ଦେଶ- ବିଦେଶ

୨୪ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିପାରିବେନି ଅଭିଜିତ ଗଙ୍ଗୋପାଧ୍ୟାୟ – Kalinga News

[ad_1]

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ବିଜେପିର ତମଲୁକ ଲୋକସଭା ପ୍ରାର୍ଥୀ ଏବଂ କାଲକାଟା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବିରୋଧରେ ନିର୍ବାଚନ କମିସନ୍(ଇସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବାର ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଉପରେ ପ୍ରଚାର କଟକଣା ଲାଗିଛି। ସେ ୨୪ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିପାରିବେନି। ଏହି କଟକଣା ମଙ୍ଗଳବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଉଲ୍ଲେଖଯୋଗ୍ୟ ଯେ ଗଙ୍ଗୋପାଧ୍ୟାୟ ହଲଦିଆରେ କରିଥିବା ଏକ ରାଲିରେ ମମତାଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀ ଦେଇଥିଲେ। ଏହି କାରଣ ପାଇଁ ଟିଏମ୍ସି ମେ’ ୧୭ ତାରିଖରେ ନିର୍ବାଚନ କମିସନ୍ଙ୍କ ନିକଟରେ ଅଭିଯୋଗ କରିଥିଲା। କମିସନ୍ ଏହାପରେ ଗଙ୍ଗୋପାଧ୍ୟାୟଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ କରିଥିଲେ। ସେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଅସମ୍ମାନଜନକ ବୋଲି କମିସନ୍ କହିଥିଲେ। କମିସନଙ୍କ ନୋଟିସ ଉପରେ ଗଙ୍ଗୋପାଧ୍ୟାୟ ମେ’ ୨୦ ସନ୍ଧ୍ୟା ସୁଦ୍ଧା ଜବାବ ମାଗିଥିଲେ। ଗଙ୍ଗୋପାଧ୍ୟାୟ ତାଙ୍କ ଜବାବ ରଖି ସାରିଛନ୍ତି। କମିସନ୍ ମଧ୍ୟ ଗଙ୍ଗୋପାଧ୍ୟାୟଙ୍କୁ ସତର୍କ କରାଇଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ସର୍ବସାଧାରଣରେ ମାପିଚୁପି କଥା ହେବାପାଇଁ କମିସନ୍ ଗଙ୍ଗୋପାଧ୍ୟାୟଙ୍କୁ ସତର୍କ କରିଛନ୍ତି। ତେବେ ଚଳିତ ଲୋକସଭା ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ ନୋଟିସ୍ ପାଇବାରେ ଗଙ୍ଗୋପାଧ୍ୟାୟ ହେଉଛନ୍ତି ଚତୁର୍ଥ ରାଜନେତା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button