ଅପରାଧ

ପ୍ରାର୍ଥନା ଓ ପାଠପଢ଼ା ଚାଲିଥିବା ବେଳେ ଅଚେତ ହୋଇପଡ଼ିଲେ ୪୮ଜଣ ଛାତ୍ରୀ – Kalinga News

[ad_1]

ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିଛିଦିନ ହେଲାଣି ତାପମାତ୍ରା ୪୫ଡିଗ୍ରି ସେଲସିୟସ ତଳକୁ ଖସୁ ନାହିଁ। ଦିଲ୍ଲୀରେ ତାପମାତ୍ରା ୪୯.୯ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଯାହାକି ୧୦୦ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଏହା ବ୍ୟତୀତ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ବିହାରରେ ବି ଭୀଷଣ ଗରମ ହେଉଛି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସ୍କୁଲ ଓ କଲେଜ ଆଦିକୁ ଛୁଟି କରିଦିଆଯାଇଛି। କିନ୍ତୁ ଏତେ ଗରମ ସତ୍ତ୍ବେ ବିହାରରେ ସ୍କୁଲ ଛୁଟି ହୋଇନାହିଁ। ପ୍ରଚଣ୍ଡ ଖରା ତାତିରେ ପିଲା ସ୍କୁଲକୁ ଆସୁଛନ୍ତି।

ବୁଧବାର ବିହାରର ବେଗୁସରାଏ ଓ ଶେଖପୁରାରେ ପାଖାପାଖି ୪୮ଜଣ ଛାତ୍ରୀ ଅଚେତ ହୋଇ ଶ୍ରେଣୀଗୃହରେ ପଡ଼ି ଯାଇଥିଲେ। କିଛିଛାତ୍ରୀ ପ୍ରାର୍ଥନା ସମୟ‌ରେ ତ ଆଉ କିଛି ଛାତ୍ରୀ ଶ୍ରେଣୀଗୃହରେ ପାଠପଢ଼ା ଚାଲିଥିବା ବେଳେ ଅଚେତ ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ସମସ୍ତ ଅଚେତ ଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଖାନାରେ ସଙ୍ଗେସଙ୍ଗେ ଡାକ୍ତର ସମସ୍ତ ଛାତ୍ରୀଙ୍କ ଚିକିତ୍ସା ଆରମ୍ଭ କରି ଗ୍ଲୁକୋଜ ଓ ଓଆରଏସ ପାଣି ପିଇବାକୁ ଦେଇଥିଲେ। ଭର୍ତ୍ତି ହୋଇଥିବା କିଛି ଛାତ୍ରୀ ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଘରକୁ ଛୁଟି କରି ଦିଆଯାଇଛି। ବାକି ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ସ୍କୁଲଗୁଡ଼ିକ ଖୋଲା ରହିବା ସହିତ ପିଲାଙ୍କୁ ଡକାଯିବାକୁ ନେଇ ଅଭିଭାବକମାନେ ପ୍ରଶ୍ନ କରି କହିଛନ୍ତି, ଏତେ ଖରାରେ ଘରୁ ବାହାରି ହେଉନାହିଁ। ଏଭଳି ପରିସ୍ଥିତିରେ ପିଲାଙ୍କୁ ସ୍କୁଲ ଡକାଯାଉଛି। ତାତିରୁ ସେମାନେ ଅଚେତ ହୋଇପଡ଼ୁଛନ୍ତି। ଯଦି ପିଲାଙ୍କ ସହିତ କିଛି ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button