ରାଜନୀତି

ଭାଗଭାଗ ହୋଇଗଲେ ଡଙ୍ଗରିଆକନ୍ଧ: ୩ ଗାଁ ଓହରିଲେ, ବଳକା ଭୋଟ୍‌ ଦେଲେ – Kalinga News

[ad_1]

କଲ୍ୟାଣସିଂହପୁର: ଦୁଇଟି ଦାବିରେ ଭୋଟ ବର୍ଜନ ପାଇଁ ଘୋଷଣା କରିଥିଲେ ଡଙ୍ଗରିଆ କନ୍ଧ। ଆଜି କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ପୂର୍ବରୁ ସଂଗଠିତ ହୋଇ ଆନ୍ଦୋଳନ କରିଥିବା ଡଙ୍ଗରିଆ କନ୍ଧ ଆଜି ମତଦାନକୁ କେନ୍ଦ୍ର କରି ଭାଗଭାଗ ହୋଇଯାଇଛନ୍ତି। କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ମୋଟ ୩୪ଟି ଡଙ୍ଗରିଆ ଗାଁ ମଧ୍ୟରୁ ୩ଟି ଗାଁର ଭୋଟର ମତଦାନରୁ ଦୂରେଇ ରହିଲେ। ବଳକା ୩୧ଟି ଗାଁର ମହିଳା ଓ ପୁରୁଷ ଲମ୍ବାଧାଡ଼ିରେ ଅପେକ୍ଷା କରି ଭୋଟ ଦେଇଛନ୍ତି। ପୂର୍ବ ନିଷ୍ପତ୍ତି ଅନୁସାରେ ବୁଡ଼ୁଣି ବୁଥ୍‌ରେ ଲାଖପଦର, ପଟାଙ୍ଗପଦର, ଡଙ୍ଗାମାଟି ଗାଁର ୧୩୪ଜଣ ଡଙ୍ଗରିଆ ଭୋଟର ମତଦାନ କରିନଥିବା କହିଛନ୍ତି ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ଶିକକା।

ନିୟମଗିରି ପାହାଡ଼ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ୩୪ଟି ଡଙ୍ଗରିଆ ଗାଁ ରହିଛି। ଏଥିପାଇଁ ଦୁଇଟି ବୁଥ୍‌ର ବ୍ୟବସ୍ଥା କରାଯାଇଥିଲା। ୧୦୯ନମ୍ବର ବୁଥ୍‌ରେ ୧୧୧୧ ଜଣ ଓ ୧୧୦ ବୁଥ୍‌ରେ ୬୮୯ ଜଣ (ମୋଟ ୧୮୦୦) ଭୋଟର ରହିଛନ୍ତି। ବୁଡ଼ୁଣି ବୁଥ୍‌ ଅଧୀନରେ ୧୬ଟି ଗାଁ ଯଥା ବଡ଼ଡେଙ୍ଗଲିଲି, ସାନଡେଙ୍ଗଲିଲି, ତେନ୍ତୁଳିପଦର, କୁର୍ସିମୁହିଁ, ବେମ୍ବେରି, ଲାଖପଦର, ପଟାଙ୍ଗପଦର, ଡଙ୍ଗାମାଟି, ଧେମପଦର, ସରଲେଞ୍ଜି, ଡାମାଗାଡ଼ା, ଚାଟିକଣା, ଲାମ୍ବା, ଗୁମ୍ମା, ବୁଡ଼ୁଣି ଓ ଡେଙ୍ଗିଲେଲି ରହିଛି। ପାର୍ସାଲି ବୁଥ୍‌ ଅଧୀନରେ ୧୮ଟି ଗାଁ ଯଥା ପାତଲମ୍ବା, ଭାଲେରି, ଫାକେରି, ପାରାମାଳି, ନିର୍ଗୁଣ୍ଡି, ପାଞ୍ଚକୋଡ଼ି, ପାର୍ସାଲି, ସାରିଝୋଲା, ବଡ଼ଡେଙ୍ଗିଲେଲି, ଭାଲେରିତୋଟା, କେଲଟିପଦର, ତୁଲୁଆ, ନିଶିଖାଲ, ବଙ୍ଗପାଡ଼ୁ, ସାନଡେଙ୍ଗିଲେଲି, ଟାମକଶିଳା, କାଣ୍ଡସୁର ଗାଁର ଭୋଟର ରହିଛି। ବିଷମକଟକ ଏବଂ ମୁନିଗୁଡ଼ା ବ୍ଲକ୍‌ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ଉତ୍ସାହର ସହ ମତଦାନ କରିଥିବା ସୂଚନା ମିଳିଛି। ମାଓବାଦୀ ଇଲାକା ହୋଇଥିବାରୁ ନିୟମଗିରି ପାହାଡ଼ ଚାରିପଟେ ଯବାନ ମୁତୟନ ହୋଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଅନେକ ନୂଆ ଭୋଟର ମଧ୍ୟ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ଭୋଟ ଦେଇଛନ୍ତି। ମତଦାନ କେନ୍ଦ୍ରଗୁଡିକରେ ଭୋଟରଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button