ଖେଳ ଖବର

ଆଇପିଏଲ୍‌-୨୦୨୪: ରୋମାଞ୍ଚକର ମୁକାବିଲାରେ ବେଙ୍ଗାଲୁରୁକୁ ୧ ରନ୍‌ରେ ପରାସ୍ତ କଲା କୋଲକାତା – Kalinga News

[ad_1]

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୩୬ତମ ମ୍ୟାଚ୍‌ ରୋମାଞ୍ଚକର ହୋଇଛି। ଏହି ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ କୋଲକାତା ୧ ରନ୍‌ରେ ପରାସ୍ତ କରିଛି। ସ୍ଥାନୀୟ ଇର୍ଡେନ୍‌ ଗାର୍ଡେନ୍ସରେ ବେଙ୍ଗାଲୁରୁ ୨୨୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଅତିଥି ଟିମ୍‌ ୨୦ ଓଭର ଖେଳି ୨୨୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି।

ବିରାଟ କୋହଲି ଓ ଫାପ୍‌ ଡୁ’ ପ୍ଲେସିସ୍‌ ପାଳି ଆରମ୍ଭ କରିଥିଲେ। ୱିଲ୍‌ ଜ୍ୟାକ୍‌ସ (୫୫ ରନ୍‌) ଓ ରଜତ ପାଟିଦାର (୫୨) ରନ୍‌ କରିଥିଲେ। ସୂର୍ଯ୍ୟାଂଶ ପ୍ରଭୁଦେଶାଇ ୨୪ ରନ୍‌, ଦିନେଶ କାର୍ତ୍ତିକ ୨୫ ରନ୍‌ କରିଥିଲେ।

ବେଙ୍ଗାଲୁରୁ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଘରୋଇ ଟିମ୍‌ କୋଲକାତା ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୨୨୨ ରନ୍‌ ସଂଗ୍ରହ କରିଥିଲା। କୋଲକାତା ପାଇଁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୬ଟି ବଲ୍‌ ଖେଳି ୭ଟି ଚୌକା ଓ ଗୋଟିଏ ଛକା ବଳରେ ୫୦ ରନ୍‌ କରିପାରିଥିଲେ। କୋଲକାତା ପାଇଁ ଫିଲିପ୍‌ ସଲ୍ଟ ଓ ସୁନୀଲ ନାରାୟଣ ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୫୬ ରନ୍‌ ସଂଗ୍ରହ କରିଥିଲେ। ଦଳ ୪.୨ ଓଭରରେ ଫିଲିପ୍‌ଙ୍କୁ ହରାଇଥିଲା। ଫିଲିପ୍‌ ମାତ୍ର ୧୪ଟି ବଲ୍‌ ଖେଳି ୭ଟି ଚୌକା ଓ ୩ଟି ଛକା ବଳରେ ୪୮ ରନ୍‌ ସଂଗ୍ରହ କରିଥିଲେ। ଏହା ପରେ ସୁନୀଲ ମଧ୍ୟ ଆଉଟ୍‌ ହୋଇ ପାଭିଲିଅନ୍‌ ଫେରିଥିଲେ। ସେ ୧୫ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୧୦ ରନ୍‌ ଯୋଡ଼ିଥିଲେ। କୋଲକାତା ତୃତୀୟ ୱିକେଟ୍‌ ଭାବେ ଅଙ୍ଗକ୍ରିଶ ରଘୁବଂଶୀ(୩ରନ୍‌)ଙ୍କୁ ହରାଇଥିଲା ଭେଙ୍କଟେସ୍‌ ଆୟର ୮ଟି ବଲ୍‌ ଖେଳି ୩ଟି ଚୌକା ସହା‌ୟତାରେ ୧୬ ରନ୍‌ କରିଥିଲେ।

ବେଙ୍ଗାଲୁରୁର ପଞ୍ଚମ ଶିକାର ହୋଇଥିଲେ ଯୁବ ବ୍ୟାଟର ରିଙ୍କୁ ସିଂହ। କିନ୍ତୁ ସେ ଆଉଟ୍‌ ହେବା ପୂର୍ବରୁ ୧୬ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୪ ରନ୍‌ କରିଥିଲେ। ଆନ୍ଦ୍ରେ ରସଲ ଅପରାଜିତ ୨୭ ରନ୍‌ ଓ ରମନଦୀପ ସିଂହ ଅପରାଜିତ ୨୪ ରନ୍‌ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ୟଶ ଦୟାଲ ଓ କେମ୍‌ରନ୍‌ ଗ୍ରିନ୍‌ଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା। ମହମ୍ମଦ ସିରାଜ ଓ ଲକି ଫରଗୁସନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button