ଶିଶୁକନ୍ୟାର ମାତାପିତା ହେଲେ ବରୁଣ-ନତାଶା – Kalinga News

[ad_1]
ମୁମ୍ବାଇ: ଶିଶୁକନ୍ୟାର ମାତାପିତା ହେଲେ ବଲିଉଡର ଲୋକପ୍ରିୟ ଦମ୍ପତି ବରୁଣ ଧୱନ ଓ ନତାଶା ଦଲାଲ। ବରୁଣଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଡେଭିଡ୍ ଧୱନ ଡାକ୍ତରଖାନା ବାହାରକୁ ଆସି ଏହି ଘୋଷଣା କରିଛନ୍ତି। ଡେଭିଡଙ୍କ ସହ ବରୁଣ ମଧ୍ୟ ନଜର ଆସିଥିଲେ। ବାପା ହେବା ପରେ ବରୁଣ ଖୁସି ଥିବା ଜଣାପଡ଼ୁଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ଫେବ୍ରୁଆରିର ସୋସିଆଲ ମିଡିଆରେ ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଖୁବ ଶୀଘ୍ର ବାପା ହେବାକୁ ଯାଉଥିବା ଘୋଷଣା କରିଥିଲେ ବରୁଣ। ଇନଷ୍ଟାଗ୍ରାମରେ ପତ୍ନୀ ନତାଶା ଦଲାଲଙ୍କ ସହ ବରୁଣ ଏକ ଫଟୋ ପୋଷ୍ଟ କରିଥିଲେ। ଫଟୋରେ ସେ ପତ୍ନୀଙ୍କ ବେବି ବମ୍ପକୁ ଚୁମ୍ବନ ଦେଉଥିବା ଦେଖାଯାଇଥିଲା। ଫଟୋ ପୋଷ୍ଟ କରି ସେ ଲେଖିଥିଲେ, ଆମେ ଗର୍ଭବତୀ ଅଛୁ। ଆପଣ ସମସ୍ତଙ୍କର ଭଲପାଇବା ଓ ଆଶୀର୍ବାଦ ଦରକାର।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ଅଲିବାଗ୍ରେ ଜାନୁଆରି ୨୦୨୧ରେ ଫ୍ୟାସନ୍ ଡିଜାଇନର୍ ନତାଶା ଦଲାଲଙ୍କୁ ବିବାହ କରିଥିଲେ ବରୁଣ। ଅନେକ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବିବାହର ୩ବର୍ଷ ପରେ ଦୁହେଁ ମାତାପିତା ହୋଇଛନ୍ତି।
[ad_2]