ମନୋରଞ୍ଜନ

ପ୍ରିୟଙ୍କାଙ୍କ ନାମକୁ ତାତ୍ସଲ୍ୟ କରି ଉଚ୍ଚାରଣ କଲେ ବ୍ରିଟିଶ ଉପସ୍ଥାପକ – Kalinga News

[ad_1]

ନୂଆଦିଲ୍ଲୀ: ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ବିଳାଶବହୁଳ ଗହଣା କମ୍ପାନି ବୁଲଗାରିର ୧୪୦ତମ ଜୟନ୍ତୀ ପାଳନ ଅବସରରେ ଲାଇମ ଲାଇଟକୁ ଆସିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରିୟଙ୍କା  ଉକ୍ତ କମ୍ପାନିର ଅଳଙ୍କ‌ାର ପିନ୍ଧି ଆକର୍ଷଣୀୟ ଦେଖ‌ା ଯାଉଛନ୍ତି। ପ୍ରିୟଙ୍କାଙ୍କ ଲୁକକୁ ‌ଦର୍ଶକ ବେଶ ପସନ୍ଦ ବି କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରିୟଙ୍କା ସରପେନତି ଏଟର୍ନା ହାର ପିନ୍ଧିଛନ୍ତି। ଯାହାକି ବୁଲଗାରିର ମାଷ୍ଟରପିସ ବୋଲି କୁହ‌ାଯାଉଛି। ଏହି ହାରରେ ୧୪୦ କ୍ୟାରେଟର ହୀରା ଖଚିତ ହୋଇଛି।

ଏସବୁ ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭ‌ୋଇରାଲ ହୋଇଛି। ଯେଉଁଥିରେ ପ୍ରିୟଙ୍କାଙ୍କ ଫ୍ୟାନ୍ସମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି।

ପ୍ରିୟଙ୍କାଙ୍କ ଫ୍ୟାନ୍ସମାନେ ଅସନ୍ତୋଷ ହେବାର କାରଣ, ଜଣେ ବ୍ରିଟିଶ ଟେଲିଭିଜନ ଉପସ୍ଥାପକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରିୟଙ୍କାଙ୍କ ନ‌ାମକୁ ଭୁଲ ଉଚ୍ଚାରଣ କରିଥିଲେ।

ବ୍ରିଟିଶ ଟେଲିଭିଜନ ଉପସ୍ଥାପକ ଏଣ୍ଡି ପିଟର୍ସ ମାର୍ଚ ତାଙ୍କର ଗୁଡ ମର୍ଣ୍ଣିଙ୍ଗ ବ୍ରିଟେନ କାର୍ଯ୍ୟକ୍ରମ ପାଇଁ ଲଣ୍ଡନ‌ର ମ୍ୟ‌ାଡମ ତୁସାଦ ମ୍ୟୁାଜିୟମରେ ପହଞ୍ଚିଥି‌‌ଲେ।  ଏଠାରେ ଚାଲିଥିବା କାର୍ଯ୍ୟକ୍ରମରେ ଏଣ୍ଡି ମ୍ୟୁାଜିୟମରେ ଲାଗି୍ଥିବା ସେଲିବ୍ରିଟିମାନଙ୍କ ବ୍ୟକ୍ସ ଫିଗର୍ସ ଉପରେ ଚର୍ଚ୍ଚା କରିଥିଲେ।

ଏହି କ୍ରମରେ ସେ ଯେତେବେଳେ ଯାଇ ପ୍ରିୟଙ୍କାଙ୍କ ଫିଗର୍ସ ପାଖ‌ରେ ପହଞ୍ଚିଥିଲେ ଅଭିନେତ୍ରୀଙ୍କ ନାମକୁ  ଚିୟାଙ୍କା ଚାପ ଫ୍ରି ବୋଲି କହିଥିଲେ। ବାରମ୍ବାର ଉଚ୍ଚାରଣ ପରେ ବି ସେ ପ୍ରିୟଙ୍କାଙ୍କ ନାମକୁ ସ୍ପଷ୍ଟ ଭାବେ ଉଚ୍ଚାରଣ କରି ପାରି ନଥିଲେ।

ଏହି କାରଣରୁ ପ୍ରିୟଙ୍କାଙ୍କୁ ଉପସ୍ଥାପକ ଅପମାନିତ କରିଥିବା ବୋଲି ଦେଶୀଗାର୍ଲଙ୍କ ଫ୍ୟାନ୍ସମାନେ ଅଭିଯୋଗ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button