ରାଜ୍ୟ

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ – Kalinga News

[ad_1]

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ପୁରୀର ଜଣେ ଶିକ୍ଷୟତ୍ରୀ । ପୁରୀ ବଡ଼ ଦାଣ୍ଡ ସ୍ଥିତ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ତାଙ୍କ ସ୍ୱାମୀ ଶାରଦା ପ୍ରସନ୍ନ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଅବସରରେ ଜଣେ ଦଶମ ଶ୍ରେଣୀର ମେଧାବୀ ଛାତ୍ରୀ ଆରାଧନା ମହାନ୍ତିଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ତେବେ ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି କହିଛନ୍ତି ସେ ନିଜ ସ୍ୱାମୀଙ୍କ ପ୍ରତେକ ଶ୍ରାଦ୍ଧବାର୍ଷିକ ଅବସରରେ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବା ଲାଗି ଆର୍ଥିକ ରାଶି ସହାୟତା କରିଥାନ୍ତି । ସ୍ୱାମୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ଏବଂ ତାଙ୍କ ପରିବାର ଲୋକେ ମିଶି ସ୍ଥିର କରିଥିଲେ ଯେ ସେ ପ୍ରତ୍ୟକ ଶ୍ରାଦ୍ଧବାର୍ଷିକୀରେ ଜଣେ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଦଶ ହଜାର ଟଙ୍କା ଦେବେ ।

ତେଣୁ ଆଜି ମଧ୍ୟ ସ୍ୱାମୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଅବସରରେ ସେହି ବିଦ୍ୟାଳୟର ଜଣେ ଛାତ୍ରୀକୁ ଦଶ ହଜାର ଟଙ୍କା ପ୍ରଦାନ କରି ସ୍ୱାମୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାଦ୍ୱାରା ତାଙ୍କୁ ଶାନ୍ତି ଏବଂ ଖୁସି ମିଳିଥାଏ ଏବଂ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କର ଏହି ମହତ କାର୍ଯ୍ୟରେ ଅତ୍ୟନ୍ତ ଖୁସି ହେଉଥିବେ ବୋଲି ଶିକ୍ଷୟତ୍ରୀ କହିଛନ୍ତି । ମେଧାବୀ ଛାତ୍ରୀ ଆରାଧନା ମଧ୍ୟ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ପଇସାରେ ସେ ଆଗାମୀ ଉଚ୍ଚ ଶିକ୍ଷା ଆରମ୍ଭ କରିବେ ବୋଲି କହିଛନ୍ତି ।

ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ନିଜ କଥା ବୁଝିବାକୁ ବି ସମୟ ନାହିଁ । କିନ୍ତୁ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । ସେହି ମଧ୍ୟରୁ ଜଣେ ହେଉଛନ୍ତି ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି । ପୁରୀର ଏହି ଶିକ୍ଷୟତ୍ରୀଙ୍କ ମହାନ କାର୍ଯ୍ୟକୁ ସହରବାସୀ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ଆଜିକାଲି ଯୁଗରେ ଏଭଳି ନିସ୍ଵାର୍ଥପର ସେବାଭାବ ଖୁବ କମ ଦେଖିବାକୁ ମିଳିଥାଏ ଏବଂ ଏହି ପରି କାହାଣୀ ଆମକୁ ଅନେକ ମଧ୍ୟ ପ୍ରେରଣା ଯୋଗାଇଥାଏ । ଅନ୍ନଦାଙ୍କ ଏଭଳି ସେବା ମନୋଭାବାନା ଦ୍ୱାରା ଅନେକ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିଭଳି ଉଜ୍ଜ୍ୱଳ ହୋଇପାରୁଛି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

The post ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button