ମନୋରଞ୍ଜନ

ଦଶମ ବୋର୍ଡ ପରୀକ୍ଷାରେ ୧୧୦୦ରୁ ଏତିକି ମାର୍କ ରଖିଥିଲେ ବିଜୟ – Kalinga News

[ad_1]

ନୂଆଦିଲ୍ଲୀ: ପ୍ୟାନ ଇଣ୍ଡିଆ ଷ୍ଟାର ବିଜୟ ଥଲପଥି ତାଙ୍କର ଉତ୍କୃଷ୍ଟ ଅଭିନୟ ହେତୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସାଉଥ୍ ସହିତ ହିନ୍ଦୀ ଦର୍ଶକ ମଧ୍ୟ ଅଭିନେତାଙ୍କୁ ବହୁତ ପସନ୍ଦ କରନ୍ତି। ଗତ ବର୍ଷ ଅଭିନେତାଙ୍କ ଫିଲ୍ମ ‘ଲିଓ’ ସବୁଆଡେ ଧମାଲ ମଚାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବା ସହ ସୁୁପରହିଟ୍ ହୋଇଥିଲା। ଏବେ ବିଜୟ ନିଜ ଫିଲ୍ମ ପାଇଁ ନୁହେଁ ବରଂ ଦଶମ ବୋର୍ଡ ପରୀକ୍ଷାର ଫଳାଫଳକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ବୋର୍ଡ ପରୀକ୍ଷାର ଫଳାଫଳକୁ ନେଇ ଏବେ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି।

ଇଟାଇମ୍ସ ରିପୋର୍ଟ ଅନୁଯାୟୀ, ଚେନ୍ନାଇର ବିରୁଗମବକ୍କମର ଏକ ପ୍ରସିଦ୍ଧ ସ୍କୁଲରେ ବିଜୟ ପାଠ ପଢ଼ୁଥିଲେ। ସ୍କୁଲରେ ପଢ଼ୁଥିବା ବେଳେ ପାଠ ପଢ଼ାରେ ସେତେଟା ଭଲ ନଥିଲେ ବିଜୟ। ଦଶମ ବୋର୍ଡ ପରୀକ୍ଷାରେ ସେ ୧୧୦୦ରୁ ୭୧୧ମାର୍କ ପାଇଥିଲେ। ଅର୍ଥାତ୍ ୬୫% ରଖି ସେ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ। ଦଶମ ପରୀକ୍ଷାରେ ତାମିଲରେ ଶୀର୍ଷରେ ରହିଥିଲେ ବିଜୟ। ସେ ମୋଟ ୨୦୦ମାର୍କରୁ ୧୫୫ମାର୍କ ରଖିଥିଲେ। ଏହା ସହ ଗଣିତରେ ୨୦୦ରୁ ୯୫ମାର୍କ, ଇଂରାଜୀରେ ୨୦୦ରୁ ୧୩୩, ବିଜ୍ଞାନରେ ୩୦୦ରୁ ୨୦୬ମାର୍କ ଏବଂ ସାମାଜିକ ବିଜ୍ଞାନରେ ୨୦୦ରୁ ୧୨୨ ମାର୍କ ହାସଲ କରିଥିଲେ।

ପେସାଦାର ଜୀବନକୁ ଦେଖିବାକୁ ଗଲେ ଅଭିନେତା ଏବେ ନିର୍ଦ୍ଦେଶକ ଭେଙ୍କଟ ପ୍ରଭୁଙ୍କ ଫିଲ୍ମ ‘ଗୋଟ୍’ରେ କାମ କରୁଛନ୍ତି। ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ‘ଟାଇମ୍ ଟ୍ରାଭେଲ୍’ ଫିଲ୍ମର ସୁଟିଂ ଶେଷ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୫ରେ ପ୍ରେକ୍ଷାଳୟରେ ‘ଗୋଟ୍’ ରିଲିଜ୍ ହେବ। ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button