ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ସାଲିଆସାହିବାସୀ: ପାଣ୍ଡିଆନ – Kalinga News

[ad_1]

କେନ୍ଦ୍ର ଅନୁମତି ମିଳିଲେ ୨୪ ଘଣ୍ଟାରେ ଜମି ପଟ୍ଟା: ସୁଶାନ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଲିଆସାହିର ଭଲ ଚାହାନ୍ତି। ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଆପଣମାନେ ତାଙ୍କ ହୃଦୟରେ ରହିଥିବେ। ବିରୋଧୀ ନେତାମାନଙ୍କୁ ପଚାରିବେ, ବିଜେପି ଦଳ କେଉଁ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେଇଛି କି? ଘର ତିଆରି କରି ଦେଇଛି କି? ଦେଶର କୌଣସି ରାଜ୍ୟରେ ବିଜେପି କିମ୍ବା ଅନ୍ୟ କୌଣସି ସରକାର ଏହା କରିନାହାନ୍ତି। ବସ୍ତିବାସିନ୍ଦାଙ୍କୁ ସମ୍ମାନ ଦେବାରେ ନବୀନ ପଟ୍ଟନାୟକ ଦେଶର ପ୍ରଥମ ନେତା। ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଲିଆସାହିଠାରେ ଅନୁଷ୍ଠିତ ସଭାରେ ଉଦ୍‌ବୋଧନ ଦେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବିରୋଧୀ ଦଳଙ୍କୁ ଏଭଳି ଶାଣିତ ଆକ୍ରମଣ କରିଛନ୍ତି।

ଶ୍ରୀ ପାଣ୍ଡିଆନ୍‌ ଆହୁରି କହିଲେ, ସାଲିଆସାହି ବାସ୍ତିବାସିନ୍ଦାଙ୍କ କଠିନ ପରିଶ୍ରମ ଯୋଗୁ ଭୁବନେଶ୍ବର ଆଜି ଆଗକୁ ବଢ଼ୁଛି। ଆପଣମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନୂଆ ଭୁବନେଶ୍ବର ଗଠନ କରିବାକୁ ଚାହୁଛନ୍ତି। ଆପଣମାନଙ୍କୁ ବିସ୍ଥାପିତ କରି ଅନ୍ୟ ସ୍ଥାନରେ ଜାଗା ଦେବାକୁ ତଳୁ ଫାଇଲ ଆସିଥିଲା। ମାତ୍ର ଆପଣଙ୍କୁ ବିସ୍ଥାପିତ ନ କରି ଯେଉଁଠି ଅଛନ୍ତି ସେଠାରେ ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଲେ। ସେହିପରି ବସ୍ତିରୁ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ଯୋଜନା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏଠାକାର ପିଲାଙ୍କ ବଡ଼ ବଡ଼ ସ୍ବପ୍ନକୁ ସାକାର କରିବାକୁ ଆଇଆର୍‌ସି ଭିଲେଜ ସ୍କୁଲକୁ ରୂପାନ୍ତରିତ କରାଯାଇ ମଡେଲ୍‌ରେ ପରିଣତ କରାଯାଇଛି।

ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ, ସାଲିଆସାହିରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ଉତ୍ତର ଦେଇ ନାହାନ୍ତି। ଯେଉଁଦିନ କେନ୍ଦ୍ରର ଅନୁମତି ମିଳିବ ତାହାର ୨୪ ଘଣ୍ଟା ମଧ୍ୟରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ନହରକଣ୍ଟାଠାରେ ଅନୁଷ୍ଠିତ ସଭାରେ ଶ୍ରୀ ପାଣ୍ଡିଆନ୍‌ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରି ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ବାନ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button