ଅପରାଧ

ଘରେ ହାତ ଲେଖା ଚିଠି ଛାଡ଼ି ଟ୍ରେନରେ କଟି ଜୀବନ ହାରିଲେ ତିନିଜଣ ସାଙ୍ଗ! – Kalinga News

[ad_1]

ନୂଆଦିଲ୍ଲୀ: ବିହାରର ମୁଜଫରପୁରରୁ ତିନିଜଣ ସାଙ୍ଗ ଗତ ମଇ ୧୩ ତାରିଖରେ ଏକାଠି ନିଖୋଜ ହୋଇଯାଇଥିଲେ। ପୁଲିସର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ତିନିଜଣ ସାଙ୍ଗ ଟ୍ରେନରେ କଟି ଜୀବନ ହାରି ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ମଇ ୧୩ ତ‌ାରିଖରେ ମୁଜଫରପୁର ଯୋଗିୟା ମଠ ଅଞ୍ଚଳରେ ରହୁଥିବା ତିନିଜଣ ଯୁବତୀ ହଠାତ କେଉଁଆଡେ ଚାଲି ଯାଇଥିଲେ। ବହୁତ ‌ଖୋଜାଖୋଜି ପରେ ପରିବାରଲୋକ କୌଣସି ସୂଚନା ନପାଇବାରୁ ପୁଲିସରେ ନିଖୋଜ ଅଭିଯୋଗ କରିଥିଲେ।

ପୁଲିସ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରି ତିନିଜଣ ଯୁବତୀଙ୍କ ଲୋକେସନ ଟ୍ରାକ କରିଥିଲା। ଯେଉଁଥିରେ ଉତ୍ତରପ୍ରଦେଶ ଲାଷ୍ଟ ଲୋକେସନ ସୂଚିତ ହୋଇଥିଲା। ମଇ ୨୬ ତାରିଖରେ ପୁଲିସକୁ ଖବର ମିଳିଲା କି ଉତ୍ତରପ୍ରଦେଶର ମଥୁରାର ବାଜନା ପୋଲ ନିକଟରେ ଥିବା ରେଳ ଧାରଣାରେ ତିନିଜଣ ଯୁବତୀଙ୍କ ମୃତଦେହ ପଡ଼ିଛି।

ଏହାପରେ ପୁଲିସ ତିନିଜଣ ଯୁବତୀଙ୍କ ମୃତଦେହକୁ ଜବତ କରି ପରିବାରଲୋକଙ୍କୁ ଖବର ଦେଇଥିଲା। ତିନିଜଣଙ୍କ ମଧ୍ୟରୁ ଦୁଇପରିବାର ନିଜନିଜ ଝିଅଙ୍କୁ ଚିହ୍ନଟ କରିଥିବା ବେଳେ ତୃତୀୟ ଜଣକ ଶବକୁ ପରିବାରଲୋକ ନିଜର ନିଖୋଜ ଝିଅ ବୋଲି ମନା କରୁଛନ୍ତି।

ତିନିଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ ଘରେ ଏକ ହାତ ଲେଖା ଚିଠି ଛାଡ଼ି ଯାଇଥିଲେ। ଯେଉଁଥିରେ ଉଲ୍ଲେଖ ଥିଲା, ‘ଆମେ ପରମାତ୍ମାଙ୍କୁ ଭେଟିବା ପାଇଁ ଯାଉଛି। ଆମକୁ ‌ଖୋଜିବା ପାଇଁ ଚେଷ୍ଟା କରିବ ନାହିଁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button