ଆଉ ନାହିଁ ରିଲ୍ସ କରୁଥିବା ଭୂମି – Kalinga News

[ad_1]
ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ପରେ କ୍ୟାପିଟାଲ ଶବ ଗୃହ ନିକଟରେ ବସି ମାଆଟି ଗୁମୁରି ଗୁମୁରି କାନ୍ଦୁଥାଏ ନିକଟରେ ପଡ଼ିଥିବା ଗୋଟିଏ ସିମେଣ୍ଟ ଚେୟାର ଉପରେ ବସି । ଆଖି ଲୁହ ଶୁଖି ଯାଇଛି କୋହ ଆଗରେ । ବାପାଟି ଅଳ୍ପ ଦୂରରେ ବସି ହୃଦୟ ଭାଙ୍ଗିଲା ଭଳି ଭାରି କରୁଣ ଭାବରେ କାନ୍ଦୁଥାନ୍ତି ।
ଭୁବନେଶ୍ୱର : ମା’ ମା’ ମା’ ଟିକେ ପାଣି ଦେଲୁ ପିଇଵି, ପାଣି ପିଇବା ପରେ କୁନି ଝିଅଟି କହିଗଲା ମା’ ଯାଉଛି, ସାଇକେଲ ଚଲେଇ ଆସିଲେ ଟିଉସନ ଯିବି । କିନ୍ତୁ ଯାଇଛି ଯେ ଯାଇଛି ଆଉ ଫେରୁନି ଭୂମି । କିଛି ସମୟ ପରେ ଗାଁ ଦାଣ୍ଡରେ ଶୁଭିଲା ଲୋକଙ୍କ ହୋହାଲ୍ଲା । କଣ ହେଲା ବୋଲି ମା ‘ ଟି ଯାଇ ଦେଖେ ତ ଭୂମି ଆଉ ନଥିଲା । ଭୂମି ସବୁଦିନ ପାଇଁ ଯାଉଛି କହି ବାହାରକୁ ଆସିଥିଲା ବୋଲି ସେ କଥା ମା ଅବା କେମିତି ବୁଝି ପାରି ଥାଆନ୍ତା । ତେବେ ସେହି ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ପରେ କ୍ୟାପିଟାଲ ଶବ ଗୃହ ନିକଟରେ ବସି ମାଆଟି ଗୁମୁରି ଗୁମୁରି କାନ୍ଦୁଥାଏ ନିକଟରେ ପଡ଼ିଥିବା ଗୋଟିଏ ସିମେଣ୍ଟ ଚେୟାର ଉପରେ ବସି । ଆଖି ଲୁହ ଶୁଖି ଯାଇଛି କୋହ ଆଗରେ । ବାପାଟି ଅଳ୍ପ ଦୂରରେ ବସି ହୃଦୟ ଭାଙ୍ଗିଲା ଭଳି ଭାରି କରୁଣ ଭାବରେ କାନ୍ଦୁଥାନ୍ତି ।
ଏବେ ଆସନ୍ତୁ ଜାଣିବା କଣ ଘଟଣା, ଆଉ ଭୂମି କିଏ ତାର କଣ ହେଲା । ଆଜିକାଲି ରାସ୍ତାଘାଟରେ ଏବେ ଅଚାନକ ଏମିତି ସବୁ ସଡ଼କ ଦୁଘାଟଣା ଘଟୁଛି ଯାହାକୁ ଭାବିଲା ବେଳକୁ ମୁଣ୍ଡ କଣ ହୋଇଯାଉଛି । ମୃତ ଛୋଟ କୁନି ଝିଅଟିର ଘର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ଗାଁରେ । ଝିଅଟିା ନାଁ ଭୂମି ଦାସ । ଭୂମି ତୃତୀୟ ଶ୍ରେଣୀରେ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିଲା । ସବୁଦିନ ଭଳି ଗତକାଲି ମଧ୍ୟ ଭୂମି ମାଆ ସହିତ କଥା ହୋଇ କଣ ଦୁଇଟା ଖାଇ ଦେଇଗଲା । ଭୂମିକୁ ରିଲ୍ସ କରିବାକୁ ଭାରି ଭଲ ଲାଗେ । ତୃତୀୟ ଶ୍ରେଣୀରେ ପଢ଼ୁଥିଲା ହେଲେ ରିଲ୍ସରେ ବଡ ପିଲାଙ୍କୁ ବି ପଛରେ ପକାଇ ଦେଉଥିଲା । ସେଦିନ ବି ସେ ସକାଳେ ରିଲିସ କଲା । ଆଉ ଚାରିଟା ବେଳେ ଗଲା ଗାଁ ଦାଣ୍ଡରେ ସାଇକେଲ ଚଳାଇବା ପାଇଁ ।
ଟିୟୁସନ ସମୟ ହେବାରୁ ଭୂମିକୁ ତା ସାଙ୍ଗମାନେ ଯିଉସନ୍ ଯିବାକୁ । ଭୂମି ହଠାତ୍ କୁଆଡେ ସାଇକେଲ ବୁଲାଇ ଦେଲା ଆଉ କୁଆଡେ ଥିଲା କେଜାଣି ଏକ ପିକ୍କଅପ ଭ୍ୟାନ ଦ୍ରୁତଗତିରେ ଆସି ଭୂମିକୁ ଧକା ଦେଇ ଚଢେଇ ଦେଇ ଚାଲିଗଲା । ଆଉ ଘଟଣା ସ୍ଥଳରେ ହିଁ ଚାଲିଗଲା ଭୂମିର ସେହି କଅଁଳ ଜୀବନ । ଦୁନିଆକୁ ଭଲଭାବେ ଜିଇଁନି ତାପୂର୍ବରୁ ସବୁଦିନ ପାଇଁ ଆଖିବୁଜିଦେଲା ଭୂମି । ଏଇ ଅଳ୍ପ ଦିନ ହେବ ରିଲସ କରୁଥିଲା, ଭଲ ନାଚୁଥିଲା । ବଡ ଭଉଣୀ ସହିତ ମିଶି ସମସ୍ତଙ୍କ ମନୋରଞ୍ଜନ କରୁଥିଲା । କିନ୍ତୁ ମାତ୍ର କେଇ ସେକେଣ୍ଡରେ ପିକ୍କଅପ ଭ୍ୟାନ ଆସି ନେଇଗଲା ତା ଜୀବନ । ଅଧୁରା ରହିଗଲା ଭୂମିର ରିଲସ । ଆଉ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଆପଣ ମାନଙ୍କ ପାଇଁ ଚୁଲବୁଲି ନାଚ କରୁଥିବା ଭୂମିକୁ ଆଉ ଦେଖିପାରିବେନି ଆପଣ ମାନେ । ଖାଲି କିଛି ଦିନ ପାଇଁ ଆସି ଛାପା ଛାଡି ଯାଇଥିଲା ସେ । ଭୂମି ଏବେ ନିଶ୍ଚଳ ଘୋଡେଇ ହୋଇ ଶୋଇଛି ଖଣ୍ଡେ ଧଳା କପଡା ତଳେ ଏଇ ଶବ ଗୃହ ଭିତରେ । ଆଉ ଯେତେ ଖୋଜିଲେ ଆସିବି ପାରିବନି ଭୂମି ।
କେବଳ ରିଲିସ ହୋଇ ରହିଗଲା ସବୁଦିନ ପାଇଁ । ପୋଲିସ ଘଟଣା ସ୍ଥଳରୁ ମିଳିଥିବା ଭୂମିର ମୃତ ଶରୀର କୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇବା କାଗଜ ପତ୍ର ସବୁ ପ୍ରସ୍ତୁତ କରି ଦୁର୍ଘଟଣା ଘଟଇଥିବା ଗାଡି କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି । ଏଣେ ପରିବାର ବନ୍ଧୁ ବାନ୍ଧବ ଚାରି ଆଡେ ଶୋକର ଛାୟା । ଭୂମିକୁ ହରାଇ ପରିବାର ଲୋକ ମର୍ମାହତ ହୋଇ ପଡିଛନ୍ତି । କାହିଁକିନା ଅଳ୍ପ ଦିନ ହେବ ବାପାଙ୍କୁ କହିଥିଲା ଭୂମି, ବାପା ଅନ୍ୟ ମାନେ ରିଲସ କରି ରୋଜଗାର କରୁଛନ୍ତି । ଆମର ଗୋଟିଏ ମୋବାଇଲ ଆଣିଲେ ରିଲସ କରି ସେଥିରୁ ଟଙ୍କା ରୋଜଗାର କରିବା ଆଉ ଆମେ ଗରିବ ରହିବାନି । ହେଲେ ଭୂମି ଚାଲିଗଲା ଅଫେରା ରାଇଜକୁ । ଏବେ ଖାଲି ଦେଖିବାକୁ ବାକି ରହିଲା ଭୂମି ମୃତ୍ୟୁର ନ୍ୟାୟ ତା ପରିବାର କେବେ ପାଉଛନ୍ତି । ଭୂମିକୁ ମୃତ୍ୟୁ ଶଯ୍ୟାରେ ଶୁଆଇ ଦେଇଥିବା ଦୋଷୀକୁ କେବେ ଦଣ୍ଡ ମିଳୁଛି ତାକୁ ହିଁ ରହିଲା ଅପେକ୍ଷା ।
[ad_2]