ମନୋରଞ୍ଜନ

ସିନେ ନିର୍ଦ୍ଦେଶକ ହେବେ ଶାନ୍ତନୁ – Kalinga News

[ad_1]


ଯୁବ ଚଳଚ୍ଚିତ୍ର ନିର୍ମାତା ଶାନ୍ତନୁ କୁମାର ସିଅ ଏବେ ପୁଣି ଓଡ଼ିଆ ସିନେମା ନିର୍ମାଣ ଲାଗି ଅଣ୍ଟା ଭିଡ଼ିଛନ୍ତି। ସେ ସିନେମାର ନିଜେ ନିର୍ଦ୍ଦେଶନା ଦେବେ।
ଦୀର୍ଘଦିନର ବ୍ୟବଧାନ ପରେ ଯୁବ ଚଳଚ୍ଚିତ୍ର ନିର୍ମାତା ଶାନ୍ତନୁ କୁମାର ସିଅ ମୌଳିକ କାହାଣୀକୁ ନେଇ ତିନିଟି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଏହି ସିନେମାଗୁଡ଼ିକର କାହାଣୀ ଚୟନ ସରିଛି। ଏବେ ପ୍ରିପ୍ରଡକସନ୍ କାମ ଚାଲିଛି। ଶାନ୍ତନୁ ୨୦୧୭ରେ ମୁକ୍ତିଲାଭ କରିଥିବା ଭୌତିକ ସିନେମା ‘ରହସ୍ୟ’ର ପ୍ରଯୋଜନା କରିଥିଲେ। ସେ ଏହାର ସଙ୍ଗୀତ ନିର୍ଦ୍ଦେଶନା ବି ଦେଇଥିଲେ। ଏତଦ୍‌ବ୍ୟତୀତ ସେ ‘ଗଡ୍‌ଫାଦର୍’, ‘ପ୍ରେମ ହୁଏ ଚୋରିଚୋରି’ ଓ ‘ଟାଇଗର୍ ଗ୍ୟାଙ୍ଗ୍‌’ ଭଳି ସିନେମା ସମେତ ଅନେକ ଓଡ଼ିଆ ମ୍ୟୁଜିକ୍ ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଇତିମଧ୍ୟରେ ସେ କିଛି କ୍ଷୁଦ୍ର ସିନେମା, ମ୍ୟୁଜିକ୍ ଭିଡିଓ, ଟିଭି ସୋ ଓ ଜାତୀୟ ତଥା ଆନ୍ତର୍ଜାତୀୟ ଆଡ୍ ଫିଲ୍ମସରେ କାମ କରିସାରିଛନ୍ତି।

ଏଥିସହ ଶାନ୍ତନୁ ବେଶ୍‌ କିଛି ବର୍ଷ ଓଡ଼ିଶାର ଏକ ଅଗ୍ରଣୀ ଟିଭି ଚ୍ୟାନେଲ୍ ଓ ଓଟିଟିର ମୁଖ୍ୟ ପଦାଧିକାରୀ ଓ କ୍ରିଏଟିଭ ହେଡ୍ ଭାବେ କାର୍ଯ୍ୟ କରିବା ପରେ ଏବେ ସିନେମାରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ତାଙ୍କର ଆଗାମୀ ତିନିଟି ଚଳଚ୍ଚିତ୍ର ଓଡ଼ିଶାର ସତ୍ୟ ଘଟଣା ଉପରେ ଆଧାରିତ ଥିବାରୁ ପ୍ରିପ୍ରଡକସନ୍‌ରେ ଅଧିକ ସମୟ ଦିଆଯାଉଛି। ଏଥିସହିତ ଫିଲ୍ମର କାହାଣୀ, ସଙ୍ଗୀତ, ଗ୍ରାଫିକ୍ସ, ଭିଏଫ୍‌ଏକ୍ସ, ବିଜିଏମ୍ ଓ ପୋଷ୍ଟ ପ୍ରଡକ୍‌ସନ୍‌କୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଚଳଚ୍ଚିତ୍ରଗୁଡ଼ିକର ପୃଷ୍ଠଭୂମି ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଜନଜାତି ଉପରେ ଆଧାରିତ ବୋଲି ଶାନ୍ତନୁ କୁମାର ସିଅ କହିଛନ୍ତି। ଓଡ଼ିଶାର ପ୍ରାଚୀନ ଜନଜାତିର ଆସ୍ଥା ଓ ସୁରକ୍ଷା, ବର୍ତ୍ତମାନର ପରିବେଶ ଓ ଜୀବଜଗତର ସମସ୍ୟାକୁ ଆଧାର କରି ଦୀର୍ଘ ଦୁଇ ବର୍ଷର ରିସର୍ଚ୍ଚ ପରେ ଏବେ ତାଙ୍କର ଟିମ୍ ସ୍କ୍ରିପ୍ଟ ପ୍ରସ୍ତୁତି କାମ ଶେଷ କରିଛନ୍ତି। ସେ ନିଜେ ଏହିସବୁ ସିନେମାର ନିର୍ଦ୍ଦେଶନା ଦେବେ।

ଏହି ସିନେମାଗୁଡ଼ିକର ମୌଳିକ କାହାଣୀ ଓ ନିର୍ମାଣଶୈଳୀ ଓଡ଼ିଶା ସମେତ ଓଡ଼ିଶା ବାହାରେ ତଥା ବିଦେଶରେ ଥିବା ପ୍ରତିଟି ଓଡ଼ିଆଙ୍କୁ ଆକୃଷ୍ଟ କରିବା ସହ ସିନେପ୍ରେମୀଙ୍କୁ ଗୌରବାନ୍ବିତ କରିବ ବୋଲି ଆଶା ବାନ୍ଧିଛନ୍ତି ଶାନ୍ତନୁ। ଓଡ଼ିଆ ସିନେଜଗତର କିଛି ଆଗଧାଡ଼ିର କଳାକାର ଏହି ସବୁ ସିନେମାରେ ସାମିଲ ହେବାର ସୂଚନା ମିଳିଛି। ଖୁବ୍ ଶୀଘ୍ର ସିନେମାଗୁଡ଼ିକର ଟାଇଟଲ୍ ଓ ଷ୍ଟାର୍‌କାଷ୍ଟ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button