ସନ୍ନ୍ୟାସ ନେବା ପରେ ମୋତେ ଆଉ ପାଇବ ନାହିଁ: ବିରାଟ କୋହଲି – Kalinga News
[ad_1]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି କ୍ରିକେଟରୁ ଅବସର ନେବା ଯୋଜନା ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। କ୍ରିକେଟରୁ ସନ୍ନ୍ୟାସ ନେବା ପରେ କୋହଲି କେଉଁ କାମ କରିବେ ତାହା ଜଣାଇଛନ୍ତି। ତାଙ୍କ ଯୋଜନା ମୁତାବକ, କ୍ରିକେଟରୁ ଅବସର ନେବା ପରେ ସେ ପ୍ରଥମେ ଏକ ଲମ୍ବା ବିରତି ନେବେ।
Sambad is now on WhatsApp
Join and get latest news updates delivered to you via WhatsApp
“I wanna give it everything I have till the time I play, and that’s the only thing that keeps me going” 🤌
Virat’s emotional but promising words while talking at the @qatarairways Royal Gala Dinner. 🗣️#PlayBold #ನಮ್ಮRCB #IPL2024 pic.twitter.com/htDczGQpNf
— Royal Challengers Bengaluru (@RCBTweets) May 15, 2024
ସେ କହିଛନ୍ତି, ‘ଏହା ବହୁତ ସରଳ। ମୁଁ ଭାବୁଛି ଜଣେ ଖେଳାଳି ଭାବରେ ଆମର କ୍ୟାରିୟରର ଶେଷ ତାରିଖ ଅଛି। ମୁଁ ମୋର କ୍ୟାରିଅରକୁ ଏତେ ଶୀଘ୍ ଶେଷ କରିବାକୁ ଚାହେଁ ନାହିଁ। କ୍ୟାରିୟର ଶେଷ ହେବା ପୂର୍ବରୁ ମୁଁ ଯାହା ଭାବିଛି ସେ ସବୁ କରିବାକୁ ଚାହେଁ, ଯେମିତି ପରେ ମୋତେ ପଶ୍ଚାତାପ ନହେବ। ଥରେ ନିଜ କାମ ଶେଷ କରି ସନ୍ନ୍ୟାସ ନେବା ପରେ କିଛି ଦିନ ପାଇଁ ମୁଁ ଚାଲିଯିବି। କେହି ମୋତେ ଖୋଜି ପାଇବ ନାହିଁ।’
ତେବେ କୋହଲି ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ବେଳେ ଆଗକୁ ଟି-୨୦ ବିଶ୍ବକପ ପାଇଁ ଖେଳିବେ। ଏଥିରେ ତାଙ୍କର ପ୍ରଦର୍ଶନ କିଭଳି ରହିବ, ତାକୁ ଲୋକେ ଅପେକ୍ଷା କରିଥିବା ବେଳେ ଏବେ କୋହଲିଙ୍କ ଏହି ଯୋଜନା ବିଷୟରେ ଜାଣି କ୍ରିକେଟପ୍ରେମୀମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।
ବିରାଟଙ୍କ ଏହି ଯୋଜନାକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଆଜି ଭାରତୀୟ ଫୁଟବଲ ଦଳର ଷ୍ଟାର ଖେଳାଳି ତଥା ଅଧିନାୟକ ସୁନୀଲ ଛେତ୍ରୀ ଅବସର ଘୋଷଣା କରିଛି। କୁଏତ ବିପକ୍ଷ ଫିଫା ବିଶ୍ୱକପ କ୍ବାଲିଫାୟରସ ପର୍ଯ୍ୟାୟ ପରେ ସେ ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ବିଦାୟ ନେବେ। ଜୁନ ୬ରେ କୁଏତ ବିପକ୍ଷରେ ଫିଫା ବିଶ୍ୱକପ କ୍ବାଲିଫାୟରସ ପର୍ଯ୍ୟାୟ ହେବ। ଏହା ପରେ ସେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ ବୋଲି ଆଜି ଘୋଷଣା କରିଛନ୍ତି।
[ad_2]