ରାଜନୀତି

‘ମୋଦୀ ଆଉଥରେ ପ୍ରଧାନମନ୍ତ୍ରୀ ହେଲେ ମୁଁ ଲଣ୍ଡା ହୋଇଯିବି’ – Kalinga News

[ad_1]

ନୂଆଦିଲ୍ଲୀ: ୧୮ତମ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ଆସନରେ ବିଜୟୀ ହେବ ବୋଲି ଅନେକ ଏକ୍‌ଜିଟ ପୋଲ୍‌ ମତ ଦେଇଛନ୍ତି। ଏହି ପ୍ରସଙ୍ଗରେ ଆପ୍‌ର ପୂର୍ବମନ୍ତ୍ରୀ ତଥା ସାଂସଦ ପ୍ରାର୍ଥୀ ସୋମନାଥ ଭାରତୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସମସ୍ତ ଅନୁମାନ ଭୁଲ ସାବ୍ୟସ୍ତ ହେବ ଏବଂ ଇଣ୍ଡି-ମେଣ୍ଟ କ୍ଷମତାକୁ ଆସିବ। ଯଦି ଆଉଥରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ତେବେ ସେ ଲଣ୍ଡା ହୋଇଯିବେ।

ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ସୋମନାଥ ଭାରତୀ କହିଛନ୍ତି ଯେ ଯଦି ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ତାଙ୍କ କଥାକୁ ଗଣ୍ଠି ପକାଇ ରଖନ୍ତୁ, ସେ ଲଣ୍ଡା ହୋଇଯିବେ। ଜୁନ୍‌ ୪ ତାରିଖରେ ସମସ୍ତ ଏକ୍‌ଜିଟ୍‌ ପୋଲ୍‌ ଆକଳନ ଭୁଲ ପ୍ରମାଣିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଉ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିବ ନାହିଁ। ଦିଲ୍ଲୀରେ ସମସ୍ତ ୭ଟି ଆସନ ଇଣ୍ଡି-ମେଣ୍ଟକୁ ଯିବ। ନରେନ୍ଦ୍ର ମୋଦୀଙ୍କ ପ୍ରତି ଭୟ ଯୋଗୁଁ ବିଭିନ୍ନ ଏଜେନ୍ସି ସେ ହାରିଯିବେ ବୋଲି ଦର୍ଶାଉନାହାନ୍ତି। ଏଣୁ ଜୁନ୍‌ ୪ ତାରିଖ ଯାଏଁ ପ୍ରକୃତ ଫଳାଫଳ ପ୍ରକାଶ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button