ସାମ୍ବାଦିକ ସମ୍ମିଳନୀରେ ଅନୁଭବ ମହାନ୍ତି କହିଲେ- ଅକୁହା କଥା, ମନର ବ୍ୟଥା – Kalinga News

[ad_1]
ଭୁବନେଶ୍ବର: ଯେତେ ଦିନ ଯାଏଁ ବଞ୍ଚିଥିବି ଓଡ଼ିଆ ବୋଲି ପରିଚୟରେ ବଞ୍ଚିବି। ଅନେକ କଥା ଅଛି ଯାହା କହିବି। ୧୧ ବର୍ଷ ବିଜୁ ଜନତା ଦଳରେ କାମ କଲି। ଦଳ ଯାହା ଦାୟିତ୍ଵ ଦେଇଛି ତାହା ମୁଁ ସୁଚାରୁ ରୂପେ ତୁଲାଇଛି। ଓଡ଼ିଶାର ହକ ଓ ଟେକ ପାଇଁ ସବୁବେଳେ ଚେଷ୍ଟା କରିଛି। ଏବେର ବିଜୁ ଜନତା ଦଳର ଦାୟିତ୍ଵ ନବୀନ ବାବୁ ନେଉନାହାନ୍ତି। ଦୀର୍ଘ ୫ ବର୍ଷ ଧରି ତାଙ୍କୁ ଦେଖା କରି ପାରିନାହିଁ। ଫୋନ ବି କରିଛି କଥା ହେବାକୁ ତାହା ବି ସମ୍ଭବ ହେଲା ନାହିଁ। ଯିଏ ଏବେ ତାଙ୍କ ଉତ୍ତରାଧିକାରୀ ଭାବୁଛନ୍ତି। ତାଙ୍କ ସହ ବି କଥା ହେବା କଷ୍ଟକର। ମୁଁ ତାଙ୍କ ଆଗରେ କେବେ ମୁଣ୍ଡ ନୁଆଇ ନାହିଁ କି ନୁଆଇଁବି ନାହିଁ। ବିଜେପି ଷ୍ଟାର କ୍ୟାମ୍ପେନର ଅନୁଭବ ମହାନ୍ତି ଶୁକ୍ରବାର ଏହା କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କହିଛନ୍ତି, ସାଂସଦ ଥାଇ ମଧ୍ୟ ମୁଁ କେନ୍ଦ୍ରାପଡ଼ାବାସୀଙ୍କୁ ଭେଟି ପାରିନି। ଯାହା ଉନ୍ନତିମୂଳକ କାମ କରିବାକୁ ଚାହିଁଲେ ବି କରିପାରୁନଥିଲି। ଦଳ ତରଫରୁ କଲ କରାଯାଇ କେନ୍ଦ୍ରାପଡ଼ା ଯିବାକୁ ମନା କରାଯାଇଥିଲା। କେନ୍ଦ୍ରାପଡ଼ା ଲୋକଙ୍କ ପାଖକୁ ଯିବାକୁ ଦଳ ମୋତେ ଅଟକାଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋର ଫାଇଲ ଅଟାକାଯାଇଥିଲା। କୋଭିଡ ସମୟରେ ବି ଏହା କରାଯାଇଥିଲା। ଦଳ ତରଫରୁ ମୋତେ କୁହାଯାଇଥିଲା। ଆପଣ ଯାନ୍ତୁନାହି ଭିଡ଼ ହେବ ଦଳ ବଦନାମ ହେବ।
ନିର୍ବାଚନ ଜିତିବା ପରେ ଯେବେ ମୁଁ ଯାଇ ବୁଲି ସେତେବେଳେ ବି ଅଟକାଯାଇଥିଲା। ଯେ ଯାହା ଆପଣ ଭଲ କରିବାକୁ ଚାହୁଁଛନ୍ତି ତାହା ଦଳ ବିରୋଧରେ ଯାଉଛି। ମୋର ବାପା ୧୬ ବର୍ଷ ଧରି ଦଳ ପାଇଁ ଅସୁବିଧା ଭୋଗିଛନ୍ତି। ଯେଉଁ ଅଭିଯୋଗ ଆଣିଥିଲେ। ତାହା ସଂପୂର୍ଣ୍ଣ ମିଛ। ସରକାରଙ୍କର ବୟଜ୍ୟେଷ୍ଠ ବ୍ୟକ୍ତି ଙ୍କ ପାଇଁ ସମ୍ମାନ ନାହିଁ। ବିବାହ ବିଚ୍ଛେଦ ଯୋଗୁଁ ମୋତେ ଏକ ଅପରାଧୀ କରି ଦିଆଯାଇଥିଲା। ସରକାରୀ କଳର ଅପବ୍ୟବହାର କରି ମୋ ବିରୁଦ୍ଧରେ ଏବେ ବି କରୁଛନ୍ତି।
ବର୍ଷାଙ୍କ ସହ ଦଳର କିଛି ଲୋକଙ୍କ ସହ ଭିତିରିଆ ସମ୍ପର୍କ ଥିଲା, ଯେଉଁଥି ପାଇଁ ମୁଁ ପ୍ରମାଣ ସହ ଅଭିଯୋଗ କଲେ ମଧ୍ୟ ମୋ କଥା ଶୁଣଯାଇନଥିଲା। ମୋ ବିରୋଧରେ ମିଛ ତଥ୍ୟ ଯୋଗାଡ଼ କରାଯାଇ ମତେ ଅଭିଯୁକ୍ତ କରାଗଲା। ଦଳ ମୋତେ ପ୍ରତ୍ୟାଖାନ କଲେ। ମୁଁ ଚ୍ୟାଲେଞ୍ଜ କରୁଛି ସେ ଦଳର କେହି କରିପାରିବେନି ଯେ ମୁଁ ମିଛ କହୁଛି ବୋଲି।ମୋ ନାଆଁ ରେ ଗୋଟେ ଏନ୍ବିଡବ୍ଲୁ ଜାରି କରି ବିଜେପିର ଅଣ୍ଡର କରେଣ୍ଟ ଭାଙ୍ଗିବାକୁ ଚେଷ୍ଟା କରିଛି ସେ ଦଳ। ଯେହେତୁ ମୁଁ ଷ୍ଟାର କ୍ୟମ୍ପେନରରେ ଥିଲି ଏ ଷଡ଼ଯନ୍ତ୍ର କରାଯାଇଥିଲା। ବାହ୍ୟ ଶକ୍ତି ଆଗରେ ଆମେ ସ୍ୱାଭିମାନକୁ ବିକିବା ନାହିଁ। ମୁଁ ସେବେ ଦଳ ସପକ୍ଷରେ କହୁଥିଲି। ଏବେ ବିପକ୍ଷରେ କହୁଛି। କାରଣ ସେମାନେ ସେ ଯୋଗ୍ୟ ନୁହନ୍ତି। ଜୁନ ୪ ପରେ ବି ନିଜ ଇଚ୍ଛାରେ ଅନେକ ଲୋକ ଦଳ ଛାଡ଼ିବେ। ବିଜୁଜନତା ଦଳ କଳାପାହାଡ଼ ବା ତାଙ୍କ ହାତରେ ପରିଚାଳିତ ହେଉଛି। କାଲିଠୁ ମୁଁ ପ୍ରଚାରକୁ ଓଲାଇବି। ଯେତେ ଅପଚେଷ୍ଟା କଲେ ବି ମୁଁ ପ୍ରଚାରକୁ ଓଲ୍ହାଇବି। କେବଳ ନବୀନ ବାବୁଙ୍କୁ ସମ୍ମାନ ଦେଇ ସେ ଦଳରେ ଅନେକ ନେତା ଅଛନ୍ତି। ସେମାନେ ସ୍ୱଇଚ୍ଛାରେ ଦଳ ଛାଡ଼ିବାକୁ ଚାହୁଁଛନ୍ତି। ଜୁନ ୪ ପରେ ଅନେକ ନେତା ଦଳ ଛାଡ଼ିବେ।
[ad_2]