କୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା: ବହୁ ଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା – Kalinga News

[ad_1]
ଭୁବନେଶ୍ବର: ବହୁ ଚର୍ଚ୍ଚିତ ଚନ୍ଦ୍ରମା ଅପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ଆଜି ଗଞ୍ଜାମ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିଥିବାବେଳେ ବିଧାୟକ ଓ ତାଙ୍କ ଓକିଲ କୋର୍ଟରେ ପହଞ୍ଚି ପକ୍ଷ ରଖିଥିଲେ। ମାମଲାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ବିଧାୟକଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ, ‘‘କୋର୍ଟରେ ଯେହେତୁ ମାମଲାର ବିଚାର ଚାଲିଛି, ତା’ ଉପରେ ବୟାନ ଦେବା ଉଚିତ ହେବନି। କୋର୍ଟଙ୍କ ନିର୍ଦେଶକ୍ରମେ ପ୍ରତି ତାରିଖରେ କୋର୍ଟକୁ ଆସୁଛି।’’ ବିଧାୟକଙ୍କ ଓକିଲ ସୁବଳ କିଶୋର ପରିଡ଼ା କହିଛନ୍ତି, ବିଧାୟକଙ୍କ ରାଜନୈତିକ କ୍ୟାରିୟର ନଷ୍ଟ କରିବାପାଇଁ ଏହା ଏକ ଷଡ୍ଯନ୍ତ୍ର। ଆଜି ସାକ୍ଷ୍ୟ ପ୍ରମାଣ ଗ୍ରହଣର ପଞ୍ଚମ ଦିନ ଥିଲା। ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ଓ ମୁହାଁମୁହିଁ ଜେରା ମାର୍ଚ୍ଚ ୧୬ ତାରିଖକୁ ରଖାଯାଇଥିବା ସେ କହିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଏହି ଘଟଣାରେ ଗତକାଲି, ଅର୍ଥାତ୍ ଗୁରୁବାର ଦିନ ତଦନ୍ତକାରୀ ଅଧିକାରୀ ତଥା ଖାରବେଳନଗର ଥାନାର ତତ୍କାଳୀନ ଇନ୍ସପେକ୍ଟର ସତ୍ୟଜିତ ମିଶ୍ରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥିସହ ପୁନର୍ବାର ଏହି ମାମଲାରେ ଆଜି ସ୍ବତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ବିଧାୟକଙ୍କୁ ନୋଟିସ ହୋଇଥିଲା। ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ହାଜର ହୋଇଥିଲେ। ପ୍ରକାଶ ଥାଉ କି, ୨୦୧୧ ଫେବ୍ରୁଆରି ୧ ତାରିଖରେ ଖାରବେଳନଗର ଥାନାର ତତ୍କାଳୀନ ଇନ୍ସପେକ୍ଟର ସତ୍ୟଜିତ ମିଶ୍ରଙ୍କୁ ଜଣେ ମହିଳା ଫୋନ୍କରି ଆତଙ୍କିତ ସ୍ବରରେ କହିଥିଲେ, ୯-୧୦ ଜଣ ଅପରାଧୀ ବନ୍ଧୁକ ଧରି ସ୍ଥାନୀୟ ଚନ୍ଦ୍ରମା ଆପାର୍ଟମେଣ୍ଟରେ ଅଛନ୍ତି। ଖବରପାଇ ତତ୍କାଳୀନ ଡିସିପି ହିମାଂଶୁ ଲାଲଙ୍କ ନିର୍ଦେଶକ୍ରମେ ସ୍ପେଶାଲ ସ୍କ୍ବାର୍ଡ ଇନସ୍ପେକ୍ଟର ଅନୁପ କାନୁନ୍ଗୋଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ପହଞ୍ଚିଥିଲା। ଅପରାଧୀମାନେ ବନ୍ଧୁକ ଓ ମାରଣାସ୍ତ୍ର ଧରିଥିବା ଆଶଙ୍କାରେ ସେଠାରେ ପୁଲିସ ଛାଉଣୀ କରାଯାଇଥିଲା। ଏହାପରେ ଏତେ ସଂଖ୍ୟକ ପୁଲିସ ଫୋର୍ସଙ୍କୁ ଦେଖି ଏକ ଗୁଳି ଫୁଟିଥିଲା। ସଙ୍ଗେ ସଙ୍ଗେ ଆହୁରି ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ସେଠାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ରହୁଥିବା ଜଣାପଡ଼ିବା ପରେ ପୁଲିସ ପାଲଟା ଗୁଳି ଚାଳନା ନକରି ସହଯୋଗ କରିବା ପାଇଁ ମାଇକ୍ରେ କହିଥିଲା।
ସେହି ଘଟଣାରେ ପୁଲିସ କେସ୍ ନଂ-୨୩/୧୧ରେ ମାମଲା ରୁଜୁକରି ୮ଜଣଙ୍କୁ ଗିରଫ କରିଥିଲା। ତାଙ୍କ ସୁରକ୍ଷା କର୍ମଚାରୀଙ୍କଠାରୁ ବନ୍ଧୁକ ସହ ୧୭ ରାଉଣ୍ଡ ଗୁଳି ଜବତ ହୋଇଥିଲା। ଯଦିଓ ସୁରକ୍ଷାକର୍ମୀଙ୍କୁ ୧୮ ରାଉଣ୍ଡ ଗୁଳି ମିଳିଥିଲା, ଗୋଟିଏ ରାଉଣ୍ଡ ଗୁଳି ତାଙ୍କ ବନ୍ଧୁକରୁ ଫାୟାରିଂ ହୋଇଥିଲା। ସେହି ବର୍ଷ ଫେବ୍ରୁଆରି ୮ ତାରିଖରେ ମାମଲାରେ ସମ୍ପୃକ୍ତି ନେଇ ବ୍ରହ୍ମଗିରିରୁ ବିଧାୟକ ରମେଶ ଜେନାଙ୍କୁ ଗିରଫ କରାଯାଇଥିଲା। ଇତିମଧ୍ୟରେ ମାମଲାରେ ପ୍ରାୟ ୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ଜଣାପଡ଼ିଛି। ବିଧାୟକ ହାଜର ହେବାପରେ ଖୁବ୍ଶୀଘ୍ର ଏହି ଘଟଣାର ବିଚାର ପ୍ରକ୍ରିୟା ଶେଷହେବ ବୋଲି ଅନୁମାନ କରାଯାଉଛି। ଆଗକୁ ନିର୍ବାଚନ ଥିବାବେଳେ ବିଧାୟକ ଏଭଳି କୋର୍ଟରେ ହାଜର ହେବା ଓ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହେବା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି।
[ad_2]