ରାଜନୀତି

ଅନେକ ପରିବାରରୁ ଏକାଧିକ ପ୍ରାର୍ଥୀ – Kalinga News

[ad_1]

ନୂଆଦିଲ୍ଲୀ: ପୂର୍ବଭଳି ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ଅନେକ ରାଜନୈତିକ ପରିବାର ସକ୍ରିୟ ରହିଛନ୍ତି। ଗୋଟିଏ ଗୋଟିଏ ପରିବାରରୁ ଏକାଧିକ ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ଉତ୍ତର ପ୍ରଦେଶରେ ଗୋଟିଏ ପରିବାରର ୫ ଜଣ ପ୍ରାର୍ଥୀ ହୋଇଥିବା ବେଳେ ତାମିଲନାଡ଼ୁରେ ଗୋଟିଏ ପରିବାରର ୬ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କର୍ଣ୍ଣାଟକରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ପ୍ରତିଷ୍ଠିତ ପରିବାରରୁ ପାଖାପାଖି ୨୪ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହା ହେଉଛି ଚଳିତ ଲୋକସଭା ନିର୍ବାଚନର ଦୃଶ୍ୟ। ପରିବାରବାଦକୁ ସମସ୍ତେ ନାପସନ୍ଦ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ଦଳ ବିଭିନ୍ନ ପ୍ରକାର କଥା କହୁଛନ୍ତି। କିନ୍ତୁ ନିର୍ବ‌ାଚନ ସମୟ ଆସିଲେ ଆଉ ଲୋଭ ସମ୍ଭାଳି ପାରୁନାହାନ୍ତି। ବାପା, ପୁଅ, ସ୍ବାମୀ, ସ୍ତ୍ରୀ, ଭାଇ, ଭାଉଜ, ଭଉଣୀ, ମାମୁଁ, ଭଣଜା, ଦାଦା ପୁତୁରା ଯାହାକୁ ପାଇଲେ ପ୍ରାର୍ଥୀ କରି ପକାଉଛନ୍ତି। ଏପରିକି ଗୋଟିଏ ପରିବ‌ାରରୁ ଏକାଧିକ ସଭ୍ୟ ପରସ୍ପର ବିରୋଧରେ ପ୍ରାର୍ଥୀ ହେବାକୁ ବି ପଛାନ୍ତି ନାହିଁ। ଏଥର ନିର୍ବାଚନରେ ଏମିତି କିଛି ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି।

ଉତ୍ତର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପରିବାରରୁ ୫ ଜଣ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏଥିରେ ଅଛନ୍ତି ନିଜେ ଅଖିଲେଶ, ପତ୍ନୀ ଡିମ୍ପଲ, ଦାଦା ଶିବପାଲ ଯାଦବ, ଦୁଇ ଦାଦା ପୁଅ ଅକ୍ଷୟ ଯାଦବ ଏବଂ ଧର୍ମେନ୍ଦ୍ର ଯାଦବ। ଏମାନେ ସମସ୍ତେ ସମାଜବାଦୀ ପାର୍ଟି ଟିକେଟରେ ପ୍ରାର୍ଥୀ ହୋଇଛନ୍ତି। ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରୁ ଦୁଇ ଜଣ ପ୍ରାର୍ଥୀ ‌େହାଇଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କ ଦୁଇ ପୁଅ ତେଜସ୍ବୀ ଓ ତେଜ ପ୍ରତାପ ଏବେ ବିଧାୟକ ଥିବା ବେଳେ ଲାଲୁଙ୍କର ଦୁଇ ଝିଅ ରୋହିନୀ ଏବଂ ମିସା ଭାରତୀ ଦଳୀୟ ଟିକଟରେ ଲୋକସଭା ନିର୍ବ‌ାଚନ ଲଢ଼ୁଛନ୍ତି। ତେବେ ଏକ୍ଷେତ୍ରରେ ତାମିଲନାଡ଼ୁ ଆଗରେ ରହିଛି। ସେଠାରେ ବିଭିନ୍ନ ପରିବ‌‌ାରର ୧୬ ଜଣ ପ୍ରାର୍ଥୀ ହୋଇଛନ୍ତି। କେବଳ ଡିଏମ୍‌କେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରିବାରରୁ ୬ ଜଣ ପ୍ରାର୍ଥୀ ହୋଇଛନ୍ତି। ଏଥିରେ ଅଛନ୍ତି ତାଙ୍କର ଭଉଣୀ କାନିମୋଝି ଏବଂ ଦୟାନିଧି ମାରନ। ଆନ୍ନାଡିଏମ୍‌କେ ଗୋଟିଏ ପରିବାରର ତିନି ଜଣଙ୍କୁ ପ୍ରାର୍ଥୀ କରିଥିବା‌ ବେ‌େଳ ରାଜ୍ୟରେ କଂଗ୍ରେସ ମଧ୍ୟ ଗୋଟିଏ ପରିବାରର ୩ ଜଣଙ୍କୁ ପ୍ରାର୍ଥୀ କରିଛି।

କର୍ଣ୍ଣାଟକରେ ବିଜେପି, ଜେଡିଏସ୍ ଏବଂ କଂଗ୍ରେସ ବିଭିନ୍ନ ପ୍ରତିଷ୍ଠିତ ପରିବାରର ପାଖାପାଖି ୨୪ ଜଣଙ୍କୁ ପ୍ରାର୍ଥୀ କରିଛନ୍ତି। ତେବେ ଆନ୍ଧ୍ର ଓ ତେଲେଙ୍ଗାନରେ ପରିବାରବାଦକୁ ନେଇ ରୋଚକ ତଥ୍ୟ ଆସିିଛି। ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରାମା ରାଓ ଏବଂ ରାଜଶେଖର ରେଡ୍ଡୀଙ୍କ ପରିବାରର ୪ ଜଣ ୪ଟି ବିଭିନ୍ନ ଦଳର ମୁଖ୍ୟ ଅଛନ୍ତି। ଟିଡିପି ପ୍ରତିଷ୍ଠାତା ଏନ୍‌ଟି ରାମା ରାଓଙ୍କ ଝିଅ ଡି. ପୁରୁନ୍ଦେଶ୍ବରୀ ଏବେ ରାଜ୍ୟ ବିଜେପିର ମୁଖ୍ୟ ଥିବା ବେଳେ ରାମା ରାଓଙ୍କ ଜ୍ବାଇଁ ଚନ୍ଦ୍ରବାବୁ ନାଇଡ଼ୁ ଟିଡିପି ଅଧ୍ୟକ୍ଷ ଅଛନ୍ତି। ସେ ରାମା ରାଓଙ୍କୁ ହଟାଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାମା ରାଓଙ୍କ ପୁଅ ବାଲାକୃଷ୍ଣନ ଏବଂ ତାଙ୍କ ଭିଣୋଇ ଶ୍ରୀଭାରତ, ଚନ୍ଦ୍ରବାବୁଙ୍କ ପୁଅ ଲୋକେଶ ଟିଡିପି ଟିକଟରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ପୁଅ ଜଗନମୋହନ ରେଡ୍ଡୀ ନୂଆ ଦଳ ୱାଇଏସ୍‌ଆର କଂଗ୍ରେସ ଗଢ଼ି ଏହାର ସଭାପତି ଥିବା ବେଳେ ତାଙ୍କ ଉଉଣୀ ଶର୍ମିଲା ଆନ୍ଧ୍ରରେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ଅଛନ୍ତି। ଜଗନମୋହନ ଏବେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଅଛନ୍ତି। ପିତାଙ୍କ ମୃତ୍ୟୁ ପରେ ‌େସ କଂଗ୍ରେସରେ ଥିଲେ। କିନ୍ତୁ ଦଳରେ ତାଙ୍କୁ ଅବହେଳା କରାଯିବାରୁ ସେ ୱାଇଏସ୍‌ଆର କଂଗ୍ରେସ ନାମରେ ପାର୍ଟି ଗଢ଼ିଥିଲେ। ଏହି ଦଳ ଏରେ ଆନ୍ଧ୍ରରେ କ୍ଷମତାସୀନ ଅଛି। ଶର୍ମିଲା କଡ଼ପ୍ପା ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି। ତେବେ ସବୁଠାରୁ ରୋଚକ ଲଢ଼େଇ ଦେଖିବ‌‌ାକୁ ମିଳିଛି ୟୁପିରେ। ମୁଜାଫରପୁର ଲୋକସଭା ଆସନରେ ଗୋଟିଏ ପରିବାରର ତିନି ଜଣ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଠାକୁର ନନ୍ଦ କିଶୋର ଏଠାରେ ବିଏସ୍‌ପି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ପତ୍ନୀ କବିତା ଏବଂ ପୁତୁରା ଅଭିଷେକ ସ୍ବାଧୀନ ପ୍ରାର୍ଥୀ ଭାବେ ତାଙ୍କର ମୁକାବିଲା କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button