେ ଅଧିକ ଦେଖିବା ପାଇଁ ମିଳୁଛି । ତେବେ କଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା ।

ଡାକ୍ତରମାନଙ୍କ କହିବା ଅନୁଯାୟୀ ଆମ ଦେଶର ଯୁବକ ମାନଙ୍କ ହୃଦୟ ବହୁତ ଦୁର୍ବଳ ହୋଇସାରିଲାଣି । ଯୁବକଙ୍କ ଠାରେ ଏହି ସମସ୍ୟା ଦେଖା ଦେବାର ପ୍ରମୁଖ କାରଣ ହେଉଛି ଆମର ଆଧୁନିକ ଜୀବନଶୈଳୀ । ଜୀବନରେ ବହୁତ ଅଧିକ ଚିନ୍ତା, ଖାଇବା ପିଇବାର ଭୁଲ ଅଭ୍ୟାସ, କମ୍ପୁଟର ଏବଂ ଇଲେଟ୍ରୋନିକ ଉପକରଣ ସାମ୍ନାରେ ବହୁତ ସମୟ ପର୍ଯ୍ଯନ୍ତ କାମ କରିବା, ଧୂମ୍ରପାନ, ନିଶା ଦ୍ରବ୍ୟର ସେବନ ଏବଂ ପ୍ରଦୂଷଣ ପରିବେଶ ପାଇଁ ହିଁ ହାର୍ଟ ଆଟାକ ଭଳି ସମସ୍ୟା ଉପୁଜୁଛି ବୋଲି ଡାକ୍ତରଙ୍କ ମାନେ ତଥା ବିଶେଷଜ୍ଞ ମାନେ କହୁଛନ୍ତି ।

କମ ବୟସରୁ ପିଲାମାନେ ଭୁଲ ଦିଗ ଆଡକୁ ଗତି କରୁଛନ୍ତି ଯାହା ସେମାନଙ୍କ ଚିନ୍ତାର କାରଣ ହେଉଛି । ବାହାରେ ସାଙ୍ଗ ସାଥିଙ୍କ ସହ ମଉଜ ମସ୍ତି କରିବା ଚକ୍କରରେ ବାହାର ବିଶୁଦ୍ଧ ଖାଦ୍ୟ ଖାଇବା ସହ ନିଶା ଦ୍ରବ୍ଯ ସେବନ କରିବାରେ ଲାଗୁଛନ୍ତି । ତାଙ୍କର ଏହି ମଜା ଆଗକୁ ଯାଇ ସେମାନଙ୍କ ପାଇଁ ସଜା ପାଲଟି ଯାଉଛି ।

ହାର୍ଟ ଆଟାକ ହେବାର ସବୁଠାରୁ ପ୍ରମୁଖ ଲକ୍ଷଣ ହେଉଛି ଛାତିରେ ଅଧିକ କଷ୍ଟ ହେବା । ଯେତେବେଳେ ହାର୍ଟ ପର୍ଯ୍ୟନ୍ତ ରକ୍ତ ପ୍ରବାହ ହୋଇପାରେ ନାହିଁ ସେତେବେଳେ ହାର୍ଟ ଆଟାକ ହୋଇଥାଏ । ଧମନୀ ଦେଇ ଶରୀରରେ ରକ୍ତ ପ୍ରବାହ ହୋଇଥାଏ । ଧମନୀରେ କୌଣସି ବାଧା ଉପୁଜିବା ଫଳରେ ରକ୍ତ ହାର୍ଟ ପର୍ଯ୍ଯନ୍ତ ପହଞ୍ଚି ପାରେ ନାହିଁ ଯାହା ଆପଣଙ୍କ ହାର୍ଟ ଆଟାକର କାରଣ ପାଲଟି ଯାଏ ।

ବେଳେ ବେଳେ ହାର୍ଟ ଆଟାକ ପାଇଁ ବହୁତ ଅଧିକ କଷ୍ଟ ଅନୁଭୂତ ହୋଇନଥାଏ । ତାହାକୁ ସାଇଲେଣ୍ଟ ହାର୍ଟ ଆଟାକ କୁହାଯାଏ । ସ୍ୱାସ୍ଥ୍ୟ କେନ୍ଦ୍ରର କଳନା ଅନୁଯାୟୀ ଦୁନିଆରେ ଅଲଗା କାରଣ ପାଇଁ ହେଉଥିବା ମୃତ୍ୟୁ ଠାରୁ ଅଧିକ ହାର୍ଟ ଆଟାକ ପାଇଁ ମୃତ୍ୟୁ ହେଉଛି ।

ମହିଳାଙ୍କ ଠାରେ ଏହି ସମସ୍ୟା କମ ଥାଏ କାରଣ ସେମାନଙ୍କ ଶରୀରରେ ରହିଥିବା ସେକ୍ସ ହରମୋନ ତାଙ୍କୁ ଏହି ରୋଗରୁ ମୁକ୍ତି ଦେଇଥାଏ । ହାର୍ଟ ଆଟାକ ଭଳି ସମସ୍ୟାରୁ ବଞ୍ଚିବା ପାଇଁ ଯୁବପିଢୀଙ୍କୁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button