‘କପିଲ ଶର୍ମା ସୋ’ ପାଇଁ ଅଡିସନ ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ – Kalinga News

[ad_1]
ନୂଆଦିଲ୍ଲୀ: ଛୋଟପରଦାର ଟକ୍ ସୋ’ ଦି କପିଲ୍ ଶର୍ମା ଶୋ’ର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସୋ’କୁ ଦେଖିବା ପାଇଁ ଦର୍ଶକ ବି ଖୁବ ଉତ୍ସାହିତ ଥାଆନ୍ତି।ଏହି ଲୋକପ୍ରିୟ ସୋ’ରେ କାମ କରିବା ପାଇଁ ପ୍ରତିଦିନ ଦେଶର କୋଣଅନୁକୋଣରୁ ଅନେକ ନୂଆନୂଆ ଆର୍ଟିଷ୍ଟ ଅଡିସନ ଦେବାକୁ ଆସିଥାଆନ୍ତି। ନିକଟରେ ଜଣେ ଯୁବତୀଙ୍କୁ କପିଲ ଶର୍ମା ଟକ ସୋ’ରେ କାମ ଦେବାର ବାହାନା ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପୀଡ଼ିତାଙ୍କ ବୟସ ୨୬ବର୍ଷ ପାଖାପାଖି ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୬ ଓ ୫୦୬ ମାମଲା ରୁଜୁ କରି ଆନନ୍ଦ ସିଂହ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୀଡ଼ିତା ପୁଲିସରେ ଅଭିଯୋଗ କରି କହିଥିଲେ, ଆନନ୍ଦ ସିଂହ ସହିତ କିଛିଦିନ ତଳେ ସୋସିଆଲ ମିଡିଆ ଜରିଆରେ ମୋର ଚିହ୍ନା ପରିଚୟ ହୋଇଥିଲା। କଥାକଥାରେ ସେ ମୋତେ କହିଥିଲା ଟେଲିଭିଜନ ଦୁନିରେ ତାର ଭଲ ଯୋଗାଯୋଗ ରହିଛି। ମୁଁ ଯେଉଁ ସୋ’ରେ କାମ କରିବାକୁ ଚାହେଁବେ ମୋତେ ପୁରାଇ ଦେବ।
ମୋର ଯେହେତୁ ଟିଭି ଦୁନିଆ ପ୍ରତି ଦୁର୍ବଳତା ଅଛି ମୁଁ ବି ଆନନ୍ଦ କଥାରେ ବିଶ୍ବାସ କରି ଯାଇଥିଲି। ଆନନ୍ଦ ମୋତେ କପିଲ ଶର୍ମା ସୋ’ରେ କାମ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା।
ସୋ’ରେ କାମ କରିବା ପାଇଁ ହେଲେ ଏକ ଅଡିସନ ଦେବାକୁ ହେବ ବୋଲି କହି ଆନନ୍ଦ ମୋତେ ପାଲଘର ଜିଲ୍ଲାସ୍ଥିତ ନିଜ ଘରକୁ ଡାକିଥିଲା। ମୁଁ ପହଞ୍ଚିବା ପରେ ସେଠାରେ ସେ ମୋ ସହିତ ଦୁଷ୍କର୍ମ କରିଥିଲା। ଏଥିସହିତ ମୁଁ ଯଦି ଏହି ଘଟଣାର ବିଷୟରେ କାହାକୁ କିଛି କୁହେ ସେ ମୋର କ୍ୟାରିୟର ନଷ୍ଟ କରିଦେବ ବୋଲି ଧମକ ବି ଦେଇଥିଲା। ’
[ad_2]




