ସ୍କୁଲରେ ଛାତ୍ରୀମାନଙ୍କୁ ବଣ୍ଟା ଯାଇଥିବା ଚକୋଲେଟରେ ବାହାରିଲା ପୋକ – Kalinga News
[ad_1]
ନୂଆଦିଲ୍ଲୀ: କିଛିଦିନ ହେବ ଷ୍ଟ୍ରିଟ୍ ଫୁଡ୍ ଏବଂ ରେସ୍ତୋରାଁ ଖାଦ୍ୟରେ ଫିମ୍ପି ଲାଗିଥିବା ସହିତ ପୋକ ବାହାରୁଥିବାର ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ଏମିତି ଏକ ଘଟଣା ଜିଲ୍ଲା ପରିଷଦ ବିଦ୍ୟାଳୟର ଦେଖିବାକୁ ମିଳିଛି । ଏହି ଘଟଣାପରେ ପିଲାଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ଯଭତମାଲର ଚତରିର ଏକ ବାଳିକା ବିଦ୍ୟାଳୟରେ ଘଟିଛି। ଏଠାରେ ଛାତ୍ରୀମାନଙ୍କୁ ଦିଆଯାଇଥିବା ପୁଷ୍ଟିକର ଖାଦ୍ୟରେ ଥିବା ଚକୋଲେଟରେ ପୋକ ବାହାରିଥିବାର ଦେଖିବାକୁ ମିଳିଥିଲା।
ଛାତ୍ରୀମାନଙ୍କୁ ଦିଆଯାଇଥିବା ଚକୋଲେଟରେ ପୋକ ବାହାରିବାର ଘଟଣାର ଭିଡିଓ ବି ସାମ୍ନାକୁ ଆସିଛି। ଏହି ଘଟଣାକୁ କେନ୍ଦ୍ର କରି ଉକ୍ତ ବିଦ୍ୟାଳୟରେ ପାଠପଢ଼ୁଥିବା ଛାତ୍ରୀମାନଙ୍କ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ ଏହି ଚକୋଲେଟ ଖାଇଥିବା ପିଲାଙ୍କ ବାପା ଓ ମା’ ପ୍ରଶ୍ନ କରିଛନ୍ତି,‘କାଲି ସକାଳେ ଯଦି ଆମ ପିଲାର ସ୍ବାସ୍ଥ୍ୟ ଖରାପ ହୋଇଯାଏ ଏଥିପାଇଁ କିଏ ଦାୟୀ ହେବ।’
ଚତରିର ଜିଲ୍ଲା ପରିଷଦ ସ୍କୁଲର ଛାତ୍ରୀଙ୍କୁ ଚକୋଲେଟ୍ ବଣ୍ଟାଯିବା ପାଇଁ ଅଣାଯାଇଥିଲା, କିନ୍ତୁ ସ୍କୁଲ ଛୁଟି ହୋଇଯିବାରୁ ୬୫ଜଣ ଅଭିଭାବକ ଚକୋଲେଟ୍ ଘରକୁ ନେଇ ଯାଇଥିଲେ। ଘରେ ସେମାନେ ଚକୋଲେଟରେ ଫିମ୍ପି ମାରି ଯାଇଥିବା ସହିତ ପୋକ ବାହାରୁଥିବା ଦେଖି ସ୍କୁଲ ପ୍ରିନ୍ସପାଲଙ୍କୁ ଅଭିଯୋଗ କରିବା ସହିତ ଚକୋଲେଟ ଫେରାଇ ଦେଇଥିଲେ।
जिल्हा परिषद शाळेत पोषण आहारातील चॉकलेटमध्ये निघाल्या अळ्या, यवतमाळमधील घटनेनं पालक खळबळ#news18marathi pic.twitter.com/m8yyJhcQt4
— News18Lokmat (@News18lokmat) May 15, 2024
ଏଥିସହିତ ଏହି ଚକୋଲେଟ୍ ଯୋଗାଉଥିବା କମ୍ପାନିକୁ ନେଇ ବି ଅନେକ ପ୍ରଶ୍ନ ଉଠିଛି । ଏପରି ଘଟଣା ଯୋଗୁଁ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି ଏବଂ ବିଦ୍ୟାଳୟଗୁଡ଼ିକରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ପିଲାଙ୍କ ଅଭିଭାବକମାନେ ସ୍କୁଲ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି।
[ad_2]