ସ୍ୱାସ୍ଥ୍ୟ

ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟାବିନ୍ଧା ଓ ହାତବିନ୍ଧା କେବଳ ୩ଦିନରେ ଗାୟବ ହେଇଯିବ, ଥରେ କରି ଦେଖନ୍ତୁ ଏହି ରାମବାଣ ଦେଶୀ ଉପଚାର

ନମସ୍କାର ବନ୍ଧୁଗଣ, ଶରୀର ସୁସ୍ଥ ନ ଥିଲେ ମଣିଷକୁ କିଛି ମଧ୍ୟ ଭଲ ଲାଗିନଥାଏ । ବର୍ତ୍ତମାନ ସମୟରେ ଆଣ୍ଠୁ ଗଣ୍ଠି ବିନ୍ଧା ଏବଂ ଅଣ୍ଟା ବିନ୍ଧା ଭଳି ସମସ୍ୟା ଚିନ୍ତାର ଏବଂ କଷ୍ଟର କାରଣ ହୋଇସାରିଲାଣି । ଏହିସବୁ କଷ୍ଟରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏକ ଘରୋଇ ଉପଚାର ଯାହା ଆପଣଙ୍କର ଏହି ସମସ୍ୟାକୁ ମାତ୍ର 3 ଦିନରେ ଭଲ କରିଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣଙ୍କୁ ଏହି ଉପଚାର ବନାଇବା ପାଇଁ ପ୍ରଥମ ସାମଗ୍ରୀ ପିଆଜ ଦରକାର । ଆପଣ ଏକ ମଧ୍ୟମ ସାଇଜର ପିଆଜ ନିଅନ୍ତୁ । ସେହି ପିଆଜର ଚୋପା କାଢି ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ଛୋଟ ଛୋଟ କାଟି ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଆପଣ ପିଆଜର ଏହି ପେଷ୍ଟ ପ୍ରସ୍ତୁତ କରିବା ପାଇଁ ପାଣିର ବିଲକୁଲ ମଧ୍ୟ ପ୍ରୟୋଗ କରିବେ ନାହିଁ ।

ଏହାପରେ ଆପଣ ଏବେ ସୂତା କପଡା ନେଇ ସେଥିରେ ପିଆଜ ପେଷ୍ଟକୁ ରଖି ଭଲ ଭାବରେ କପଡାରେ ଚିପୁଡି ପିଆଜ ରସ ବାହାର କରନ୍ତୁ । ଦିତୀୟ ସାମଗ୍ରୀ ଭାବରେ ଆପଣଙ୍କୁ ହଳଦୀ ଆବଶ୍ୟକ । ଏକ ଚାମଚ ହଳଦୀ ଗୁଣ୍ଡ ଆପଣ ବାହାର କରିଥିବା ପିଆଜ ରସରେ ମିଶାନ୍ତୁ । ତୃତୀୟ ସାମଗ୍ରୀ ହେଉଛି ସୋରିଷ ତେଲ ।

ଆପଣ ଏବେ ସେହି ପିଆଜ ଏବଂ ହଳଦୀର ମିଶ୍ରଣରେ 3 ରୁ 4 ଚାମଚ ସୋରିଷ ତେଲ ମିଶାନ୍ତୁ । ଏହାପରେ ଆପଣ ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ବହୁତ ପତଳା ହୋଇଥିବାରୁ ଶରୀରରେ ଭଲ ଭାବରେ ଲାଗିବ ନାହିଁ । ତେଣୁ ଆପଣ ଏହାକୁ ଏକ ମିନିଟ ପର୍ଯ୍ଯନ୍ତ କଡାଇରେ ଢାଳି ଫୁଟାନ୍ତୁ । ଏବଂ ବହଳିଆ ହୋଇଯିବା ପରେ କାଢି ଦିଅନ୍ତୁ । ଏହାପରେ ଆପଣ ଥଣ୍ଡା ହେବା ପାଇଁ ତାହାକୁ ରଖି ଦିଅନ୍ତୁ ।

ତାହା ଥଣ୍ଡା ହୋଇଯିବା ପରେ ଆପଣଙ୍କ ଯେଉଁ ଜାଗାରେ କଷ୍ଟ ଅନୁଭୂତ ହେଉଛି ବା ଜଏଣ୍ଟ ପେନ ହେଉଛି ଆପଣ ସେହି ସ୍ଥାନରେ ଏହି ମିଶ୍ରଣକୁ ଲଗାନ୍ତୁ । ଏହାକୁ ଆପଣ ଅଧିକ ମାତ୍ରାରେ ଆପଣଙ୍କ କଷ୍ଟ ହେଉଥିବା ଜାଗାରେ ଲଗାନ୍ତୁ । ଏଥିରେ ବ୍ୟବହାର ହୋଇଥିବା ତିନୋଟି ସାମଗ୍ରୀ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ବେସ ଉପଯୋଗୀ ଅଟେ । ଆପଣ ଏକ ରୁ ଦୁଇ ମିନିଟ ପର୍ଯ୍ଯନ୍ତ ଏହି ପେଷ୍ଟକୁ ଆପଣଙ୍କ କଷ୍ଟ ହେଉଥିବା ଜାଗାରେ ଲଗାଇ ହାଲକା ମାଲିସ କରନ୍ତୁ ।

ଆପଣ ଲଗାଇଥିବା ପେଷ୍ଟକୁ ମାଲିସ କରି ସାରିବା ପରେ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ସେହି ସ୍ଥାନରେ ଲଗାଇ ରଖନ୍ତୁ । ଦୁଇ ରୁ ତିନି ଘଣ୍ଟା ପରେ ଆପଣ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ତିନି ଦିନ ପର୍ଯ୍ଯନ୍ତ ଆପଣ ଏହାର ପ୍ରୟୋଗ କରିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button