ରାଜନୀତି

ଏନ୍‌ଡିଏର ନୂଆ ଅଧ୍ୟାୟ: ମୋଦୀ ୩.୦ – Kalinga News

[ad_1]

ସମ୍ବିଧାନକୁ ପ୍ରଣାମ, ଚିରାଗଙ୍କୁ ଆଲିଙ୍ଗନ, ମନ୍ତ୍ରୀ ପଦ ନେଇ ଚେତାବନୀ

ନୂଆଦିଲ୍ଲୀ: ୧୯୯୮ ମସିହାରେ ଗଠନ ହୋଇଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦୀ ଶୁକ୍ରବାର ଏନଡିଏ ସଂସଦୀୟ ଦଳର ନେତା ଏବଂ ଲୋକସଭା ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ମୋଦୀ ୩.୦ ସରକାର ଗଠନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୂର୍ବ ସରକାରଙ୍କ କାର୍ଯ୍ୟ ଏବଂ ଆଗାମୀ ସରକାରଙ୍କ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ବୈଠକରେ ପହଞ୍ଚିବା ମାତ୍ରେ ମୋଦୀ ସେଠାରେ ରଖାଯାଇଥିବା ସମ୍ବିଧାନକୁ ପ୍ରଣାମ କରିଥିଲେ। ବୈଠକରେ ଜଣେ ପରେ ଜଣେ ଏନ୍‌ଡିଏ ନେତା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ସମର୍ଥନ ଘୋଷଣା କରିଥିବା ବେଳେ ଏଲ୍‌ଜେପି(ରାମବିଳାସ) ନେତା ଚିରାଗ ପାଶ୍ବାନଙ୍କୁ ତାଙ୍କ ଭାଷଣ ପରେ ପ୍ରଧାନମନ୍ତ୍ରୀ ଆଲିଙ୍ଗନ କରିଥିଲେ। ଅନ୍ୟପକ୍ଷରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ତାଙ୍କ ଉଦ୍‌ବୋଧନ ପରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ପ୍ରୟାସ କରିବା ବେଳେ ସେ ତାଙ୍କୁ ଅଟକାଇଥିଲେ।

ସମ୍ବିଧାନକୁ ପ୍ରଣାମ, ଚିରାଗଙ୍କୁ ଆଲିଙ୍ଗନ, ମନ୍ତ୍ରୀ ପଦ ନେଇ ଚେତାବନୀ
ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ନୀତୀଶଙ୍କ ପ୍ରୟାସ

ଏନଡିଏକୁ ପ୍ରଶଂସା କରି ମୋଦୀ କହିଛନ୍ତି, ଭାରତର ଏହି ମହାନ ଗଣତନ୍ତ୍ରର ଶକ୍ତିକୁ ଦେଖନ୍ତୁ ଯେ ଆଜି ଦେଶର ୨୨ଟି ରାଜ୍ୟର ଜନତା ଏନଡିଏ ସରକାର ଗଠନ କରି ସେମାନଙ୍କୁ ସେବା କରିବାର ସୁଯୋଗ ଦେଇଛନ୍ତି। ଯଦି ମୁଁ ଏନ୍‌ଡିଏକୁ ଗୋଟିଏ ପଟେ ରଖିବି ଏବଂ ଅନ୍ୟପଟେ ଭାରତବାସୀଙ୍କ ସ୍ୱପ୍ନ ଓ ସଂକଳ୍ପକୁ ରଖିବି, ତେବେ ମୁଁ କହିବି ଯେ ଏନଡିଏର ଅର୍ଥ ହେଉଛି ନୂଆ ଭାରତ, ବିକଶିତ ଭାରତ ଓ ଆକାଂକ୍ଷୀ ଭାରତ। ଆମର ପ୍ରତିବଦ୍ଧତା ଅଛି ଏବଂ ଆମର ଏକ ରୋଡମ୍ୟାପ୍ ମଧ୍ୟ ଅଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ଆମ ସମ୍ବିଧାନର ୭୫ତମ ବର୍ଷ। ଆମେ ଚାହୁଁଛୁ ଯେ ଏହି ୭୫ ତମ ବର୍ଷରେ ଆମେ ସମ୍ବିଧାନର ଭାବନାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ ଏବଂ ଆମର ନୀତି, କାର୍ଯ୍ୟଦକ୍ଷତା ଏବଂ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଅହରହ ପ୍ରୟାସ ଜାରି ରହିବ। ଆଗାମୀ ୧୦ ବର୍ଷ ମଧ୍ୟରେ ସୁଶାସନ, ବିକାଶ, ନାଗରିକଙ୍କ ଜୀବନର ଗୁଣାତ୍ମକମାନକୁ ନେଇ ସରକାର ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟ କରିବ।
ମିଡିଆରେ ମିଛ ଖବର ନେଇ ମୋଦୀ କହିଛନ୍ତି ଯେ ଆଜିକାଲି ଅନେକ ଲୋକ ସରକାର ଗଢ଼ିବାରେ ଲାଗିପଡ଼ିଛନ୍ତି। ମନ୍ତ୍ରୀ ପଦବି ମଧ୍ୟ ବଣ୍ଟନ କରୁଛନ୍ତି। ଏହି ସମସ୍ତ ପ୍ରୟାସ ଅନାବଶ୍ୟକ। ଯଦି ଆପଣଙ୍କ ପାଖକୁ ମଧ୍ୟ କାହାର କଲ୍ ଆସୁଛି ତେବେ ପ୍ରଥମେ ଏହାକୁ ନିଶ୍ଚିତ କରନ୍ତୁ। ସୋସିଆଲ ମିଡିଆରେ ମିଛ ମନ୍ତ୍ରିମଣ୍ଡଳ ଗଠନ କରିବା ଏବଂ ମିଛ ତାଲିକା ଜାରି କରିବା ଲୋକଙ୍କ ସଂଖ୍ୟା କମ୍‌ ନୁହେଁ ବୋଲି ମୋଦୀ ଚେତାଇ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button