ମନୋରଞ୍ଜନ

ଆତ୍ମ ସମ୍ମାନ ନାହିଁ କି? ଅଲଗା ହେବା ପରେ ବିବାହ ଭିଡିଓ ଛାଡ଼ି ଟ୍ରୋଲ ହେ‌ଲେ ଦଲଜିତ୍ – Kalinga News

[ad_1]


ମୁମ୍ବାଇ: ଟେଲି ଅଭିନେତ୍ରୀ ଦଲଜିତ୍ କୌର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ବିବାହରେ ଥିବା ମତଭେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦଲଜିତ ତାଙ୍କ ସ୍ୱାମୀ ନିଖିଲ ପଟେଲଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସେ ନିଖିଲଙ୍କ ଉପରେ ଧୋକା ଦେବାର ଆରୋପ ମଧ୍ୟ ଲଗାଇଛନ୍ତି। ହ‌େଲେ ଦଲଜିତ କୌରଙ୍କ ଏସବୁ ଅଭିଯୋଗକୁ ମିଛ ବୋଲି କହିସାରିଛନ୍ତି ନିଖିଲ। ଯେଉଁଦିନ ନାଇରୋବି ଛାଡ଼ି ଭାରତ ଚାଲିଗଲେ ସେହି ଦିନ ଆମ ସମ୍ପର୍କ ଭାଙ୍ଗିଗଲା ବୋଲି କହିଥିଲେ ନିଖିଲ। ଏସବୁ ପରେ ବି ଦଲଜିତ୍ ବିବାହର ଭିଡିଓ ସେୟାର କରିବାରୁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।

ଇନଷ୍ଟାରେ ବିବାହ ଖାସ୍ କରି ନିଖିଲ ତାଙ୍କୁ ସିନ୍ଦୂର ପିନ୍ଧାଉଥିବାର ଭିଡିଓ ସେୟାର କରି ବର୍ଷେ ୩ତିନି ମାସ ତଳେ ବୋଲି ଲେଖିଥିଲେ ଦଲଜିତ୍। ଏଭଳି ଭିଡିଓ ସେୟାର କରିବାରୁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ‘ଧୋକା ଦେଇଥିବା ଜାଣି ବି ଏଭଳି ଭିଡିଓ କେମିତି ସେୟାର କରୁଛ। ଆତ୍ମସମ୍ମାନ ନାହିଁ କି?’ ବୋଲି ଜଣେ ଲେଖିଥିବା ବେଳେ ଆଉ ଜଣେ ଲେଖିଛନ୍ତି ‘ଆଗକୁ ବଢ଼ିବାକୁ ଚେଷ୍ଟା କର।’ ଏଭଳି କମେଣ୍ଟ ଆସିବାରୁ ଏବେ କମେଣ୍ଟ ସେକ୍ସନ ବନ୍ଦ ରଖିଛନ୍ତି ଦଲଜିତ୍।

ତେବେ ଦଲଜିତ୍ କିଛି ଦିନ ତଳେ ନିଖିଲଙ୍କ ଏକ ଇନଷ୍ଟା ପୋଷ୍ଟର ସ୍କ୍ରିନସଟ ସେୟାର କରି ଲେଖିଥିଲେ, ‘‘ବିବାହର ୧୦ ମାସ ପରେ ତୁମ ପତ୍ନୀ ତା’ର ପୁଅକୁ ଧରି ତୁମକୁ ଛାଡ଼ି ଚାଲିଗଲା। ପିଲାମାନଙ୍କ ପାଇଁ ଅନ୍ତତଃ ତୁମେ ଟିକେ ଲାଜ କରିବା ଉଚିତ। ମୁଁ ବହୁତ ଦିନ ଧରି ଚୁପ୍‌ ରହିଲି। ନହେଲେ ମୋ ପାଖରେ କହିବାକୁ ବହୁତ କିଛି ଥିଲା।’’ ଏହି ପୋଷ୍ଟରେ ନିଖିଲ ଏସଏନ ନାମକ ଝିଅ ପାଇଁ ତାଙ୍କୁ ଧୋକା ଦେଇଥିବା ଦାବି କରିଥିଲେ ଦଲଜିତ୍।

ଏହାର ଜବାବ ଦେଇ ନିଖିଲଙ୍କ ମୁଖପାତ୍ର ଏକ ବିବୃତି ଜାରି କରି କହିଥିଲେ, “ଦଲଜିତ୍ ନାଇରୋବିରେ ରହିପାରିନଥିଲେ। ତାଙ୍କୁ ଏଠାକାର ଜୀବନଶୈଳୀକୁ ଗ୍ରହଣ କରିବାକୁ ଅସୁବିଧା ହେଉଥିଲା। ତେଣୁ ସେ ଜାନୁଆରି ୨୦୨୪ରେ ଭାରତ ଚାଲି ଯାଇଥିଲେ। ତାଙ୍କର ଏହି ନିଷ୍ପତ୍ତି ପାଇଁ ଆମ ଭିତରେ ମତଭେଦ ଆରମ୍ଭ ହୋଇଥିଲା।  ସେ ଯେବେ ନାଇରୋବି ଫେରିବେନି ବୋଲି ନିଷ୍ପତ୍ତି ନେଲେ, ସେଦିନ ହିଁ ଆମ ସମ୍ପର୍କର ଅନ୍ତ ହେଲା ବୋଲି ମୁଁ ଭାବି ନେଇଥିଲି। ଏଠାରୁ ଯିବା ପରେ ସେ ଯେଉଁ ସବୁ ପୋଷ୍ଟ କରୁଛନ୍ତି, ତାହା ମୋ ପରିବାରକୁ ଆଘାତ ଦେଉଛି। ଆଶା କରୁଛି ସେ ସେଭଳି କରିବା ବନ୍ଦ କରିଦେବେ।”




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button