ମନୋରଞ୍ଜନ

ଫେରୁଛନ୍ତି ପିଙ୍କି – Kalinga News

[ad_1]

ଓଲିଉଡର ଜଣାଶୁଣା ନାୟିକା ପିଙ୍କି ପ୍ରିୟଦର୍ଶିନୀଙ୍କୁ ବେଶ୍‌ କିଛି ଦିନ ବ୍ୟବଧାନରେ ପୁଣି ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଯେଉଁ ସିନେମାରେ ସେ ପୁଣି ନଜର ଆସିବେ, ତାହା ହେଲା ‘ଭୋଟ୍’। ଏଥିରେ ପିଙ୍କି ପ୍ରିୟଦର୍ଶିନୀ ପ୍ରଥମେ କଲେଜ ପଢ଼ୁଆ ଯୁବତୀ ଓ ପରେ ଜଣେ ଗୃହିଣୀ ଭୂମିକା ନିଭାଇଛନ୍ତି। ଏହି ସିନେମାର କାହାଣୀରେ ତାଙ୍କ ଚରିତ୍ରର ଯଥେଷ୍ଟ ଗୁରୁତ୍ବ ରହିଛି। ‘ଭୋଟ୍’ରେ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଦେଖା ଦେବେ ନବାଗତ ସୁଶାନ୍ତ। ଏହି ଫିଲ୍ମକୁ ନେଇ ପ୍ରଯୋଜକ ଅତୀଶ କୁମାର ରାଉତ ଓ ନିର୍ଦେଶକ ଦେବାଶିଷ ମହାପାତ୍ର ଯେଉଁପରି ଆଶାବାଦୀ ଅଛନ୍ତି, ଠିକ୍ ସେହିପରି ନିଜର ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ପିଙ୍କି ପ୍ରିୟଦର୍ଶିନୀ।

ପିଙ୍କି ପ୍ରଥମେ ରବୀନ୍ଦ୍ର କୁମାର ପଣ୍ଡାଙ୍କ ପ୍ରଯୋଜିତ ତଥା ନିଶିକାନ୍ତ ଦଳବେହେରାଙ୍କ ନିର୍ଦେଶିତ ଓଡ଼ିଆ ଛବି ‘ତୁ ମୋ ଆରମ୍ଭ ତୁ ମୋ ଶେଷ’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ମଣ୍ଟୁ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ମୀନକେତନ, ପୁଷ୍ପା ପଣ୍ଡା, ପ୍ରଜ୍ଞା ଓ ସଲିଲ ମିତ୍ର ପ୍ରମୁଖ ଅଭିନୟ କରିଥିଲେ। ଏହି ସିନେମା ୨୦୧୨ରେ ମୁକ୍ତିଲାଭ କରିଥିଲା। ଏହାପରେ ପିଙ୍କି ପ୍ରିୟଦର୍ଶିନୀ ବେଶ କେତୋଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ସେ ‘ସପନର ନାୟିକା’, ‘ଲେଖିଛି ନାଆଁ ତୋର’, ‘ଦିଲକା ରାଜା’ ଏବଂ ‘ତୁ ମୋ’ ନୀଳନୟନା’ ଭଳି ସିନେମାର ମୁଖ୍ୟ ନାରୀ ଚରିତ୍ରରେ ନଜର ଆସିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button