ଆରସିବି ଜିତିବାରୁ ସିଟରୁ ଉଠି ପ୍ରଥମେ ଏହି କାମ କଲେ ଅନୁଷ୍କା – Kalinga News

[ad_1]
ନୂଆଦିଲ୍ଲୀ: ପ୍ରଥମ ୮ ମ୍ୟାଚ୍ରୁ ୭ଟିରେ ପରାଜୟ ବରଣ କରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରବର୍ତୀ ୫ରୁ ୫ ଜିତି ପ୍ଲେ ଅଫ୍ ଦୌଡ଼ରେ ସାମିଲ ହୋଇଛି। ହାତରେ ଆଉ ମାତ୍ର ଗୋଟିଏ ମ୍ୟାଚ୍ ଥିବାବେଳେ ଫ୍ଲାପ ଡୁ ପ୍ଲେସିସ୍ଙ୍କ ଦଳ ସପ୍ତମ ସ୍ଥାନରୁ ପଞ୍ଚମକୁ ଲମ୍ଫ ଦେଇଛି। ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଆର୍ସିବି ୪୭ ରନ୍ର ବଡ଼ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା। ଆରସିବି ମ୍ୟାଚ ଜିତିବା ପରେ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଇଥିବା ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି।

Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଆର୍ସିବିର ୧୮୭ ରନ୍କୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ଓଭର ବେଳକୁ ୩୦ ରନ୍ରେ ୪ ୱିକେଟ୍ ହରାଇ ଦେବା ପରେ ଆଉ ଲଢ଼ି ପାରିନଥିଲା। ଡେଭିଡ୍ ୱାର୍ଣ୍ଣର, ଜ୍ୟାକ୍ ଫ୍ରେଜର ମ୍ୟାକ୍ଗର୍କ, ଅଭିଷେକ ପୋରେଲ୍, କୁମାର କୁଶାଗ୍ରା ଶସ୍ତାରେ ପ୍ୟାଭିଲିଅନ୍ ଫେରିଯାଇଥିଲେ। ମଧ୍ୟକ୍ରମରେ ସାଇ ହୋପ୍ (୨୩ ବଲ୍ରୁ ୨୯ ରନ୍) ଏବଂ ଅକ୍ଷର ପଟେଲ୍ (୩୯ ବଲ୍ରୁ ୫୭ ରନ୍, ୫ ଚୌକା, ୩ ଛକା) କିଛିଟା ପ୍ରତିଆକ୍ରମଣ କରିଥିଲେ ମଧ୍ୟ ଏଥିରୁ ସୁଫଳ ମିଳିନଥିଲା। ୫ ବଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ୧୪୦ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଶେଷ ୱିକେଟ ଯିବା ଦେଖି ସମସ୍ତେ ଖୁସିରେ ଚେୟାରରୁ ଉଠିପଡ଼ିବା ପରେ ଅନୁଷ୍କା ଖୁସିରେ ନିଜ ଚେୟାରରୁ ଉଠି ହାତ ଯୋଡ଼ିଥିଲେ । ଲାଗୁଥିଲା ଯେମିତି ସେ ଭଗବାନଙ୍କୁ ଧନ୍ୟବାଦ ଜଣାଉଛନ୍ତି।
Wrapped up in style
High fives
all around as #RCB make it FIVE
in a row
A comfortable
-run win at home
Scorecard
https://t.co/AFDOfgLefa#TATAIPL | #RCBvDC pic.twitter.com/qhCm0AwUIE
— IndianPremierLeague (@IPL) May 12, 2024
ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଏହାକୁ ପସନ୍ଦ କରୁଥିବା ଦେଖାଯାଇଛି।
[ad_2]