ଦେଶ- ବିଦେଶ
୧ ଲକ୍ଷ ଗ୍ୟାରେଣ୍ଟି କାର୍ଡ ପାଇଁ ଉତ୍ତରପ୍ରଦେଶ କଂଗ୍ରେସ ଅଫିସରେ ମହିଳାଙ୍କ ଲମ୍ବା ଧାଡ଼ି – Kalinga News

[ad_1]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟ ଅତ୍ୟନ୍ତ ଚମକପ୍ରଦ ପ୍ରଦର୍ଶନ କରିଛି। ଇଣ୍ଡି ମେଣ୍ଟ ଉତ୍ତରପ୍ରଦେଶରେ ଏନଡିଏକୁ ପଛରେ ପକାଇଦେଇଛି। ଏଥିପାଇଁ କଂଗ୍ରେସ ଉତ୍ତରପ୍ରଦେଶରେ ମହିଳାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାପାଇଁ ଦାବି ଉଠିଲାଣି। ଆଜି ଲକ୍ଷ୍ନୌ ସ୍ଥିତ କଂଗ୍ରେସ ଅଫିସ ବାହାରେ ମହିଳାମାନଙ୍କର ଲମ୍ବା ଲାଇନ୍ ଲାଗିଛି। ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ମହିଳାମାନଙ୍କୁ ୧ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ଦାବିରେ ଆଜି ମହିଳାମାନେ କଂଗ୍ରେସ ଅଫିସ ବାହାରେ ଲମ୍ବା ଧାଡ଼ି ଲଗାଇ ଠିଆ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପ୍ରଚାର ସମୟରେ କହିଥିଲଶ ଯେ ଏହା ପ୍ରତି ଗରିବ ପରିବାରର ମହିଳା ମୁଖ୍ୟଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବ। ତେଣୁ ଏହି ଦାବିରେ ଆଜି ଅନେକ ସଂଖ୍ୟାରେ ମୁସଲମାନ ମହିଳାଙ୍କୁ ଲକ୍ଷ୍ନୌ ଅଫିସ ବାହାରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି
[ad_2]