Vastu Tips- ଏହି ଦିନ ଗୋଟିଏ ତୁଳସୀ ଗଛ ଲଗାନ୍ତୁ, ଜୀବନର ସବୁ ଦୁଃଖ ଦୂର ହେବା ସହିତ ଦରିଦ୍ରତା ବି ହୋଇଥାଏ ଦୂର
ନମସ୍କାର ବନ୍ଧୁଗଣ , ଆପଣମାନେ ସମସ୍ତେ ଦେଖିଥିବେ ଆପଣଙ୍କ ଘର ଦୁଆର ମୁହରେ ମା ‘ ବୃନ୍ଦାବତୀ କୁ ପ୍ରତିଷ୍ଟା କରାଇଯାଇଥାଏ । ଆପଣଙ୍କ ଘରର ମଙ୍ଗଳ ପାଇଁ ବା ଯେତେ ବେଳେ କିଛି କାମ ପାଇଁ ବାହାରକୁ ଯିବା ପୂର୍ବରୁ ମା ‘ ବୃନ୍ଦାବତୀ ପ୍ରଣାମ କରି ମାଟି କୁ ଯଦି ମଥାରେ ଲଗାଇବେ ତେବେ ଆପଣଙ୍କର କାର୍ଯ୍ୟ ସଫଳ ହୋଇଥାଏ । ଆମ ପ୍ରାଚୀନ କାଳରୁ ତୁଲସୀ ଗଛ ର ପ୍ରାଧାନ୍ୟତା ରହିଛି ।
ତୁଲସୀ ଗଛା ହେଉଛି ମା ‘ ବୃନ୍ଦାବତୀ ଙ୍କ ନିବାସ ସ୍ଥାନ । କୁଦୃଷ୍ଟିରୁ ତୁଲସୀ ଗଛ ଆମ କୁ ବଞ୍ଚେଇଥାଏ । ଗା’ ମାନଙ୍କରେ ଯଦି ଛୋଟ ପିଲାମାନଙ୍କ ଉପରେ କୋଣସି କୁଦୃଷ୍ଟି ପଡିଥାଏ । ତେବେ ସେମାନେ ତୁଲସୀ ଗଛର ପତ୍ର କୁ ଲଗେଇଥାନ୍ତି ଓ ଲଗେଇବା ମାତ୍ରେ କୁଦୃଷ୍ଟି ଦୂର ହୋଇଥାଏ । ଆଜି ମଧ୍ୟ ପିଲାମାନେ ଯଦି କୋଣସି କାମ ରୁ ବାହାରକୁ ଯାଇଥାଅନ୍ତି , ତେବେ ମା ‘ ମାନେ ତୁଳସୀ ଚଉରା ରୁ ଟିକେ ମାଟି ବାହାର କରି ମଥାରେ ଲଗେଇ ଦିଅନ୍ତି ।
ଯେମିତି କି ତାଙ୍କ ପିଲାମାନେ ବାହାରୁ ମନ୍ଦ ଦୃଷ୍ଟିରୁ ରକ୍ଷା ପାଇପାରିବେ । ଆମ ଜୀବନରେ ତୁଲସୀ ଗଛର ମହିମା ଡେର ଅଧିକ । କେବଳ ଏହାକୁ ଘରର ମା ‘ ମାନେ ପୂଜା କରିବା କରିବା ଦ୍ଵାରା ପୂଣ୍ୟ ମିଳେ ତାହା ସଂପୂର୍ଣ୍ଣ ଭୁଲ ଧାରଣା ହୋଇଥାଏ । ଘରର ସମସ୍ତେ ତୁଲସୀ ଗଛ ର ପୂଜା କରିବା ନିହାତି ଜରୁରୀ ହୋଇଥାଏ । ତେବେ ଯାଇ ଘର ଉପରେ ଶୁଭ ଓ ମଙ୍ଗଳ ହସ୍ତ ସଦା ବନେଇ ହୋଇରହିଥାଏ ।
ଆମେ ସମସ୍ତେ ମଧ୍ୟ ଜାତି , ଧର୍ମ ନିର୍ବିଶେଷରେ ମା ‘ ବୃନ୍ଦାବତୀ ଙ୍କୁ ପୂଜା କରିବା ଦରକାର । ଭାଗବତ ରେ ସୁନ୍ଦର କଥା ଟି କୁହାଯାଇଛି , ଯେ ଭଗବାନ ଶ୍ରୀ ହରିଙ୍କର ପୂଜା କରିବା , ଗୋ ମାତାଙ୍କର ସେବା କରିବା ଓ ପ୍ରତି ଦିନ ମା ‘ ବୃନ୍ଦାବତୀଙ୍କର ସେବା କରିବା ବା ପୂଜା କରିବା ସମାନ ହୋଇଥାଏ । ତେଣୁ ସମଗ୍ର ମଣିଷ ମା ‘ ବୃନ୍ଦାବତୀଙ୍କ ସେବା କରିବା ଉଚିତ୍ । ସୁଖ ,ସମବୃଦ୍ଧି , ଶାନ୍ତିପୂର୍ଣ୍ଣ ଜୀବନ , ବନ୍ଧୁ ମାନଙ୍କ ସହ ସୁସମ୍ପର୍କ ରହିବା ପାଇଁ ମା ‘ ବୃନ୍ଦାବତୀଙ୍କ ପୂଜା କରାଯାଇଥାଏ ।
ଯଦି ଆପଣଙ୍କ ଘରେ ଅଶାନ୍ତି ବାର୍ତ୍ତାବରଣ ରହୁଛି ବା ଆପଣଙ୍କ ନିଜର ସମ୍ପର୍କୀୟ ସହିତ ଝଗଡା ଦେଖାଯାଇଥାଏ । ଯେତେ ରୋଜଗାର କରିଲେ ମଧ୍ୟ ଅର୍ଥ ର ଅଭାବ ଦେଖାଯାଇଥାଏ । ତେବେ ଏକ ତୁଲସୀ ଗଛ କୁ ଆଣି ଦୁଆର ମୁହରେ ଲଗେଇ ତାହାର ପୂଜା କରନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଓ ଦରିଦ୍ରତା ଦୂର ହୋଇଥାଏ । ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସ ପୂର୍ଣ୍ଣିମା ତିଥିରେ ମାତା ବୃନ୍ଦାବତୀଙ୍କର ବିବାହ ହୋଇଥିଲା ।
ଯଦି ଆପଣ ଏହି କାର୍ତ୍ତିକ ମାସ ର ପୂର୍ଣ୍ଣିମା ତିଥିରେ ତୁଲସୀ ଗଛ କୁ ରୋପଣ କରନ୍ତି ଓ ଏହାର ସେବା , ପୂଜା କରିଥାନ୍ତି । ତୁଲସୀ ଗଛର ବୃଦ୍ଧି ସହିତ ଆପଣଙ୍କ ଘରର ସମସ୍ତ ନାକାରତ୍ମକ ଶକ୍ତି ଦୂର ହୋଇଥାଏ । ଘରେ ସୁଖ , ଶାନ୍ତି , ଧନ ର ସମବୃଦ୍ଧି ବଢିଥାଏ ଆପଣଙ୍କ ସମସ୍ତ ଦରିଦ୍ରତା ଦୂର ହୋଇଥାଏ । ତେଣୁ ଏହାକୁ ନିଶ୍ଚୟ କରନ୍ତୁ । ଏହି ପୋଷ୍ଟ ଭଲଲାଗିଥାଏ ଆମ ପେଜ କୁ ଲାଇକ , ଶେୟାର କରନ୍ତୁ । ଆପଣଙ୍କ ମତ କୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।