ଖେଳ ଖବର

ବିଶ୍ବକପ୍‌ ଦଳରେ ଜଣେ ମାତ୍ର କୃଷ୍ଣକାୟ ଆଫ୍ରିକୀୟ, ସିଏସ୍‌ଏ ସମାଲୋଚିତ – Kalinga News

[ad_1]

ନୂଆଦିଲ୍ଲୀ: ଦକ୍ଷିଣଆଫ୍ରିକା ବିଶ୍ବକପ୍‌ ଦଳରେ ଜଣେ ମାତ୍ର କୃଷ୍ଣକାୟଙ୍କୁ ସ୍ଥାନ ମିଳିଥିବାରୁ କ୍ରିକେଟ୍‌ ଦକ୍ଷିଣଆଫ୍ରିକା (ସିଏସ୍‌ଏ)କୁ ସମାଲୋଚନା କରିଛନ୍ତି କ୍ରୀଡ଼ାମନ୍ତ୍ରୀ ଫିକିଲ୍‌ ଏମ୍‌ବାଲୁଲା। ଚୂଡ଼ାନ୍ତ ଏକାଦଶରେ ୬ଜଣ ଅଶ୍ବେତ ଖେଳାଳି ରହିବା ପାଇଁ ସ୍ଥାନୀୟ ନିୟମ ଥିବା ବେଳେ ସେଥିମଧ୍ୟରେ ଦୁଇଜଣ କୃଷ୍ଣକାୟ ରହିବା ଆବଶ୍ୟକ। କିନ୍ତୁ ଘୋଷଣା ହୋଇଥିବା ୧୫ଜଣିଆ ଦଳରେ କେବଳ ଜଣେ କୃଷ୍ଣକାୟ ଆଫ୍ରିକୀୟ ଖେଳାଳି ଭାବେ କାଗିସୋ ରବାଡ଼ାଙ୍କୁ ସାମିଲ କରାଯାଇଛି। ଯାହାକି ଦକ୍ଷିଣଆଫ୍ରିକାର ପରିବର୍ତ୍ତନଶୀଳ ଲକ୍ଷ୍ୟର ବିରୋଧୀ ବୋଲି କୁହାଯାଇଛି। ୧୫ଜଣିଆ ଦଳରେ ରବାଡ଼ାଙ୍କ ସହିତ ଅନ୍ୟ ଅଶ୍ବେତ ଖେଳାଳି ରିଜା ହେଣ୍ଡ୍ରିକ୍ସ, ବିଜର୍ନ ଫର୍ଟୁଇନ୍‌, କେଶବ ମହାରାଜ, ତାବ୍ରୈଜ ସାମ୍‌ସି, ଓଟ୍‌ନେଲ୍‌ ବାର୍ଟମ୍ୟାନ୍‌ ସ୍ଥାନିତ ହୋଇଛନ୍ତି। ଚୂଡ଼ାନ୍ତ ଏକାଦଶରେ ‌କେବଳ ରବାଡ଼ା ଏକମାତ୍ର କୃଷ୍ଣକାୟ ଭାବେ ଖେଳିବାକୁ ଯାଉଥିବାରୁ ସିଏସ୍‌ଏ ଦଳ ଚୟନ ବେଳେ ନିରପେକ୍ଷତା ଅବଲମ୍ବନ କରି ନଥିବା ଏମ୍‌ବାଲୁଲା ସାମାଜିକ ଗଣମାଧ୍ୟମରେ ସମାଲୋଚନା କରି କହିଛନ୍ତି। ସେହିପରି ସିଏସ୍‌ଏ ତଥା ଆଇସିସିର ପୂର୍ବତନ ସଭାପତି ରାଏ ମାଲି ଦେଶରେ କ୍ରିକେଟ୍‌ ଅବନତି ଆଡ଼କୁ ଗତି କରୁଥିବା କହିଛନ୍ତି।

ଦକ୍ଷିଣ ଆଫ୍ରିକା ଫେରିଲେ ଆହତ ରବାଡ଼ା
ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡ଼ା ଆଇପିଏଲ୍‌ରୁ ସ୍ବଦେଶ ଫେରିଯାଇଛନ୍ତି। ଗୋଡ଼ରେ ଆଘାତ ପାଇଥିବାରୁ ସେ ଆଇପିଏଲ୍‌ରେ‌ ଖେଳିପାରୁ ନାହାନ୍ତି। ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ରବାଡ଼ା ସୁସ୍ଥ ରହିବା ଗୁରୁତ୍ବପୂର୍ଣ୍ଣ। ତେଣୁ ସେ କିଛି ଦିନ ବିଶ୍ରାମ ନେବା ପରେ ସ୍ବଦେଶ ଫେରିଆସିଥିବା ସିଏସ୍‌ଏ କହିଛି। ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ଡାକ୍ତରଙ୍କ ସହିତ ସେ ପରାମର୍ଶ କରିଛନ୍ତି ଏବଂ ବୋର୍ଡର ଡାକ୍ତରୀ ଦଳ ମଧ୍ୟ ତାଙ୍କ ଉପରେ ନଜର ରଖିଛି। କିନ୍ତୁ ଏହି ଆଘାତ ବିଶ୍ବକପ୍‌ ପ୍ରସ୍ତୁତିରେ ବାଧା ଦେବ ନାହିଁ ବୋଲି କୁହାଯାଇଛି। ରବାଡ଼ା ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳି ୧୧ ୱିକେଟ୍ ନେଇଛନ୍ତି। ଆଇପିଏଲ୍‌ ପ୍ଲେଅଫ୍‌ରୁ ପଞ୍ଜାବ ବାଦ୍‌ ପଡ଼ିସାରିଛି ଏବଂ ବୁଧବାର ମ୍ୟାଚ୍‌ ପରେ ୧୯ ତାରିଖରେ ଦଳ ଶେଷ ଲିଗ୍‌ ଖେଳିବ। ଦକ୍ଷିଣ ଆଫ୍ରିକା ଜୁନ୍‌ ୩ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button