ରାଜନୀତି
ଅପରାହ୍ନ ୧ ଟା ସୁଦ୍ଧା ଦେଶରେ ୪୦.୩୨% ମତଦାନ, ଓଡ଼ିଶାରେ ୩୯.୩% – Kalinga News
[ad_1]
ନୂଆଦିଲ୍ଲୀ/ଭୁବନେଶ୍ବର: ସୋମବାର ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ୧୦ ଟି ରାଜ୍ୟରେ ୯୬ଟି ଲୋକସଭା ଆସନରେ ମତଦାନ ଚାଲିଛି। ୧,୭୨୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଓଡ଼ିଶାର ୪ ଲୋକସଭା ଏବଂ ୨୮ ବିଧାନସଭା ଆସନରେ ମତଦାନ ଜାରି ରହିଛି।
ଚତୁର୍ଥ ପର୍ଯ୍ୟାୟରେ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୪୦.୩୨% ମତଦାନ ହୋଇଛି। ସେଥିମଧ୍ରୁ ପଶ୍ଚିମବଙ୍ଗରେ ସର୍ବାଧିକ,୫୧.୮୭% ମତଦାନ ହୋଇଥିବାବେଳେ ଜମ୍ମୁ କାଶ୍ମୀରରେ ସର୍ବନିମ୍ନ ୨୩.୫% ମତଦାନ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଭୋଟ୍ ପ୍ରତିଶତ; ମୋଟ ଭୋଟିଂ ୪୦.୩୨%
ଆନ୍ଧ୍ରପ୍ରଦେଶ: ୪୦.୨୬%
ବିହାର: ୩୪.୪୪%
ଜମ୍ମୁ କଶ୍ମୀର: ୨୩.୫%
ଝଡଖଣ୍ଡ: ୪୩.୮%
ମଧ୍ୟପ୍ରଦେଶ: ୪୮.୫୨%
ମହାରାଷ୍ଟ୍ର: ୩୦.୮୫%
ଓଡ଼ିଶା: ୩୯.୩%
ତେଲେଙ୍ଗାନା: ୪୦.୩୮%
ଉତ୍ତରପ୍ରଦେଶ: ୩୯.୬୮%
ପଶ୍ଚିମବଙ୍ଗ: ୫୧.୮୭%
[ad_2]