ଖେଳ ଖବର

ଜାତୀୟ ଉପକନିଷ୍ଠ ଉଷୁ: ଓଡ଼ିଶାକୁ ୧୩ ପଦକ, ରାମଙ୍କୁ ସ୍ବର୍ଣ୍ଣ, ସବିତାଙ୍କୁ ରୌପ୍ୟ – Kalinga News

[ad_1]

ଭୁବନେଶ୍ବର: ଜମ୍ମୁ କଶ୍ମୀରରେ ସୋମବାର ଶେଷ ହୋଇଥିବା ୨୩ତମ ଜାତୀୟ ଉପକନିଷ୍ଠ ଉଷୁ ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୧୩ ପଦକ ମିଳିଛି। ରାମ ମୁଣ୍ଡା ସାଣ୍ଡା ବିଭାଗର ୨୪ କିଲୋଗ୍ରାମ ବର୍ଗରେ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ସବିତା ମୁଣ୍ଡା ଏକମାତ୍ର ରୌପ୍ୟ ପଦକ ୫୨ କିଲୋଗ୍ରାମରୁ ଅର୍ଜନ କରିଥିଲେ। ରମେଶ ମୁଣ୍ଡା, ରଶ୍ମିତା ମୁଣ୍ଡା, ସାବିନି ମୁଣ୍ଡା, ଶିବାନୀ ମୁଣ୍ଡା, ଲାବଣ୍ୟ ପତି, ଅକ୍ଷିତା ତ୍ରିପାଠୀ, ଆହାନା ମହାପାତ୍ର, ପ୍ରିୟବ୍ରତ ପରିଡ଼ା, ଭୌମିକ ଭରଦ୍ବାଜ, ସାଧନା ମାଝୀ, ବଂଶିକା ପତି ନିଜ ନିଜ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ୩୦ ଜଣ ଖେଳାଳିଙ୍କୁ ନେଇ ଏକ ୩୯ ଜଣିଆ ଓଡ଼ିଶା ଦଳ ଗସ୍ତ କରିଥିଲା। ପଙ୍କଜ ମହାନ୍ତ ଓ ନବୀନ ସିଂହ ପ୍ରଶିକ୍ଷକ ଭାବେ, ଯୁଧିଷ୍ଠିର ଗୁରୁହାଣ୍ଡି, କ୍ରିଷ୍ଣା ସାହୁ ପ୍ରବଂଧକ ଭାବେ ଜମ୍ମୁ ଗସ୍ତ କରିଥିଲେ। ପ୍ରଦ୍ୟୁମ୍ନ ବେ‌ହେରା ପ୍ରତିଯୋଗିତାର ମୁଖ୍ୟ ବିଚାରକ ଥିଲେ। ଖେଳାଳିମାନଙ୍କୁ ଓଡ଼ିଶା ଉଷୁ ସଂଘର ଅଧ୍ୟକ୍ଷ ଏସଏସ୍ ହରିଚନ୍ଦନ, ସଭାପତି ବିଷ୍ଣୁ ମୋହନ ମହାନ୍ତି, ସମ୍ପାଦକ ଯୁବରାଜ ହରିଚନ୍ଦନ ଅଭି‌ନନ୍ଦନ ଜଣାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button