ଖେଳ ଖବର

ମହାମୁକାବିଲା ପାଇଁ ଉତ୍କଣ୍ଠା: ଅତିରିକ୍ତ ଟିକେଟ୍‌ ବିକିବ ଆଇସିସି – Kalinga News

[ad_1]

ନ୍ୟୁୟର୍କ: ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତି ଭାରତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେବ ଆଇସିସି ଟ୍ରଫି ନଜିତିବାର ଦୁଃଖକୁ ଦୂର କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଗତଥର ବିଜେତା ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭଳି ଦଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ନିଜନିଜର ଦାବି ଉପସ୍ଥାପନା କରୁଥିଲା ବେଳେ ସମଗ୍ର ବିଶ୍ବର ନଜର କିନ୍ତୁ ରହିଛି ଭାରତୀୟ ଦଳ ଉପରେ। ସର୍ବାଧିକ ଲୋକପ୍ରିୟ ଦଳ ଭାବେ ରୋହିତ ବାହିନୀ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ସେହିଭଳି ଭାରତ-ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍‌କୁ ନେଇ ଆମେରିକାରେ ଅପୂର୍ବ ଉତ୍ସାହ ପରିଲକ୍ଷିତ ହେଉଛି। ୯ ତାରିଖର ଏହି ମ୍ୟାଚ୍ ଲାଗି ଆୟୋଜକ ନ୍ୟୁୟର୍କ ସହର ମଧ୍ୟ ବେଶ୍ ଚଳଚଞ୍ଚଳ ରହିଛି। ଏହି ମ୍ୟାଚ୍ ପୂର୍ବରୁ ୨୦୦୭ ମସିହାର ଦୁଇଟି ମ୍ୟାଚ୍‌କୁ ମିଶାଇ ଭାରତ ଓ ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୭ଥର ( ୨୦୦୭ ଲିଗ୍ ଓ ଫାଇନାଲ୍, ୨୦୧୨, ୨୦୧୪, ୨୦୧୬, ୨୦୨୧ ଓ ୨୦୨୨) ମୁହାଁମୁହିଁ ହୋଇଛନ୍ତି। କେବଳ ୨୦୦୯ ଓ ୨୦୧୦ରେ ଏହି ଦୁଇ ଚିରପ୍ରତିଦ୍ବନ୍ଦ୍ବୀ ପରସ୍ପରକୁ ଭେଟି ନଥିଲେ। ସେଥିମଧ୍ୟରୁ ଭାରତ ୬ଥର ବିଜେତା ହୋଇଥିଲା ବେଳେ ପାକିସ୍ତାନ କେବଳ ଥରେ ଜିତିଛି। ଏଣୁ ଉଭୟ ଏଥର ମ୍ୟାଚ୍ ଜିତି ପ୍ରଶଂସକଙ୍କୁ ଖୁସ୍‌ କରିବା ଲକ୍ଷ୍ୟରେ ରହିଛନ୍ତି। ତେବେ ପରିସଂଖ୍ୟାନ ସହ ବିଶ୍ବ ମାନ୍ୟତାରେ ଭାରତ (୨), ପାକିସ୍ତାନ (୬)ଠାରୁ ଟିକିଏ ସୁବିଧାଜନକ ସ୍ଥିତିରେ ଅଛି। ତେବେ ଏହି ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବାକୁ ଥିବା ନାସାଉ ଅନ୍ତର୍ଜାତୀୟ କାଉଣ୍ଟି ଷ୍ଟାଡିୟମ୍‌ର ଅସାମାନ୍ୟ ପିଚ୍ ଓ ଢିଲା ଆଉଟ୍‌ଫିଲ୍ଡ ଉଭୟ ଦଳର ମୁଣ୍ଡ ବ୍ୟଥା ବଢ଼ାଇଛି। ମାନ୍ୟତା ସହ ଦଳୀୟ ସନ୍ତୁଳନ ଦୃଷ୍ଟିରୁ ଭାରତର ପଲା ଏହି ମ୍ୟାଚ୍‌ରେ ଭାରୀ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୨ରେ ଖେଳାଯାଇଥିବା ଗତ ମୁକାବିଲାରେ ମଧ୍ୟ ଭାରତ ବିଜୟୀ ହୋଇଥିଲା। ଏହି ମହାମୁକାବିଲା ପରେ ଭାରତ ୧୨ ତାରିଖରେ ଆମେରିକା ଏବଂ ୧୫ ତାରିଖରେ କାନାଡାକୁ ଭେଟି ଲିଗ୍ ଅଭିଯାନ ଶେଷ କରିବ। ଭାରତ ଚଳିତ ସଂସ୍କରଣରେ ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା ଓ ଆୟୋଜକ ଆମେରିକା ସହ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛି। ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଜିତିଛି।

୯ ତାରିଖକୁ ପ୍ରଶଂସକଙ୍କ ଅପେକ୍ଷା
୭ ମ୍ୟାଚ୍‌ରୁ ଟିମ୍ ଇଣ୍ଡିଆ ଜିତିଛି ୬, ପାକିସ୍ତାନ ୧
ଆମେରିକାରେ ଅପୂର୍ବ ଉତ୍ସାହ, ନାସାଉ ପିଚ୍‌ କିନ୍ତୁ ଚିନ୍ତାର କାରଣ

ଭାରତୀୟ ଦଳରେ ଥିବା ଅଧିକାଂଶ ଖେଳାଳି ବ୍ୟକ୍ତିଗତ ଭାବେ ଆଇପିଏଲ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ ପାକିସ୍ତାନ ମ୍ୟାଚ୍ ସହ ସମଗ୍ର ବିଶ୍ବକପ୍‌ରେ ଦଳଗତ ଭାବେ ଏହି ସଫଳତା ଦୋହରାଇବେ ବୋଲି ଆଶା ରଖିଛନ୍ତି ସମର୍ଥକ। ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟା ଆଇପିଏଲ୍‌ ବିଫଳତାକୁ ଭୁଲି ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେହିଭଳି ହିଟ୍ ମ୍ୟାନ୍ ରୋହିତ ଶର୍ମା ମଧ୍ୟ ଦାୟିତ୍ବସଂପନ୍ନ ପାଳି ଖେଳିଛନ୍ତି। ଆଇପିଏଲ୍‌ର ନାରଙ୍ଗୀ ଟୋପି ଅଧିକାରୀ କୋହଲି ଅବଶ୍ୟ ବିଫଳ ହୋଇଛନ୍ତି। ତେବେ ସୂର୍ଯ୍ୟକୁମାର ଯାଦବ, ବିସ୍ଫୋରକ ଋଷଭ ପନ୍ତ ଓ ଶିବମ ଦୁବେଙ୍କ ରୂପରେ ଦଳରେ ବହୁ ମ୍ୟାଚ୍ ବିଜୟୀ ବ୍ୟାଟର୍ ପାକିସ୍ତାନ ବୋଲରଙ୍କୁ ଘାଇଲା କରିବାକୁ ପୂରା ପ୍ରସ୍ତୁତ। ଦଳରେ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲ୍‌ରାଉଣ୍ଡର ଅଛନ୍ତି। ଦ୍ରୁତ ବୋଲିଂ ବାହିନୀରେ ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜଙ୍କ ଭଳି ଯୋଦ୍ଧା ପ୍ରତିପକ୍ଷକୁ ଡରାଇବାକୁ ପୂରା ପ୍ରସ୍ତୁତ ରହିଛନ୍ତି। ପୁଣି ସ୍ପିନ୍ ବିଭାଗକୁ ସମୃଦ୍ଧ କରୁଛନ୍ତି ୟୁଝବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ। କାର୍ ଦୁର୍ଘଟଣା ପାଇଁ ପାଖାପାଖି ଦେଢ଼ବର୍ଷର ବ୍ୟବଧାନ ପରେ କ୍ରିକେଟ୍‌କୁ ଫେରି ଋଷଭ ପନ୍ତ କେବଳ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେଇ ନଥିଲେ ବ୍ୟକ୍ତିଗତ ଭାବେ ମଧ୍ୟ ଆଶାଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ। କୋହଲି ଆଇପିଏଲ୍‌୨୦୨୪ରେ ସର୍ବାଧିକ ରନ୍ କରି ନାରଙ୍ଗୀ ଟୋପିର ଅଧିକାରୀ ହୋଇଥିଲେ।

ମାତ୍ର ୧୫ ମ୍ୟାଚ୍‌ରୁ ଗୋଟିଏ ଶତକ ସହ ୭୪୧ ରନ୍ କରିଥିଲେ ସେ। ସେହିଭଳି ଋଷବ ପନ୍ତ ୧୩ ମ୍ୟାଚ୍‌ରୁ ୪୪୬, ଯଶସ୍ବୀ ଜୟସ୍ବାଲ ୧୬ ମ୍ୟାଚ୍‌ରୁ ୪୩୫, ସଞ୍ଜୁ ସାମସନ୍ ୧୬ ମ୍ୟାଚ୍‌ରୁ ୫୩୧, ଶିବମ ଦୁବେ ୧୪ ମ୍ୟାଚ୍‌ରୁ ୩୯୬, ସୂର୍ଯ୍ୟକୁମାର ଯାଦବ ୧୧ ମ୍ୟାଚ୍‌ରୁ ୩୪୫, ରୋହିତ ଶର୍ମା ୧୪ ମ୍ୟାଚ୍‌ରୁ ୪୧୭ ରନ୍ କରିଛନ୍ତି। ଭାରତୀୟ ବୋଲିଂ‌ବାହିନୀର ନେତୃତ୍ବ ଯଶପ୍ରୀତ ବୁମ୍‌ରା ନେଉଛନ୍ତି। ଆଇପିଏଲ୍‌ରେ ବୁମ୍‌ରା ୧୩ ମ୍ୟାଚ୍ ଖେଳି ତୃତୀୟ ସର୍ବାଧିକ ୨୦ ୱିକେଟ୍ କରାୟତ୍ତ କରିଛନ୍ତି। ସେହିଭଳି ୟୁଝବେନ୍ଦ୍ର ଚହଲ ୧୫ ମ୍ୟାଚ୍‌ରୁ ୧୮, ଅର୍ଶଦୀପ ସିଂହ ୧୪ ମ୍ୟାଚ୍‌ରୁ ୧୯, ମହମ୍ମଦ ସିରାଜ ୧୪ ମ୍ୟାଚ୍‌ରୁ ୧୫, ଅକ୍ଷର ପଟେଲ ୧୪ ମ୍ୟାଚ୍‌ରୁ ୧୧, କୁଲଦୀପ ଯାଦବ ୧୧ ମ୍ୟାଚ୍‌ରୁ ୧୬ ୱିକେଟ୍ ଅକ୍ତିଆର କରି ଚମତ୍କାର ଫର୍ମରେ ରହିଛନ୍ତି। ଅଧିନାୟକ ରୋହିତ ଶର୍ମା ଅଧିନାୟକ କିମ୍ବା ଖେଳାଳି ଭାବେ ଥରେ ହେଲେ ବି ଟ୍ବେଣ୍ଟି-୨୦ ବିଶ୍ବକପ୍ ‌ଜିତି ନାହାନ୍ତି। ବିରାଟ କୋହଲି ମଧ୍ୟ ସମାନ ସ୍ଥିତି‌ରେ ରହିଛନ୍ତି। ରେକର୍ଡର ପାହାଡ଼ ସୃଷ୍ଟି କରିଥିଲେ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ଏପର୍ଯ୍ୟନ୍ତ ତାଙ୍କ ଭାଗ୍ୟରେ ଜୁଟିନି। ଏଥର ଏହି ଅଭାବବୋଧ ଦୂର କରିବା ଲକ୍ଷ୍ୟରେ ଉଭୟ କୋହଲି ଓ ରୋହିତ ରହିବେ। ସେହିଭଳି ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେପରେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କୁ ଟ୍ରଫି ଉପହାର ଦେବା ଲକ୍ଷ୍ୟରେ ରହିଛନ୍ତି ଭାରତୀୟ ଖେଳାଳି।

ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍‌ ସହିତ ଆଉ କିଛି ବଡ଼ ମ୍ୟାଚ୍‌ଗୁଡ଼ିକ ପାଇଁ ଆଇସିସି ପକ୍ଷରୁ ଅତରିକ୍ତ ଟିକେଟ୍‌ ବିକ୍ରି କରାଯିବ। ଟିକେଟ୍‌ଗୁଡ଼ିକ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଉକ୍ତ ମ୍ୟାଚ୍‌ଗୁଡ଼ିକ ପାଇଁ ପ୍ରଶଂସକମାନଙ୍କ ମଧ୍ୟରେ ଚାହିଦା ଅଧିକ ଥିବାରୁ ଆଇସିସି ତାହାର ସହଯୋଗୀଙ୍କ ସହିତ ମିଶି ଅତିରିକ୍ତ ଟିକେଟ୍‌ ବିକ୍ରି କରିବ। ଭାରତ-ପାକିସ୍ତାନ ମ୍ୟାଚ୍‌ ବ୍ୟତୀତ ଟେକ୍ସାସ୍‌ସ୍ଥିତ ଗ୍ରାଣ୍ଡ ପ୍ରାଇରି କ୍ରିକେଟ୍‌ ଷ୍ଟାଡିୟମ୍‌ ଓ ଫ୍ଲୋରିଡ଼ାସ୍ଥିତ ବ୍ରୋୱାର୍ଡ କାଉଣ୍ଟି ଷ୍ଟାଡିୟମ୍‌ରେ ହେବାକୁ ଥିବା କିଛି ମ୍ୟାଚ୍‌ଗୁଡ଼ିକ ପାଇଁ ଅତରିକ୍ତ ଟିକେଟ୍‌ ବିକ୍ରି କରାଯିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button