ମନୋରଞ୍ଜନ

ମଞ୍ଚ ଉପରେ ଅଭିନେତ୍ରୀଙ୍କୁ ଠେଲି ଦେଲେ ତେଲୁଗୁ ସୁପରଷ୍ଟାର ନନ୍ଦମୁରୀ, ଟ୍ରୋଲ କଲେ ଲୋକେ – Kalinga News

[ad_1]


ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ବିଭିନ୍ନ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବେଳେବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ବେଳେବେଳେ ଅନ୍ୟ କାରଣ ପାଇଁ ସେ ଲାଇମ୍ ଲାଇଟକୁ ଆସନ୍ତି। ଏବେ ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ସେ ଅଭିନେତ୍ରୀ ଅଞ୍ଜଳିଙ୍କୁ ମଞ୍ଚ ଉପରେ ଠେଲିଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ନନ୍ଦମୁରୀ ବାଲକ୍ରିଷ୍ଣା ଫିଲ୍ମ ଗ୍ୟାଙ୍ଗସ୍ ଅଫ୍ ଗୋଦାବରୀର ପ୍ରଚାର ଇଭେଣ୍ଟରେ ସାମିଲ ହୋଇଥିବା ଦେଖାଯାଇଛି। ମଞ୍ଚ ଉପରେ ଫିଲ୍ମର ଅନ୍ୟ କଳାକାର ଥିବା ବେଳେ ନନ୍ଦମୁରୀ ହଠାତ୍ ଅଞ୍ଜଳିଙ୍କୁ ଠେଲି ଦେଉଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ନନ୍ଦମୁରୀ ଅଞ୍ଜଳିଙ୍କୁ ମଞ୍ଚରେ ଠିଆ ହେବା ପାଇଁ କିଛି ସ୍ଥାନ ଦେବାକୁ କହୁଛନ୍ତି। ଏହା ପରେ ତାଙ୍କ ପାଖରେ ଠିଆ ହୋଇଥିବା ଆଉ ଜଣେ ଅଭିନେତ୍ରୀ ନେହା ସେଟ୍ଟୀଙ୍କୁ ଟାଣି ନନ୍ଦମୁରୀଙ୍କ ପାଇଁ ଜାଗା ତିଆରି କରୁଛନ୍ତି ଅଞ୍ଜଳି। ଏହି ସମୟରେ ନନ୍ଦମୁରୀ ତାଙ୍କୁ ଜୋର‌ରେ ଠେଲିଦେବା ସହ କିଛି କହୁଛନ୍ତି। ଏହା ଶୁଣି ଜୋରରେ ହସୁଛନ୍ତି ଅଞ୍ଜଳି।

ତେବେ ଅଞ୍ଜଳିଙ୍କ କୌଣସି ଆପତ୍ତି ନଥିବା ବେଳେ ତାଙ୍କ ପ୍ରଶଂସକମାନେ ନନ୍ଦମୁରୀଙ୍କ ଏଭଳି ବ୍ୟବହାରକୁ ପସନ୍ଦ କରିନାହାନ୍ତି। ଏଥିପାଇଁ ଅଭିନେତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button