ମନୋରଞ୍ଜନ

‘ଭିଲେନ୍’ର ସୁଟିଂ ଶେଷ – Kalinga News

[ad_1]

ନୂଆ ଓଡ଼ିଆ ସିନେମା ‘ଭିଲେନ୍’ର ସୁଟିଂ ଶେଷ ହୋଇଛି। ଏହାର ଅଧିକାଂଶ ସୁଟିଂ ହାଇଦ୍ରାବାଦ, ମନାଲି, କଟକ ଓ ଭୁବନେଶ୍ବରରେ କରାଯାଇଛି। ଆଦିଲକ୍ଷ୍ମୀ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ନାୟକ ଭୂମିକାରେ ଅଛନ୍ତି ଅର୍ଦ୍ଧେନ୍ଦୁ। ତେଣେ ‘ଭିଲେନ୍’ର ନିର୍ଦ୍ଦେଶନା ଦାୟିତ୍ବ ନେଇଛନ୍ତି କେ.ମୁରଲୀ କ୍ରିଷ୍ଣା। ଏହାଆଗରୁ ‘ମୁଁ ପରଦେଶୀ ଚଢ଼େଇ’ରେ ମୁରଲୀ ଓ ଅର୍ଦ୍ଧେନ୍ଦୁ ଏକାଠି କାମ କରିସାରିଛନ୍ତି।

ଆଦିକନ୍ଦ ସାହୁଙ୍କ ପ୍ରଯୋଜିତ ‘ଭିଲେନ୍‌’ରେ ଦ୍ବିତୀୟ ଥର ପାଇଁ ଅର୍ଦ୍ଧେନ୍ଦୁ-ତମନ୍ନାଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ ଦର୍ଶକ। ଏହାଛଡ଼ା ଏଥିରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଉଷସୀ ମିଶ୍ର, ବବି ମିଶ୍ର, କେକେ, ସମରେଶ, ହର ରଥ, ବ୍ରଜ ସିଂହ, ରବି ମିଶ୍ର, ରାଜୁ ଦାସ ଓ ସୋମୁ ପ୍ରମୁଖ ନଜର ଆସିବେ। ଦେବୀଦତ୍ତ ମହାନ୍ତି କାହାଣୀ ରଚନା କରିଥିବା ବେଳେ ଲୁବୁନ୍-ଟୁବୁନ୍‌ ଓ ବିଦୁ ଫିଲ୍ମର କୋରିଓଗ୍ରାଫି କରିଛନ୍ତି। ବାପୁ ଗୋସ୍ବାମୀ ଓ ତପୁ ନାୟକଙ୍କ ଗୀତକୁ ସ୍ବରରେ ସଜାଇଛନ୍ତି ଜାପାନୀ ଭାଇ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button