କର୍କଟ ରୋଗରେ ପୀଡ଼ିତ ହେଲେ ବିବାଦୀୟ ରାଣୀ ରାଖି ସାୱନ୍ତ ! – Kalinga News

[ad_1]
ମୁମ୍ବାଇ: କର୍କଟ ରୋଗରେ ପୀଡ଼ିତ ହେଲେ ବିବାଦୀୟ ରାଣୀ ରାଖି ସାୱନ୍ତ। ପୂର୍ବତନ ସ୍ବାମୀ ରିତେଶ ରାଜ୍ ସିଂହ ଦେଲେ ସୂଚନା। ଗର୍ଭାଶୟରେ ଟ୍ୟୁମର ହୋଇଥିବାରୁ ଡାକ୍ତର କର୍କଟ ହୋଇଥିବା ନେଇ ଆଶଙ୍କା କରୁଥିବା କହିଛନ୍ତି ରିତେଶ। ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରୁଥିବା ରାଖି ସାୱନ୍ତ ଗତ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ। ନିଜ ଦ୍ବିତୀୟ ସ୍ବାମୀଙ୍କ ସହ ତାଙ୍କ ବିବାଦକୁ ନେଇ ଗତ କିଛି ମାସ ହେବ ଚର୍ଚ୍ଚାରେ ରହିଥିବା ରାଖି ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାମ୍ନାକୁ ଆସିଛି । ଡାକ୍ତରଖାନା ବେଡରେ ରାଖି ଶୋଇଥିବାର ଫଟୋ ଭାଇରାଲ ହେବା ପରେ କର୍କଟ ହୋଇଥିବା ନେଇ ଡାକ୍ତର ଆଶଙ୍କା କରୁଥିବା କହିଛନ୍ତି ରିତେଶ।

Sambad is now on WhatsApp
Join and get latest news updates delivered to you via WhatsApp
ଛାତି ଏବଂ ପେଟରେ ଯନ୍ତ୍ରଣା ହେବା ପରେ ରାଖିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ରିତେଶ କହିଛନ୍ତି। ସେ କହିଛନ୍ତି ଯେ, “ଡାକ୍ତରମାନେ ରାଖିଙ୍କ ଗର୍ଭାଶୟରେ ଏକ ଟ୍ୟୁମର ଚିହ୍ନଟ କରିଛନ୍ତି। ଯେଉଁଥିପାଇଁ ଡାକ୍ତରମାନେ ସନ୍ଦେହ କରୁଛନ୍ତି ଯେ ରାଖିଙ୍କର କର୍କଟ ହୋଇଥାଇପାରେ। ତେବେ ରିପୋର୍ଟ ଏପର୍ଯ୍ୟନ୍ତ ବାହାରି ନାହିଁ ।”
ରାଖିଙ୍କ ଡାକ୍ତରଖାନା ବେଡରେ ଶୋଇଥିବାର ଫଟୋ ଭାଇରାଲ ହେବା ପରେ ସେ ନାଟକ କରୁଥିବା କହୁଥିଲେ ଲୋକେ । ଏହା ଉପରେ ପ୍ରତିକ୍ରିୟା ନେଇ ରିତେଶ କହିଛନ୍ତି ଯେ, “ଏହା ଥଟ୍ଟାର ବିଷୟ ନୁହେଁ। ରାଖି ଗୁରୁତର ଅଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।”
[ad_2]