ରାଜନୀତି

ଆଜି ଓଡ଼ିଶାରେ ନୂଆ ଇତିହାସ ଲେଖାଗଲା: ଧର୍ମେନ୍ଦ୍ର – Kalinga News

[ad_1]

ମହାପ୍ରଭୁ ଜଗନ୍ନାଥ ପାଖରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି

ଭୁବନେଶ୍ବର: ବିଜେପିର ବିଜୟ ପରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆଜି ଓଡିଶାରେ ନୂଆ ଇତିହାସ ଲେଖାଗଲା। ୧୯ଟି ଲୋକସଭା ଆସନରେ ବିଜୟ ଏବଂ ଆଉ ଗୋଟେ ଆସନରେ ବିଜୟର ସମ୍ଭାବନା ରହିଛି। ବିଜେଡ଼ି ଓ କଂଗ୍ରେସ ଦଳକୁ ଦୀର୍ଘବର୍ଷ ଧରି ସେବା କରିବାର ସୁଯୋଗ ମିଳିଥିଲା। ଓଡ଼ିଶା ଆସି ପ୍ରଧାନମନ୍ତ୍ରୀ ବିଜେପିକୁ ଗୋଟେ ଥର ସୁଯୋଗ ଦେବାକୁ କହିଥିଲେ, ଜନତା ମଧ୍ୟ ସହମତି ଦେଇ ବଡ଼ ଆଶୀର୍ବାଦ ଦେଇଛନ୍ତି। ରାଜ୍ୟରେ ବିଜେପି ବହୁମତ ରେ ସରକାର କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଜୁନ ୧୦ରେ ବିଜେପି ସରକାର କରିବାକୁ ଶପଥ ନେବେ ବୋଲି ଯାହା କହିଥିଲେ, ଏବେ ତାହା ସତ ହୋଇଛି। ଏହା ବିଜେପିର ବିଜୟ ନୁହେଁ ଓଡିଆ ଲୋକଙ୍କ ବିଜୟ। ଏହାସହ ଓଡ଼ିଆ ଅସ୍ମିତା, ଭାଷା ଓଡ଼ିଆ ପରିଚୟର ବିଜୟ। ଓଡ଼ିଶାବାସୀଙ୍କ ଜନାଦେଶକୁ ଆମେ ସ୍ୱୀକାର କରୁଛୁ। ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିଥିବା ଗ୍ୟାରେଣ୍ଟି ବୃଥା ଯିବନି ଏବଂ ଏହା ନିଶ୍ଚୟ ପୂରଣ ହେବ। ପ୍ରଧାନମନ୍ତ୍ରୀ ଯେତେବେଳେ ଯେଉଁ ପ୍ରତିଶୃତି ଦିଅନ୍ତି ତାକୁ ସେ ପୁର୍ଣ କରନ୍ତି…।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button