ରାଜନୀତି

ଜଗତସିଂହପୁର ବିଜେଡିରେ ଫାଟ: ନଁା ନ ନେଇ ବିଧାୟକଙ୍କୁ ଟାର୍ଗେଟ୍ କଲେ ଅମରେନ୍ଦ୍ର – Kalinga News

[ad_1]

ଦଶବର୍ଷର ବିଦେଶୀ ଶାସନରେ ଅତିଷ୍ଠ ହେଲେଣି ଲୋକ

ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ଲୋକେ ଗଲା ୧୦ ବର୍ଷ ହେଲା ବିଦେଶୀ ଶାସନରେ ଅତିଷ୍ଠ ହେଲେଣି। ଲୋକେ ଅଣନିଶ୍ବାସୀ ହୋଇଗଲେଣି। ତେଣୁ ବିଦେଶୀ ଶାସନ ହଟାଇବାକୁ ପଡ଼ିବ ବୋଲି କର୍ମୀଙ୍କୁ ଆହ୍ବାନ ଦେଇ ପରୋକ୍ଷରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଅନ୍ୟତମ ବିଧାୟକ ପ୍ରାର୍ଥୀ ଆଶାୟୀ ଅମରେନ୍ଦ୍ର ଦାସ। ଜଗତସିଂହପୁର ନିର୍ବାଚନମଣ୍ଡଳୀର ପଟସରାରେ ଆଜି ଆୟୋଜିତ ପରିବାର ସମ୍ପର୍କ ଅଭିଯାନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସ ବ୍ରିଟିସ ସରକାର ଶାସନର ଉଦାହରଣ ଦେଇ କହିଥିଲେ ଯେ ଜମିଦାରୀ ବଣ୍ଟାହେବା ଭଳି ଏଠି ମଧ୍ୟ ଅଞ୍ଚଳକୁ ବାଣ୍ଟି ଦିଆଯାଇଛି। ନିଜ ନିଜ ଲୋକଙ୍କୁ ଧରି ବେପାର ଚାଲିଛି। କର୍ମୀଙ୍କ କଥା ଛାଡ଼ ନେତା ନିଜକୁ ବି ଚିହ୍ନି ପାରୁନାହାନ୍ତି। ଲୋକଙ୍କ ସହ ମିଶି ତାଙ୍କ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ଯିଏ କେବଳ ନିଜ କଥା ବୁଝୁଛନ୍ତି, ତାଙ୍କର ଦଳରେ କୌଣସି ସ୍ଥାନ ନାହିଁ। ତେଣୁ ଏମାନେ ଏଠି ରହିବେ କାହିଁକି ବୋଲି କର୍ମୀ ମାନଙ୍କୁ ପ୍ରଶ୍ନ କରିବା ଢଙ୍ଗରେ ବକ୍ତବ୍ୟ ରଖିଥିଲେ ଅମରେନ୍ଦ୍ର। ଅବଶ୍ୟ ଦଳର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଅମରେନ୍ଦ୍ର ଏଭଳି ଟାର୍ଗେଟ୍ କରିବା କୌଣସି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ଘଟଣାରେ ଅମରେନ୍ଦ୍ର ବିଧାୟକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଢଙ୍ଗରେ ସମାଲୋଚନା କରି ଆସିଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଏଭଳି ଫାଟ ଆଗକୁ ବିଜେଡି ରାଜନୀତିର ଗତିକୁ ନେଇ ଆଲୋଚନାର ସୁଯୋଗ ସୃଷ୍ଟି କରିଛି। ଏଠାରେ ଉଲ୍ଲେଖ‌େଯାଗ୍ୟ ଯେ ୨୦୧୪ରୁ ୨୦୧୯ ଯାଏ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ଚିରଂଜୀବୀ ବିଶ୍ବାଳ ବିଧାୟକ ହୋଇଥିବା ବେଳେ ୨୦୧୯ରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଶାନ୍ତ ମୁଦୁଲି ନିର୍ବାଚନ ଜିତି ଥିଲେ। ଉଭୟ ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅଞ୍ଚଳର ମୂଳ ବାସିନ୍ଦା ନୁହନ୍ତି।

ଏ ସମ୍ପର୍କରେ ବିଧାୟକ ଶ୍ରୀ ମୁଦୁଲିଙ୍କ ସହ ଯୋଗାଯୋଗ କରାଯିବାରେ ସେ ଏ ନେଇ କିଛି କହିବେ ନାହିଁ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ କର୍ମୀ ସୁରେଶ ନନ୍ଦ, ଆଳିପିଙ୍ଗଳ ବରିଷ୍ଠ କର୍ମୀ ଧୋବେଇ ସ୍ୱାଇଁ,  ଜଗତସିଂହପୁର ବ୍ଲକ ପୂର୍ବତନ ଆତ୍ମା ଅଧ୍ୟକ୍ଷ ବରଦା ପ୍ରସାଦ ସ୍ୱାଇଁ, ସାରଙ୍ଗ ପାଇଟାଳ, ସଂଖ୍ୟାଲଘୁ ସଂପ୍ରଦାୟ ନେତା ସେକ ରକିବଉଦ୍ଦିନ, ପୂର୍ବତନ କାଉନସିଲର  ସୁଶାନ୍ତ ସ୍ୱାଇଁ, ବିଦୁର ନାୟକ, ଅଲଣା ପୂର୍ବତନ ସରପଞ୍ଚ ସୁଶାନ୍ତ ରଞ୍ଜନ ସ୍ୱାଇଁ, ଶିକ୍ଷାବିତ ବିଦୂ ଭୂଷଣ ତ୍ରିପାଠୀ, ଯୁବ ନେତା ରୋହନ ପିନାକ ମହାନ୍ତିଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳାମାନେ ଯୋଗ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button