ଡବଲ୍ ଇଂଜିନ୍ ସରକାର ଆସିଲେ ଓଡ଼ିଶାର ବିକାଶ ହେବ: ଓମ୍ ବିର୍ଲା – Kalinga News

[ad_1]
ବାଲେଶ୍ବର: ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ ରହିଛି। ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ଅଛି। ଯାହାକୁ ନେଇ ବିକାଶର ଅନେକ ସୁଯୋଗ ସୃଷ୍ଟି ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶ ପାଇଁ ଅନେକ ଉଦ୍ୟମ କରିଛନ୍ତି। ହେଲେ ରାଜ୍ୟରେ ବିଜେପି ସରକାର ନଥିବାରୁ ଉଦ୍ୟମ ସଫଳ ହୋଇପାରିନି। କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଂଜିନ୍ ସରକାର ରହିଲେ ଓଡ଼ିଶାର ଦ୍ରୁତ ବିକାଶ ସମ୍ଭବ ହେବ। ଏଠିକାର ଲୋକମାନେ ମନସ୍ଥ କରିସାରିଛନ୍ତି; ଏଥର ପରିବର୍ତ୍ତନ ଆଣିବେ। ସବୁ ଦଳକୁ ପଛ କରି ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେବେ। ୨୦୪୭ ମସିହା ସୁଦ୍ଧା ଭାରତ ଯେପରି ବିଶ୍ବରେ ୧ ନମ୍ବର ରାଷ୍ଟ୍ର ହେବ, ସେନେଇ ପ୍ରଧାନମନ୍ତ୍ରୀ ମୋଦୀ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ସେଥିରେ ସମସ୍ତେ ସାମିଲ ହୁଅନ୍ତୁ ବୋଲି ଆଜି ବାଲେଶ୍ବର ନୋସି ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ଆୟୋଜିତ ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକସଭା ବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ଓମ୍ ବିର୍ଲା କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ବିଶେଷ ସଂପର୍କ ଅଭିଯାନର ଜିଲ୍ଲା ସଂଯୋଜକ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ବିର୍ଲାଙ୍କ ସହ ବାଲେଶ୍ବର ସାଂସଦ ତଥା ଲୋକସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ବର ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ବିଜେପି ବିଶେଷ ସମ୍ପର୍କ ଅଭିଯାନର ରାଜ୍ୟ ସଂଯୋଜକ ଅଜୟ ଅଗ୍ରୱାଲ ମଞ୍ଚାସୀନ ରହି ‘ଅବ୍କି ବାର୍, ୪୦୦ ପାର୍, ଓଡ଼ିଶା ମେ ବିଜେପି ସରକାର’ ନାରା ଦେବା ସହ ରାଜ୍ୟରେ ଦଳକୁ ବହୁମତ ପ୍ରଦାନ କରିବା ପାଇଁ ଆହ୍ବାନ ଜଣାଇଥିଲେ। ମୋହିତ ପୋଦ୍ଦାର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀହର୍ଷ ଗୁପ୍ତା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରେ ବାଲେଶ୍ବରର ବିଭିନ୍ନ ଅନୁଷ୍ଠାନ ତଥା ନାଗରିକ ସମାଜ ପକ୍ଷରୁ ଶ୍ରୀ ବିର୍ଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୂର୍ବାହ୍ନ ପ୍ରାୟ ୧୦ଟା ୫୦ ମିନିଟ୍ରେ ଶ୍ରୀ ବିର୍ଲା ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ନୋସିସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିଥିଲେ। ଏହି ଅବସରରେ ତାଙ୍କୁ ସାଂସଦ ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀଙ୍କ ସହ ବିଧାୟକ ପ୍ରାର୍ଥୀ ଶ୍ରୀ ଦତ୍ତ, ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ଏବଂ ଅନ୍ୟ ବରିଷ୍ଠ ବିଜେପି କର୍ମକର୍ତ୍ତା ସ୍ବାଗତ ଜଣାଇଥିଲେ। ସେଠାରୁ ଶ୍ରୀ ବିର୍ଲା କାର୍ ଯୋଗେ କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ।
[ad_2]