ଖେଳ ଖବର

ରଣଜୀ ଟ୍ରଫି: ବୋଲର ଓ ସନ୍ଦୀପ ଦେଲେ ସୁଯୋଗ – Kalinga News

[ad_1]

ବିପ୍ଳବ-ରାଜେଶଙ୍କ କମାଲ: ୧୧ ବଲ୍‌, ବିନା ରନ୍‌ରେ ୫ ୱିକେଟ୍ ଦଖଲ

କଟକ: ଡ୍ରିମ୍‌ସ ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଓଡ଼ିଶା-ହିମାଚଳ ପ୍ରଦେଶ ରଣଜୀ ମ୍ୟାଚରେ ଘରୋଇ ଦଳ ପ୍ରଥମ ଦିନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ବୋଲରମାନେ ପ୍ରତ୍ୟାବର୍ତନ ସୁଯୋଗ ଦେଇଛନ୍ତି। ଶନିବାର ଦ୍ବିତୀୟ ପାଳି‌ରେ ୩ ୱିକେଟ୍‌ ବିନିମୟରେ ୧୫୭ ରନ୍ କରି ଏକ ସମ୍ମାନଜନକ ସ୍ଥିତିକୁ ଫେରିଛି। ଓଡ଼ିଶାର ସନ୍ଦୀପ ପଟ୍ଟନାୟକ ୭୮* ରନ୍‌ ଓ ବିପ୍ଳବ ସାମନ୍ତରାୟ ୯* ରନ୍‌ରେ ଅପରାଜିତ ରହିଛନ୍ତି। ଓଡ଼ିଶା ପ୍ରଥମ ପାଳିରେ ସମସ୍ତ ୱିକେଟ୍‌ ହରାଇ ୧୩୮ ରନ୍‌ କରିଥିଲା। ଜବାବରେ ହିମାଚଳ ପ୍ରଦେଶ ସମସ୍ତ ୱିକେଟ୍‌ ହରାଇ ୧୭୬ ରନ୍‌ କରିବାକୁ ସମର୍ଥ ହୋଇଥିଲା।

ଶୁକ୍ରବାର ହିମାଚଳ ପ୍ରଦେଶ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଓଡ଼ିଶା ୭୦ ରନ୍‌ ବେଳକୁ ୭ ୱିକେଟ୍‌ ହରାଇଥିଲା। ପ୍ରାରମ୍ଭିକ ଯୋଡ଼ି ଶାନ୍ତନୁ ମିଶ୍ର (୯) ଓ ଅନୁରାଗ ଷଡ଼ଙ୍ଗୀ (୧୩) ବିଶେଷ ସଫଳ ହୋଇପାରିନଥିଲେ। ୭ଜଣ ବ୍ୟାଟର୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଆଶୀର୍ବାଦ ସ୍ବାଇଁ ସର୍ବାଧିକ ୩୭* ରନ୍‌ ଓ ରାଜେଶ ମହାନ୍ତି ୨୮ ରନ୍‌ କରିବାରୁ ଓଡ଼ିଶା ୫୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୮ ରନ୍‌ କରିପାରିଥିଲା। ଅଭିଷେକ କୁମାର ୪ ଓ ରିଷି ଧାୱନ ୩ ୱିକେଟ୍‌ ନେଇଥିଲେ। ଶନିବାର ହିମାଚଳ ପ୍ରଦେଶ ୮୦/୧ରୁ ଖେଳିବା ଆରମ୍ଭ କରିଥିଲେ ମଧ୍ୟ ଓଡ଼ିଶା ବୋଲରଙ୍କୁ ଠିକ୍‌ରେ ସାମ୍ନା କରିପାରି ନଥିଲା। ଏକଦା ହିମାଚଳ ୧୭୬/୫ ସ୍ଥିତିରେ ଥିବାବେଳେ କୌଣସି ରନ୍‌ ନ ଯୋଡ଼ି ମାତ୍ର ୧୧ ବଲ୍‌ ଭିତରେ ଅବଶିଷ୍ଟ ୫ ୱିକେଟ୍‌ ହରାଇ ଦେଇଥିଲା। ରାଜେଶ ମହାନ୍ତି ଏବଂ ବିପ୍ଳବ ସାମନ୍ତରାୟ ମିଳିତ ଭାବେ ଏହି ୫ ୱିକେଟ୍‌ ଦଖଲ କରି ନେବାରୁ ବଡ଼ ଆଗ୍ରଣୀ ମୁହାଁ ହୋଇଥିବା ହିମାଚଳକୁ ମାତ୍ର ୩୮ ରନ୍ ଅଗ୍ରଣୀ ମିଳିଥିଲା। ବିପ୍ଳବ ଗୋଟିଏ ଓଭରରେ ୩ ୱିକେଟ୍‌ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଭ୍ରମଣକାରୀ ଦଳ ୬୨.୪ ଓଭର‌ରେ ଅଲଆଉଟ୍‌ ହୋଇଯାଇଥିଲା। ରାଜେଶ ମହାନ୍ତି ଓ ବିପ୍ଳବ ସାମନ୍ତରାୟ ୩-୩ ଏବଂ ଦେବବ୍ରତ ପ୍ରଧାନ ଓ ସୁନିଲ ରାଉଳ ‌୨-୨ ୱିକେଟ୍‌ ହାସଲ କରିଥିଲେ। ଶନିବାର ଷ୍ଟମ୍ପ୍ସ ଅପସାରଣ ବେଳକୁ ଦ୍ବିତୀୟ ପାଳିରେ ଓଡ଼ିଶା ୪୪ ଓଭରରେ ୧୫୭/୩ ସ୍କୋର କରିଛି। ଶାନ୍ତନୁ ମିଶ୍ର ୧୭, ଶୁଭ୍ରାଂଶୁ ସେନାପତି ୮ ଓ ଗୋବିନ୍ଦ ପୋଦ୍ଦାର ୪୧ ରନ୍‌ କରି ଆଉଟ୍‌ ହୋଇଛନ୍ତି। ୫୪ ରନ୍‌ରେ ଓଡ଼ିଶା ୨ ୱିକେଟ୍‌ ହରାଇଲା ପରେ ଗୋବିନ୍ଦ ଓ ସନ୍ଦୀପ ତୃତୀୟ ୱିକେଟ୍‌ରେ ୭୫ ରନ୍‌ ଯୋଡ଼ି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୩୮/୧୦ (ଆଶୀର୍ବାଦ ସ୍ବାଇଁ-୩୭*, ରାଜେଶ ମହାନ୍ତି-୨୮, ଅଭିଷେକ କୁମାର-୪/୩୯, ରିଷି ଧାୱନ-୩/୩୫)। ହିମାଚଳ ପ୍ରଦେଶ ପ୍ରଥମ ପାଳି: ୧୭୬/୧୦ (ଅଙ୍କିତ କଳସି-୩୮, ଅମିତ କୁମାର-୩୧, ରିଷି ଧାୱନ-୩୦, ବିପ୍ଲବ ସାମନ୍ତରାୟ-୩/୩୦, ରାଜେଶ ମହାନ୍ତି-୩/୫୬, ଦେବବ୍ରତ ପ୍ରଧାନ-୨/୨୮, ସୁନିଲ ରାଉଳ-୨/୪୪)। ଓଡ଼ିଶା ଦ୍ବିତୀୟ ପାଳି: ୪୪ ଓଭରରେ ୧୫୭/୩ (ସନ୍ଦୀପ ପଟ୍ଟନାୟକ-୭୮*, ଗୋବିନ୍ଦ ପୋଦାର-୪୧, ଶାନ୍ତନୁ ମିଶ୍ର-୧୭, ବିପ୍ଳବ ସାମନ୍ତରାୟ-୯*, ରିଷି ଧାୱନ-୧/୨୪, ଅର୍ପିତ ଗୁଲେରିଆ-୧/୩୨)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button