ଟାଟୁ ଦେଖି ଶଢ଼ି ଯାଇଥିବା ମୃତଦେହଟି ଝିଅର ବୋଲି ଜାଣିଲେ ମା‘ – Kalinga News

[ad_1]
ଗୁରୁଗ୍ରାମ: ଟାଟୁ ଦେଲା ଦିବ୍ୟାଙ୍କ ପରିଚୟ। ମଡେଲ ଦିବ୍ୟା ପାହୁଜାଙ୍କ ହତ୍ୟା ପରେ ତାଙ୍କ ମୃତଦେହ ମିଳୁନଥିଲା। ଅଭିଯୁକ୍ତ ହୋଟେଲ ମାଲିକ ଅଭିଜିତ ସିଂହଙ୍କ ସହ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗୁରୁଗ୍ରାମ ପୁଲିସ ଗିରଫ କରିବା ପରେ ସେମାନେ ମୃତଦେହର ଠିକଣା ଦେଇଥିଲେ। ଠିକଣା ନେଇ ପୁଲିସ ପଞ୍ଜାବରେ ପହଞ୍ଚିବା ପରେ ହତ୍ୟାର ୧୧ଦିନ ପରେ ଦିବ୍ୟାଙ୍କ ମୃତଦେହ ଏକ କେନାଲରୁ ମିଳିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ୧୧ଦିନ ପାଣିରେ ପଡ଼ିରହିବା ଫଳରେ ଦିବ୍ୟାଙ୍କ ମୃତଦେହ ଶଢ଼ିଯାଇଥିଲା ବୋଲି କହିଛି ପୁଲିସ। ଏମିତି କି ତାଙ୍କ ମୁଣ୍ଡରେ କେଶ ବି ନଥିଲା। ପ୍ରକୃତରେ ମୃତଦେହଟି ଦିବ୍ୟାଙ୍କର କି ନାହିଁ ଜାଣିବା ପାଇଁ ତାଙ୍କ ମା’ଙ୍କୁ ଡକାଯିବା ପରେ ସେ ଟାଟୁ ଦେଖି ମୃତଦେହଟି ଦିବ୍ୟାଙ୍କର ବୋଲି ଚିହ୍ନଟ କରିଥିଲେ। ଦିବ୍ୟା କାନ୍ଧ ଓ ହାତରେ ଟାଟୁ କରିଥିବା ବେଳେ ଏହି ଟାଟୁ ତାଙ୍କର ପରିଚୟ ଦେଇଥିଲା।
ଉଲ୍ଲେଖଯୋଗ୍ୟ, ମଡେଲଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଜିତ ଓ ବଳରାଜ ଗିଲ ପୁଲିସ ସାମ୍ନାରେ ନିଜ ଦୋଷ ସ୍ବୀକାର କରି କହିଥିଲେ କି ସେ ଦିବ୍ୟା ପାହୁଜାଙ୍କ ମୃତଦେହକୁ ପଟିଆଲାର ଏକ କେନାଲରେ ଫିଙ୍ଗାଯାଇଛି। ଏହାପରେ କ୍ରାଇମ ବ୍ରାଞ୍ଚ ପଟିଆଲାର କେନାଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମୃତଦେହ ଭାସି ଯାଇଥିବା କ୍ରାଇମ ବ୍ରାଞ୍ଚ ଟିମ ସନ୍ଦେହ କରି ବିଭିନ୍ନ କେନାଲରେ ଖୋଜିବା ପରେ ଶେଷରେ ଟୋହନା କେନାଲରୁ ଦିବ୍ୟାଙ୍କ ମୃ୍ତଦେହ ମିଳିଥିଲା।
[ad_2]