ମନୋରଞ୍ଜନ

‘କଲ୍କି ୨୮୯୮ ଏଡି’ର ରିଲିଜ୍ ତାରିଖ ଘୋଷଣା କଲେ ନିର୍ମାତା, ଏହି ମାସରେ କରିବ ମୁକ୍ତିଲାଭ – Kalinga News

[ad_1]

ମୁମ୍ବାଇ: ଦର୍ଶକମାନେ ଦୀର୍ଘ ସମୟ ହେଲାଣି ‘କଲ୍କି ୨୮୯୮ ଏଡି’ର ରିଲିଜକୁ ଅପେକ୍ଷା କରି ରହିଥିଲେ। ଫିଲ୍ମର ରିଲିଜ୍ ତାରିଖ ଘୋଷଣା ପୂର୍ବରୁ ଏହାର ଷ୍ଟାର କାଷ୍ଟଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇଥିଲା। ଏବେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା। ଫିଲ୍ମଟି ୨ମାସ ପରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି। ନିର୍ମାତାଙ୍କ ମୁତାବକ, ଫିଲ୍ମଟି ଜୁନ୍ ୨୭ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପଟାନିଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ।

ତାରିଖ ଘୋଷଣା କରି ‘କଲ୍କି ୨୮୯୮ ଏଡି’ର ନିର୍ମାତାମାନେ ଫିଲ୍ମର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ଦୀପିକା ପାଦୁକୋନ ଗୋଟିଏ ପାର୍ଶ୍ୱରେ ଠିଆ ହୋଇଥିବା, ଅନ୍ୟ ପଟେ ଅମିତାଭ ବଚ୍ଚନ ଏବଂ ପ୍ରଭାସ ମଝିରେ ଠିଆ ହୋଇଥିବାର ନଜର ଆସିଛନ୍ତି। ଏହି ପୋଷ୍ଟର ସହିତ କ୍ୟାପସନରେ ଫିଲ୍ମର ରିଲିଜ୍ ତାରିଖ ଲେଖାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button